ଟ୍ରେନ୍‌ ଦୁର୍ଘଟଣାରୁ ବଞ୍ଚି ଯାଉଥିବା ବେଳେ ଏବେ ବସ୍‌ ଦୁର୍ଘଟଣା ସମ୍ମୁଖୀନ ହେଲେ ଯାତ୍ରୀ..

passenger meet bus accident followed by train accident

ଓଡ଼ିଆ ଗସିପ ବ୍ୟୁରୋ : କୁହାଯାଏ ବିପଦ ଯେତେବେଳେ ଆସେ, ତାର ଭାଇ ବନ୍ଧୁ କୁଟୁମ୍ବକୁ ଧରି ଆସେ ଓ ପୀଡ଼ିତଙ୍କୁ ଚାରିଆଡୁ ମାଡ଼ି ବସେ । ବାହାନଗା ଟ୍ରେନ ଟ୍ରାଜେଡିରେ ଏହାର ଉଦାହଣ ଦେଖିବାକୁ ମିଳିଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀ ବସ୍‌ରେ ଯାଉଥିବା ବେଳେ ଏହି ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।

ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ପରେ ଏବେ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କିଛି ଯାତ୍ରୀ । ବାହାନଗା ଦୁର୍ଘଟଣାରୁ ବର୍ତ୍ତି ବସ୍ ଦୁର୍ଘଟଣାର ସମ୍ମୁଖୀନ ହେଲେ ବାଲେଶ୍ୱରରୁ ପଶ୍ଚିମବଙ୍ଗ ଫେରୁଥିବା କିଛି ଯାତ୍ରୀ ।

ଅଧିକ ପଢ଼ନ୍ତୁ : କରମଣ୍ଡଳକୁ କାଳ ଶୁକ୍ରବାର: ୧୪ ବର୍ଷ ତଳର କାଳ ଶୁକ୍ରବାର ପରି କରମଣ୍ଡଳ ସହ ପୁଣି ଘଟିଛି ଏହି ଭୟଙ୍କର ଦୁର୍ଘଟଣା

ବସ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ମେଦିନୀପୁରରେ ଏକ ପିକ୍ ଅପ୍ ଭ୍ୟାନ୍ ସହ ବସ୍‌ର ଧକ୍କା ହୋଇଥିବା ଜଣାପଡ଼ିଛି । ବସ୍ ଦୁର୍ଘଟଣା ପରେ ମୃତାହତଙ୍କ ବିଶେଷ ସୂଚନା ନାହିଁ ।

ପଶ୍ଚିମବଙ୍ଗର ଯାତ୍ରୀମାନେ ଯାଉଥିବା ବେଳେ ମେଦିନୀପୁର ନିକଟରେ ହୋଇଛି ଏହି ଦୁର୍ଘଟଣା । ବସ୍‌ଟି ଏକ ପିକ୍ ଅପ୍ ଭ୍ୟାନ ସହିତ ଧକ୍କା ହୋଇଥିଲା । ତେବେ ଏହି ଦୁର୍ଘଟଣାର କ୍ଷୟକ୍ଷତି ସଂପର୍କରେ ବିଶେଷ କିଛି ସୂଚନା ଏପର୍ଯ୍ୟନ୍ତ ମିଳି ନାହିଁ ।

Share this story