କନ୍ୟା ରାଶିରେ ବର୍ଷେ ରହିବେ କେତୁ ଫଳରେ ଏହି ୩ ରାଶି ହେବେ ମାଲାମାଲ  
 

Ketu Transit 2024 these 3 zodiac signs will get financial benefits
କେତୁ ଚଳନ ଏସବୁ ରାଶିଙ୍କ ମିଳିବ ଶୁଭଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗ୍ରହ ଚଳନ ଅନୁଯାୟୀ ଚଳିତ ବର୍ଷ ୨୦୨୪ ମସିହାରେ କେତୁ କନ୍ୟାରେ ଅବସ୍ଥାନ କରିବେ । କେତୁ ଗତ ବର୍ଷ ଅର୍ଥାତ ୨୦୨୩ ଅକ୍ଟୋବର ୩୦ରେ ଯାହା ସ୍ଥିତି ବଦଳାଇଥିଲେ । ଜ୍ୟୋତିଷଙ୍କ ଅନୁଯାୟୀ, କେତୁଙ୍କର ଏହି ପ୍ରତ୍ୟାବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କୁ ସକରାତ୍ମକ ଫଳ ଦେବ । କନ୍ୟାରେ ଚଳନ ସମୟରେ କେଉଁ ସବୁ ରାଶିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।

ଅଧିକ ପଢନ୍ତୁ :ଆର୍ଥିକ ସ୍ଥିତି ଖରାପ ସହ ମାନସିକ ଅବସାଦରେ ରହିବେ ଏହି ରାଶିର ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

କର୍କଟ:- କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କେତୁଙ୍କ ପ୍ରଭାବ ଶୁଭ ହେବାକୁ ଯାଉଛି। ଆପଣ ନୂତନ କାର୍ଯ୍ୟରେ ସଫଳତା ହାସଲ କରିବେ । ଘରେ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜବୁତ ରହିବ । ବିଦେଶରେ ପଢିବାକୁ ଚାହୁଁଥିବା ବିଦ୍ୟାର୍ଥୀଙ୍କର ଇଚ୍ଛା ପୂରଣ ହୋଇପାରେ । ବ୍ୟବସାୟୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ତଥା ଲାଭଦାୟକ ବୋଲି ପ୍ରମାଣିତ ହେବ ।

ମେଷ :- ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ । କିନ୍ତୁ ଖର୍ଚ୍ଚ କରିବା ସମୟରେ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ ।

ଅଧିକ ପଢନ୍ତୁ :ସମାନ ଗୋତ୍ରରେ ବିବାହ କଲେ କି ସମସ୍ୟା ଭୋଗିବେ? ଜାଣନ୍ତୁ ବିଜ୍ଞାନରେ ରହିଛି ଏହାର ଉତ୍ତର

ବିଛା:- କେତୁଙ୍କ ଚଳନ ବିଛା ରାଶି ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ସମୟରେ ବ୍ୟକ୍ତି ବ୍ୟବସାୟରେ ଏକ ବଡ ଡିଲ୍ କରିବାର ସୁଯୋଗ ପାଇବେ । ସମସ୍ତ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ସୁଦୃଢ ହେବ ।

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ମାନସିକ ଅଶାନ୍ତି ସହ କଠିନ ପରିସ୍ଥିତିର ସାମ୍ନା କରିବେ! ପଢନ୍ତୁ ରାଶିଫଳ 

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story