ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପଛରେ କ’ଣ ରହିଛି କାରଣ? ଏହି ୧୦ଟି ବଡ଼ ପ୍ରଶ୍ନରେ ଲୁଚି ରହିଛି କାରଣ!

these 10 things are responsible for train accident in Balasore

ଓଡ଼ିଆ ଗସିପ ବ୍ୟୁରୋ : ଗତକାଲି ଅର୍ଥାତ ଶୁକ୍ରବାର ଦିନ ରାତିରେ ବାଲେଶ୍ୱରରେ ଏକ ଭୟାନକ ଟ୍ରେନ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଟିଥିଲା । ବାଲେଶ୍ୱରର ବାହାନଗା ଠାରେ ଏକ ଯାତ୍ରୀବାହୀ ଟ୍ରେନ୍ କରମଣ୍ଡଳ ଶାଲିମାର ଏକ୍ସପ୍ରେସ ଛିଡା ହୋଇଥିବା ଏକ ମାଲବାହି ଟ୍ରେନକୁ ଧକ୍କା ଦେବାପରେ ପରେ ଟ୍ରାକ ତଳକୁ ଖସି ପଡିଥିଲା ଓ ଅନ୍ୟ ଏକ ଟ୍ରେନ ୟସୱନ୍ତପୁର-ହାଓଡା ସୁପରଫାଷ୍ଟ ଟ୍ରାକ ତଳକୁ ଖସି ପଡିଥିବା କୋଚକୁ ଧକ୍କା ଦେଇ ଦ୍ରୁଘଟଣା ଗ୍ରସ୍ତ ହୋଇଥିଲା ।

ରେଳ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୮୮ ରେ ପହଞ୍ଚିଛି । ଏହା ସହିତ ୧୧୭୫ ରୁ ଅଧିକ ଲୋକ ଆହତ ହୋଇଥିବା ଖବର ରହିଛି । ଦୀର୍ଘ ୧୫ ଘଣ୍ଟା ପରେ ବର୍ତ୍ତମାନ ବାଲେଶ୍ୱରରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ।

ଅଧିକ ପଢ଼ନ୍ତୁ : ଟ୍ରେନ୍‌ ଦୁର୍ଘଟଣାରୁ ବଞ୍ଚି ଯାଉଥିବା ବେଳେ ଏବେ ବସ୍‌ ଦୁର୍ଘଟଣା ସମ୍ମୁଖୀନ ହେଲେ ଯାତ୍ରୀ..

ପୋଲିସ ମୃତଦେହର ପୋଷ୍ଟମର୍ଟମ କରୁଛି ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପରିଚୟ ପତ୍ର ଦେଖାଇବା ପରେ ସେମାନେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ସରକାର ସେମାନଙ୍କୁ ହସ୍ତାନ୍ତର କରୁଛନ୍ତି ।

ଟ୍ରେନ୍ ଦୁର୍ଘଟଣା ଯୋଗୁଁ ରାଜ୍ୟରେ ଦିନକ ପାଇଁ ଜାତୀୟ ଶୋକ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଜେପି ନାଡ୍ଡାଙ୍କ ସମେତ ଅନେକ ନେତା ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

ଦୁର୍ଘଟଣାକୁ ନେଇ ବର୍ତ୍ତମାନ ଉଠୁଛି ଏହି ୧୦ଟି ବଡ ପ୍ରଶ୍ନ :

ଏଭଳି ପରିସ୍ଥିତିରେ ଏହି ଟ୍ରେନ୍ ଦୁର୍ଘଟଣାକୁ ନେଇ ୧୦ଟି ବଡ ପ୍ରଶ୍ନ ଉଠିଛି । ଯାହାର ଉତ୍ତରରେ ବାଲେଶ୍ୱର ଦୁର୍ଘଟଣାର କାରଣ ଲୁଚି ରହିଛି । ରେଳମନ୍ତ୍ରୀ ଅଶ୍ୱିନି ବୌଷ୍ଣବଙ୍କୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।

- ପୂର୍ବରୁ ଟ୍ରାକରେ କିଛି ତ୍ରୁଟି ଥିଲା କି?

- ଟ୍ରାକଗୁଡିକର ଦୈନିକ ଯାଞ୍ଚରେ କୌଣସି ଅବହେଳା ହୋଇଥିଲା କି?

- ଟ୍ରାକ୍ ସହିତ କୌଣସି ଟ୍ୟାମ୍ପରିଂ କରାଯାଇଥିଲା କି?

- ଅଧିକ ବେଗ ଯୋଗୁଁ ଟ୍ରେନ୍ ଲାଇନ ଚ୍ୟୁତ୍ ହୋଇଥିଲା ​​କି?

ଅଧିକ ପଢ଼ନ୍ତୁ : କରମଣ୍ଡଳକୁ କାଳ ଶୁକ୍ରବାର: ୧୪ ବର୍ଷ ତଳର କାଳ ଶୁକ୍ରବାର ପରି କରମଣ୍ଡଳ ସହ ପୁଣି ଘଟିଛି ଏହି ଭୟଙ୍କର ଦୁର୍ଘଟଣା

- ଟ୍ରେନ୍ ଗୁଡିକ ଆଣ୍ଟି କଲିଜନ୍ ସିଷ୍ଟମ୍ (କବଚ୍) ସହିତ ଫିଟ୍ ହୋଇଥିଲା କି?

- ଯଦି କବଚ ଥିଲା ତେବେ ଧକ୍କା କିପରି ହେଲା?

- ଜିପିଏସ୍ ମନିଟରିଂରେ ଟ୍ରେନ୍ ଦୁର୍ଘଟଣା କାହିଁକି ଚିହ୍ନଟ ହେଲା ନାହିଁ?

- ଷ୍ଟେସନ ପାଖରେ ଥିଲା, ତେବେ ଟ୍ରେନର ଗତି କାହିଁକି ଏତେ ଦ୍ରୁତ ଗତିରେ ଥିଲା?

- ଦୁରୋନ୍ତ ଏକ୍ସପ୍ରେସର ସ୍ୱୟଂଚାଳିତ ବ୍ରେକିଂ ସିଷ୍ଟମ ବିଫଳ ହୋଇଥିଲା କି?

- ରେଳବାଇରେ କୌଣସି ଫାଟ ଥିଲା ନା ଟ୍ରାକର ପ୍ଲେଟ୍ ଢିଲା ଥିଲା?

Share this story