୨୬ ହଜାର କୋଟି ନିବେଶରେ ଓଡ଼ିଶାରେ ହେବ ବିମାନ ଓ ପ୍ରତିରକ୍ଷା ଯନ୍ତ୍ରାଂଶ ଉତ୍ପାଦନ, ୧୨ ହଜାର ନିଯୁକ୍ତି ସୁଯୋଗ 

Kalyani Group to invest Rs 26000 crore in Odisha for aircraft and defense equipment production
ଓଡ଼ିଶାରେ ହେବ ବିମାନ ଓ ପ୍ରତିରକ୍ଷା ଯନ୍ତ୍ରାଂଶ ଉତ୍ପାଦନ

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାରେ କେବଳ ଛୋଟବଡ଼ ଜିଲ୍ଲାରୁ ବିମାନ ଚଳାଚଳ ଆରମ୍ଭ ହେଉନାହିଁ, ବରଂ ଏହି କ୍ଷେତ୍ରରେ ସମୃଦ୍ଧି ଆଣି ଏକ ରୂପାନ୍ତରିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ନୂତନ ଯୁଗ ସହ ଉନ୍ନତ ବୈଷୟିକ ନିଯୁକ୍ତି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଏହି କ୍ରମରେ ଓଡ଼ିଶାରେ ଏରୋସ୍ପେସ୍‌ ଓ ପ୍ରତିରକ୍ଷା ଉତ୍ପାଦନ ଆରମ୍ଭ ହେବାକୁ ଯାଉଛି। 

ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଢେଙ୍କାନାଳର ଗଜମରାଠାରେ ଉତ୍ପାଦନ କାରଖାନା ପ୍ରତିଷ୍ଠା ଲାଗି କଲ୍ୟାଣୀ ଷ୍ଟିଲ୍‌‌କୁ ଅନୁମତି ପ୍ରଦାନ କରିଛି। କମ୍ପାନୀ ଏଠାରେ ଟିଟାନିୟମ୍‌‌ ମେଟାଲ ଓ ବିମାନ ଯନ୍ତ୍ରାଂଶ ପ୍ରସ୍ତୁତ କରିବ।

ଏଥିସହ ଇଣ୍ଟିଗ୍ରେଟେଡ୍‌‌ ଆଡଭାନ୍ସ ସ୍ପେସିଆଲିଟି ଷ୍ଟିଲ୍‌ ଏବଂ ଅଟୋମୋବାଇଲ୍‌‌ ଯନ୍ତ୍ରାଂଶ ଉତ୍ପାଦନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍‌‌ ପ୍ରଦାନ କରିବେ। କମ୍ପାନୀ ଏଥିପାଇଁ ୨୬୦୦୦ କୋଟି ଟଙ୍କା ବିନିଯୋଗ କରିବା ସହ ୧୨୦୦୦ ଲୋକଙ୍କୁ ନିଯୁକ୍ତି ଦେବ ବୋଲି କହିଛି। ମୁଖ୍ୟତଃ ଉଚ୍ଚଦକ୍ଷତା ସମ୍ପନ୍ନ ଯୁବକ ଯୁବତୀଙ୍କ କର୍ମନିଯୁକ୍ତି ପାଇଁ ଏହି ପ୍ରକଳ୍ପ ବହୁତ ବଡ଼ ସୁଯୋଗ ଦେବ। 

ଅଧିକ ପଢନ୍ତୁ :ଆର୍ଥିକ ସ୍ଥିତି ଖରାପ ସହ ମାନସିକ ଅବସାଦରେ ରହିବେ ଏହି ରାଶିର ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଆଇଟିଆଇ, ପଲିଟେକ୍ନିକ୍‌‌, ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନବସମ୍ବଳ ଆବଶ୍ୟକତା ପୂରଣ କରିବେ। ଏଥିସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍‌‌ଏସ୍‌‌ଏମ୍‌‌ଇ) ଏବଂ ଷ୍ଟାର୍ଟଅପ୍‌‌ କମ୍ପାନୀ ପାଇଁ ମଧ୍ୟ ରୋଜଗାର ମିଳିବ।ଆଗାମୀ ଦିନରେ ବିଶ୍ୱ ଟିଟାନିୟମ୍‌‌ ଉତ୍ପାଦ ବଜାର ଏବଂ ଏଥିରେ ଭାରତର ଭାଗୀଦାରି ଅଭୂତପୂର୍ବ ଅଭିବୃଦ୍ଧି ହାସଲ କରିବ ବୋଲି ଆଶା କରାଯାଉଛି। ଏପରିସ୍ଥଳେ କଲ୍ୟାଣୀ ଷ୍ଟିଲ୍‌‌ ଲିମିଟେଡ୍‌‌ ଏରୋସ୍ପେସ୍‌ ଓ ପ୍ରତିରକ୍ଷା ଉପକରଣ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। 

ବିମାନ ଯନ୍ତ୍ରାଂଶ ଏବଂ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ୨୦୧୮ ମସିହାରେ ଓଡ଼ିଶା ଏରୋସ୍ପେସ୍‌ ଆଣ୍ଡ୍‌ ଡିଫେନ୍ସ ମାନୁଫାକ୍‌‌ଚରିଂ ପଲିସି ପ୍ରଣୟନ କରିଛନ୍ତି। ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ୍‌‌ ହେଉ ଅବା ବିଦେଶରେ ପୁଞ୍ଜିନିବେଶକ ସମ୍ମିଳନୀ; ସବୁଠି ରାଜ୍ୟ ସରକାର ନିବେଶକମାନଙ୍କୁ ଏହି କ୍ଷେତ୍ର ପ୍ରତି ଆକୃଷ୍ଠ କରିବାରେ ଅବହେଳା କରିନାହାନ୍ତି।

ଓଡ଼ିଶାରେ ବିମାନ ଓ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ପାଦ ଥାପିବା ଲାଗି ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଲ୍‌‌ ଆଣ୍ଡ ଟି ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଏସ୍‌‌ଏନ୍‌‌ ସୁବ୍ରମଣିୟନ୍‌‌ଙ୍କୁ ଆଲୋଚନା ସମୟରେ ପ୍ରସ୍ତାବ ଦେଇଥିଲେ। ଏହା ଉପରେ ବିଚାର କରି ନିଷ୍ପତ୍ତି ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ସେହିପରି ବେଙ୍ଗାଲୁରୁଠାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି କ୍ଷେତ୍ରରେ ପୁଞ୍ଜିବିନିଯୋଗ ପାଇଁ ପ୍ରସ୍ତାବ ଦେଇଥିଲେ। 

ଅଧିକ ପଢନ୍ତୁ :ଅଧିକ ଖର୍ଚ୍ଚାନ୍ତ ହେବା ସହ ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିେବ! ପଢନ୍ତୁ ଆଜିର ରାଶିଫଳ 

ଅପରପକ୍ଷେ ବିମାନ ଚାଳନା, ରକ୍ଷଣାବେକ୍ଷଣ କ୍ଷେତ୍ରରେ ମାନବସମ୍ବଳ ଅଭାବ ଦୂର ପାଇଁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସାର୍ଟିଫିକେଟ୍‌‌ ଇନ୍‌‌ ଏୟାରପୋର୍ଟ ଅପରେସନ୍‌‌ (ସିଏଓ), ବେସିକ୍‌‌ ଫାୟାର ଫାଇଟର୍ସ କୋର୍ସ (ବିଏଫ୍‌‌ଏଫ୍‌‌ସି) ଏବଂ ଏୟାର କାର୍ଗୋ ମ୍ୟାନଜେମେଣ୍ଟ ଏକଜିକ୍ୟୁଟିଭ୍‌‌ (ଏସିଏମ୍‌‌ଇ) ଭଳି ସ୍ୱତନ୍ତ୍ର ପାଠ୍ୟକ୍ରମରେ ୩୦୦ରୁ ଅଧିକ ଓଡ଼ିଆ ଯୁବକଙ୍କୁ ତାଲିମ ପ୍ରଦାନ କରାଯିବ।

ସେହିପରି ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ର (ବିପିଏସି) ଜରିଆରେ ବିମାନ ଚଳାଚଳ ଭିତ୍ତିକ ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦ୍ଦେଶାଳୟ ଏବଂ ଜିଏମ୍‌‌ଆର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଶ୍ୱ ମାନଦଣ୍ଡ ଅନୁସାରେ ପାଠ୍ୟକ୍ରମ ପ୍ରଚଳନ ହେବ। 

ଏପରି ପଦକ୍ଷେପ ମାଧ୍ୟମରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବା ସହ ଯୁବପିଢ଼ିଙ୍କ ପାଇଁ ଅତୁଳନୀୟ ଦକ୍ଷତା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଇଛି। ସେହିପରି ଢେଙ୍କାନାଳସ୍ଥିତ ବୀରସାଲ ଏୟାରଷ୍ଟ୍ରିପ୍‌‌ରେ ପ୍ରସ୍ତାବିତ ଏରୋ‌‌‌ସ୍ପେସ୍‌ ଏକାଡେମୀ ପ୍ରତିଷ୍ଠା କରି ସେଠାରେ ମଧ୍ୟ ଦକ୍ଷତା ବିକାଶ ପାଠ୍ୟକ୍ରମ ପ୍ରଚଳନ କରାଯିବ।

ଅଧିକ ପଢନ୍ତୁ :କନ୍ୟା ରାଶିରେ ବର୍ଷେ ରହିବେ କେତୁ ଫଳରେ ଏହି ୩ ରାଶି ହେବେ ମାଲାମାଲ  

 

Share this story