ଏହି ରାଶି ଲୋକଙ୍କ ମାନସିକ ଅଶାନ୍ତି ସହ କଠିନ ପରିସ୍ଥିତିର ସାମ୍ନା କରିବେ! ପଢନ୍ତୁ ରାଶିଫଳ 

Horoscope for Sunday 12 February 2024
ପଢନ୍ତୁ ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଅର୍ଥାତ ଫେବୃଆରୀ ୧୨ ହେଉଛି ସୋମ ବାର। ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିପାରେ। ପାରିବାରିକ ସହଯୋଗ ପାଇ ଆଗକୁ ବଢ଼ିବେ। ଆୟ ବୃଦ୍ଧି ହେବ।

ବୃଷ: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ ଦୂରଯାତ୍ରାରେ ଯାଇପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଅତିଥି ସତ୍କାର କରିେବ। ପିଲାମାନେ ଖେଳମନସ୍କ ହେବେ।

ମିଥୁନ:ଅଯଥା କଥାରୁ ବାଦ ବିବାଦ ସୃଷ୍ଟି ହେବ। ବିଦ୍ୟାର୍ଥୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିେବ। ସାଙ୍ଗସାଥୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ମିଳିବ।

କର୍କଟ: ଦିନଟି ଉତ୍ସାହର ସହ କଟିବ। ବନ୍ଧୁବାନ୍ଧବଙ୍କ ସ୍ନେହ ପାଇବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି ପ୍ରଶଂସିତ ହୋଇପାରନ୍ତି। ଅନ୍ୟ ଉପରେ ଅଧିକ ଭରସା କରି କ୍ଷତିରେ ପଡ଼ିବେ।

ଅଧିକ ପଢନ୍ତୁ :୪ଟି ବଡ଼ ଗ୍ରହର ଗତି ପରିବର୍ତ୍ତନ, ଏହି ରାଶିର ଲୋକଙ୍କ ଉପରେ ପଡିବ ଗଭୀର ପ୍ରଭାବ!

ସିଂହ: ମାନସିକ ଅବସାଦ ରହିବ। ଦରକାରୀ କାଗଜପତ୍ରକୁ ନିଜ ଦାୟିତ୍ବରେ ରଖନ୍ତୁ। ପ୍ରିୟଜନଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ। ଦାମ୍ପତ୍ୟ-ଜୀବନ ସୁଖମୟ ହେବ।

କନ୍ୟା: ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଛାତ୍ରଛାତ୍ରୀମାନଙ୍କ କ୍ୟାରିୟରରେ ଉନ୍ନତି ଦେଖାଦେବ। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ନୂତନ ନିଯୁକ୍ତି ସୁଯୋଗ ରହିଛି।

ତୁଳା: କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଅକସ୍ମାତ ଖର୍ଚ୍ଚାନ୍ତ ହୋଇପାରନ୍ତି। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟ ଉନ୍ନତି ପାଇଁ ନୂତନ ରାସ୍ତା ପାଇବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା: ପରିବାର ସହ ଅଧିକ ସମୟ କଟାଇବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ଫଳାଫଳ କରିପାରନ୍ତି। ଜୀବନରେ ନୂତନ ମୋଡ଼ ଦେଖାଦେବ। ଧର୍ମ ପ୍ରତି ରୁଚି ବଢ଼ିବାକୁ ଲାଗିବାକୁ ।

ଅଧିକ ପଢନ୍ତୁ :ଆର୍ଥିକ ସ୍ଥିତି ଖରାପ ସହ ମାନସିକ ଅବସାଦରେ ରହିବେ ଏହି ରାଶିର ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଧନୁ: ନକାରାତ୍ମକ ଚିନ୍ତା କରି ମାନସିକ ଅଶାନ୍ତିର ଶିକାର ହେବେ। ଆର୍ଥିକ ଅବସ୍ଥାରେ ସ୍ବଚ୍ଛଳତା ଦେଖାଦେଇପାରେ। ପ୍ରିୟ ବ୍ୟକ୍ତିଙ୍କୁ ମନକଥା କହି ସନ୍ତୋଷ ପାଇବେ। ପୂଜାର୍ଚ୍ଚନା କରନ୍ତୁ।

ମକର: ଲୋକପ୍ରିୟତା ହାସଲ କରିବେ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ଉଭୟ ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ମଧୁର ରହିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମାନ ସମ୍ମାନ ବୃଦ୍ଧି ପାଇବ।

କୁମ୍ଭ: ଅଟକି ଯାଇଥିବା କାର୍ଯ୍ୟ ପୂରଣ ହେବ। ଭ୍ରମଣଯୋଗ ରହିଛି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସୁଚାରୁରୂପରେ ତୁଲାଇବେ। ଭବିଷ୍ୟତ ପାଇଁ ଯୋଜନା କରିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ: ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ। ସମାଜରେ ମାନସମ୍ମାନ ପାଇବେ। କଠିନ ପରିଶ୍ରମ କରି ସଫଳତା ପାଇବେ। ପରିବାରରେ ହର୍ଷୋଲ୍ଲାସ ଦେଖାଦେବ। ଅର୍ଥପ୍ରାପ୍ତିର ଯୋଗ ରହିଛି।

ଅଧିକ ପଢନ୍ତୁ :ସମାନ ଗୋତ୍ରରେ ବିବାହ କଲେ କି ସମସ୍ୟା ଭୋଗିବେ? ଜାଣନ୍ତୁ ବିଜ୍ଞାନରେ ରହିଛି ଏହାର ଉତ୍ତର
 

Share this story