ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ନୃଶଂସ ହତ୍ୟା, ଧାନ ବିଲରେ ଫିଙ୍ଗିବା ପରେ ସ୍ୱାମୀର ଥାନାରେ ଆତ୍ମସମର୍ପଣ
 

Man Surrenders After killing His Wife in Bhadrak
ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ନୃଶଂସ ହତ୍ୟା ସ୍ୱାମୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରି ଧାନ ବିଲରେ ଫିଙ୍ଗିଦେଲା ନୃସଂଶ ସ୍ୱାମୀ । ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବିନାୟକପୁର ଛକ ବଡ଼ପଦା ନିକଟରୁ ସ୍ତ୍ରୀର ମୃତଦେହ ଉଦ୍ଧାର ହୋଇଛି । 

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

ମୃତକ ହେଉଛନ୍ତି ବିନାୟକପୁର ଗାଁର ଦିବାକର ବେହେରାଙ୍କ ଝିଅ ରାଧାରାଣୀ। ମୃତ ମହିଳାଙ୍କ ସ୍ବାମୀ ଦିପୁ ବେହେରା ହତ୍ୟା କରି ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛି । ସୂଚନା ଅନୁସାରେ, କିଛି ବର୍ଷ ତଳେ ରାଧାରାଣୀ ସେହି ଗାଁର ଭଗବାନ ବେହେରାଙ୍କ ପୁଅ ଦିପୁ ବେହେରାଙ୍କୁ ଭଲ ପାଇ ବିବାବହ କରିଥିଲେ। ତେବେ କୌଣସି କାରଣକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗୁଥିଲା । 

adimg

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ସେମାନଙ୍କର ବର୍ଷକର ଶିଶୁ କନ୍ୟା ରହିଛି। ବିବାହ ପରେ ସ୍ବାମୀ ଓ ସ୍ତ୍ରୀ ବାହାର ରାଜ୍ୟକୁ କାମ କରିବା ପାଇଁ ପଳାଇଯାଇଥିଲେ। ଗତକାଲି ଦୁଇ ଜଣ ଘରକୁ ଫେରୁଛନ୍ତି ବୋଲି ରାଧାରାଣୀ ନିଜ ବାପାକୁ ଫୋନ ଯୋଗେ ଜଣାଇଥିଲେ। ହେଲେ ଆଜି ସକାଳେ ରାସ୍ତା କଡରେ ଝିଅର ମୃତ ଦେହ ପଡିଥିବା ଖବର ପାଇଥିଲେ ଦିବାକର ବେହେରା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। 

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ପରେ ସ୍ବାମୀ ଦିପୁ ଥାନାରେ ପହଞ୍ଚି ସ୍ତ୍ରୀ ରାଧାରାଣୀଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସ୍ବୀକାର କରିଥିଲା। ତେବେ କ’ଣ ପାଇଁ ସ୍ତ୍ରୀକୁ ହତ୍ୟା କଲା ସେନେଇ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

Share this story