ଦେଶରେ ଟ୍ରେନ୍ ଦୁର୍ଘଟଣା କଳା ଇତିହାସ, ଜାଣନ୍ତୁ କେବେ ଘଟିଛି ଦେଶର ପ୍ରମୁଖ ରେଳ ଦୁର୍ଘଟଣା
ଓଡ଼ିଆ ଗସିପ ବ୍ୟୁରୋ : ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା । ଗତକାଲି ସନ୍ଧ୍ୟାରୁ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ସମୟ ଯେତେ ବଢୁଛି ମୃତ୍ୟୁ ସଂଖ୍ୟା ସେତେ ବଢୁଛି, ଚାରିଆଡେ ବିଛାଡି ହୋଇ ପଡିଛି ଶବ । ବିଭିନ୍ନ ମେଡିକାଲରେ କୁଢ କୁଢ ଶବ ପଡିରହିଛି । ବହୁ ଗୁରୁତରଙ୍କୁ ରାଜ୍ୟର ବିଭିନ୍ନ ବଡ଼ ମେଡିକାଲକୁ ପଠାଯାଉଛି । ଏହି ଦୁର୍ଘଟଣାରେ ଆଗକୁ ମୃତକଙ୍କ ସଂଖ୍ୟା ବହୁତ ବଢିବ, କାରଣ ଏଯାଏଁ ବହୁତ ଟ୍ରେନ୍ ବଗି ତଳେ ଲୋକ ଚାପିହୋଇ ରହିଛନ୍ତି ବୋଲି ସୂଚନା ମିଳୁଛି । ବର୍ତ୍ତମାନ ସୁଦ୍ଧା ୧୦୦୦ରୁ ଅଧିକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଅଧିକ ପଢ଼ନ୍ତୁ : ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପଛରେ କ’ଣ ରହିଛି କାରଣ? ଏହି ୧୦ଟି ବଡ଼ ପ୍ରଶ୍ନରେ ଲୁଚି ରହିଛି କାରଣ!
ତେବେ ଭାରତ ସ୍ୱାଧୀନତା ପରଠାରୁ ଏହା ସବୁଠାରୁ ମର୍ମନ୍ତୁଦ ଦୁର୍ଘଟଣା ମଧ୍ୟରୁ ଗୋଟିଏ । ତେବେ ଜାଣନ୍ତୁ କେବେ କେବେ ଭାରତରେ ହୋଇଛି ଟ୍ରେନ ଦୁର୍ଘଟଣା :
- ୧୯୮୧ ଜୁନ୍ ୬: ବାଗମତି ଟ୍ରେନ୍ ନଦୀକୁ ଖସି ୬୦୦ ଯାତ୍ରୀ ମୃତ
- ୧୯୯୫ ଜୁନ୍ ୧: ହୀରାକୁଦ ଏକ୍ସପ୍ରେସ ଲାଇନଚ୍ୟୁତ- ୧୫ ମୃତ
- ୧୯୯୫ ଅଗଷ୍ଟ ୨୦:କାଳିନ୍ଦୀ ଏକ୍ସପ୍ରେସ ସହ ଧକ୍କାହେଲା ପୁରୁଷୋତ୍ତମ ଏକ୍ସପ୍ରେସ-୪୦୦ ମୃତ
- ୧୯୯୭ ଅଗଷ୍ଟ ୧୫: କରମଣ୍ଡଳ ଏକ୍ସପ୍ରେସକୁ ଧକ୍କା ଦେଲା କୋରମଣ୍ଡଳ ଏକ୍ସପ୍ରେସ-୭୫ ମୃତ
- ୧୯୯୭ ସେପ୍ଟେମ୍ବର ୧୪: ଅହମଦାବାଦ-ହାୱଡା ଏକ୍ସପ୍ରେସ- ୮୧ ମୃତ
- ୧୯୯୮ ନଭେମ୍ବର ୨୬: ଗୋଲ୍ଡେନ ଟେମ୍ପୁଲ ମେଲ୍କୁ ଧକ୍କା ଦେଲା ଜମ୍ମୁ ତାୱି-ସେଲାଧ ଏକ୍ସପ୍ରେସ- ୨୧୨ ମୃତ
- ୧୯୯୯ ଅଗଷ୍ଟ ୨: ଅବଧ ଆସାମ ଏକ୍ସପ୍ରେସକୁ ଧକ୍କା ଦେଲା ବ୍ରହ୍ମପୂତ୍ର ମେଲ୍- ୨୮୫ ମୃତ ଓ ୩୦୦ ଆହତ
- ୨୦୦୨ ସେପ୍ଟେମ୍ବର ୯: ହାୱଡା ରାଜଧାନୀ ଏକ୍ସପ୍ରେସ ଲାଇନଚ୍ୟୁତ- ୧୪୦ ମୃତ
ଅଧିକ ପଢ଼ନ୍ତୁ : ଆପଣଙ୍କ ସଂପର୍କୀୟ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ରେ ଥିଲେ କି? ଓଡ଼ିଶା ପୁଲିସ ଜାରି କଲା ଦୁର୍ଘଟଣାରେ ଶିକାର ହୋଇଥିବା ଯାତ୍ରୀଙ୍କ ତାଲିକା
- ୨୦୦୫ ଅକ୍ଟୋବର ୨୯: କାମାସମୁଦ୍ରମ୍ରେ ଡେଲ୍ଟା ଫାଷ୍ଟ ପ୍ୟାସେଞ୍ଜର ଲାଇନଚ୍ୟୁତ- ୧୧୪ ମୃତ ଓ ୨୦୦ ଆହତ
- ୨୦୦୭ ଫେବୃଆରୀ ୧୮: ଦିଲ୍ଲୀ-ଲାହୋର ସମଝୋତା ଏକ୍ସପ୍ରେସରେ ଆତଙ୍କବାଦୀ ଆକ୍ରମଣ- ୬୮ ମୃତ
- ୨୦୧୦ ମଇ ୨୮- ବିସ୍ଫୋରଣ ପରେ ଜନନେଶ୍ବରୀ ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ- ୧୪୦ ମୃତ, ୨୦୦ ଆହତ
- ୨୦୧୦ ଜୁଲାଇ ୧୯: ଉତ୍ତର ବଙ୍ଗା ଏକ୍ସପ୍ରେସ (ଭାସ୍କୋଡାଗାମା-ହାୱଡା) ସହ ବନାଞ୍ଚଳ ଏକ୍ସପ୍ରେସ ଧକ୍କା- ୬୬ ମୃତ
- ୨୦୧୧ ଜୁଲାଇ ୭: ମଥୁରା-ଛପ୍ରା ଏକ୍ସପ୍ରେସ- ୩୮ ମୃତ
- ୨୦୧୧ ଜୁଲାଇ ୧୦: କାଲକାମେଲ ଲାଇନଚ୍ୟୁତ-୭୦ ମୃତ, ୩୦୦ ଆହତ
- ୨୦୧୨ ଜୁଲାଇ ୩୦: ତାମିଲନାଡୁ ଏକ୍ସପ୍ରେସରେ ନିଆଁ ଲାଗି ୪୭ ମୃତ, ୨୫ ଆହତ
- ୨୦୧୩ ଅଗଷ୍ଟ ୧୯; ସହର୍ସା-ପାଟନା ରାଜ୍ୟରାଣୀ ସୁପରପାଷ୍ଟ ଏକ୍ସପ୍ରେସ-୩୫ ମୃତ
- ୨୦୧୪ ମେ ୨୬: ଗୋରଖଧାମ ଏକ୍ସପ୍ରେସ ମୁହାଁମୁହିଁ ଧକ୍କା- ୨୫ ମୃତ
ଅଧିକ ପଢ଼ନ୍ତୁ : କବଚ ନଥିବାରୁ ଘଟିଲା କି ରେଳ ଦୁର୍ଘଟଣା ? ଜାଣନ୍ତୁ କ'ଣ ଏହି କବଚ
- ୨୦୧୫ ଅଗଷ୍ଟ ୪: କମୟାନୀ ଏବଂ ଜନତା ଏକ୍ସପ୍ରେସ ଲାଇନଚ୍ୟୁତ- ୩୧ ମୃତ, ୧୦୦ ଆହତ
- ୨୦୧୬ ନଭେମ୍ବର ୨୦: ଇନ୍ଦୋର-ରାଜେନ୍ଦ୍ର ନଗର ଏକ୍ସପ୍ରେସ ଲାଇନଚ୍ୟୁତ- ୧୫୨ ମୃତ, ୨୬୦ ଆହତ
- ୨୦୧୭ ଜାନୁଆରୀ ୨୧: ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ କୁନେରୁରେ ଲାଇନଚ୍ୟୁତ- ୪୧ ମୃତ ଓ ୬୯ ଆହତ
- ୨୦୧୭ ଅଗଷ୍ଟ ୧୯: ପୁରୀ-ହରିଦ୍ବାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଖଟୌଲିରେ ଲାଇନଚ୍ୟୁତ-୨୩ ମୃତ ଓ ୯୭ ଆହତ
- ୨୦୧୮ ଅକ୍ଟୋବର ୧୯: ଅମୃତସର ଟ୍ରେନ୍ ଦୁର୍ଘଟଣା-୫୯ ମୃତ ଓ ୧୦୦ ଆହତ
- ୨୦୨୨ ଜାନୁଆରୀ ୧୩: ବିକାନେର-ଗୌହାଟୀ ଏକ୍ସପ୍ରେସ ଲାଇନଚ୍ୟୁତ- ୯ ମୃତ