ମଣିଷ ଖିଆ କୁଆଖାଇ’: ଗାଧୋଇବା ବେଳେ ବୁଡ଼ି ମରିଗଲେ ୪ ଯୁବକ

Kuakhai river tragedy bodies of two missing students fished out death toll mounts to 4

ଓଡ଼ିଆ ଗସିପ୍ ବ୍ୟୁରୋ: କୁଆଖାଇ ନଦୀରେ ବୁଡ଼ିଗଲେ ୪ ଛାତ୍ର। କାଲିଠୁ ଖୋଜାଖୋଜି ପରେ ଆଜି ସକାଳୁ ଆଉ ୨ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଅଗ୍ନିଶମ ବାହିନୀ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଆଉ ୨ ଛାତ୍ର ନିଖୋଜ ଥିଲେ।

ଅଧିକ ପଢ଼ନ୍ତୁମାଗଣାରେ ମିଳୁ କାଳିଆ ଅବଢ଼ା; ଭୋକରେ ନ ଫେରନ୍ତୁ ଭକ୍ତ

ଆଜି ସକାଳୁ ଅଧ ଘଣ୍ଟା ଧରି ସର୍ଚ୍ଚ ଅପରେସନ୍‌ ପରେ ଧବଳହାର ନିକଟରୁ ନିଖୋଜ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ଆଜି ଉଦ୍ଧାର ହୋଇଥିବା ୨ ଛାତ୍ର ହେଲେ- ବାଲେଶ୍ୱରର ରୋହିତ ପରିଡ଼ା ଓ ପ୍ରତୀକ ଧଳସାମନ୍ତ। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ନିୟୋଜିତ ହୋଇଥିଲେ। ଏମାନେ ସମସ୍ତେ ଭୋଜି ସାରି କୁଆଖାଇ ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ।

ଅଧିକ ପଢ଼ନ୍ତୁପରିବା ମହଙ୍ଗା ଏଠି ଭାତ-ବାଡ଼ିଆ ଡାଲମା ଶସ୍ତା; କିଏ ଖାଇବ ଆସ

ସୂଚନା ଅନୁସାରେ, ଗତକାଲି ଏକ ଘରୋଇ କଲେଜର ୯ ଜଣ ଛାତ୍ର ଭୋଜି ସାରି କୁଆଖାଇ ନଦୀକୁ ଗାଧୋଇବାକୁ ଆସିଥିଲେ। ଏହି ସମୟରେ ବାଲିଅନ୍ତା ଥାନା ଧବଳହାର ନିକଟରେ ୪ ଛାତ୍ର ପାଣିରେ ବୁଡ଼ି ଯାଇଥିଲେ। ଖବରପାଇ  ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ଖୋଜାଖୋଜି କରିଥିଲା। କାଲି ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଅଧିକ ପଢ଼ନ୍ତୁ:ପୋଲସରା ବିଧାୟକଙ୍କୁ ପ୍ରଥମେ ଦଶିଂଥିଲା ଅର୍ଚ୍ଚନା ନାଗ; ଶର୍ମିଷ୍ଠା ଥିଲା ଶାରୀରିକ ସମ୍ପର୍କ: ସଂଯୁକ୍ତା ମହଲା

 

 

 

 

Share this story