ଝିଅ, ବୋହୂ, ଗାର୍ଲଫ୍ରେଣ୍ଡମାନଙ୍କ ପାଇଁ ଖୁସି ଖବର; କାଲିଠୁ ଖୋଲିବ ମାର୍କେଟ ବିଲ୍ଡିଂ
ଓଡ଼ିଆ ଗସିପ୍ ବ୍ୟୁରୋ: ୨ସପ୍ତାହ ଧରି ବନ୍ଦ ରହିବା ପରେ, ଆସନ୍ତାକାଲି ଖୋଲିବ କି ଭୁବନେଶ୍ୱର ୟୁନିଟ-୨ ମାର୍କେଟ୍ ବିଲଡିଂ ? ଆଜି ପୁଣି ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ । ସ୍ଥାୟୀ ବ୍ୟବସାୟୀ ଓ ଉଠା ଦେକାନୀଙ୍କ ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ଦୀର୍ଘ ୧୬ ଦିନ ହେବ ବନ୍ଦ ରହିଛି ରାଜଧାନୀର ଏହି ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ ।
ଅଧିକ ପଢ଼ନ୍ତୁ: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା! ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ତେବେ ଆଜି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ଜଣିଆ ପ୍ରତିନିଧି ଦଳ ପୁଣି ଥରେ ବିଏମସି କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି । ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି କୁହାଯାଇଛି । ନଚେତ୍ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ଖୋଲିବ ନାହିଁ ବୋଲି ଏହି ସ୍ଥାୟୀ ବ୍ୟବସାୟୀଙ୍କ ସଂଘ ଚେତାବନୀ ଦେଇଛି ।
ଅଧିକ ପଢ଼ନ୍ତୁ: ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ
ଗୋଟିଏ ପଟେ ଉଠା ଦୋକାନୀଙ୍କୁ ମାର୍କେଟ ବିଲଡିଂରୁ ହଟାଇବା ଜିଦରେ ସ୍ଥାୟୀ ବ୍ୟବସାୟୀମାନେ ଅଡ଼ି ବସିଥିବା ବେଳେ, ଅନ୍ୟପଟେ ଥଇଥାନ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ହଟାଯାଇ ପାରିବ ନାହିଁ ବୋଲି କହୁଛନ୍ତି ଉଠା ଦୋକାନୀ । ତେଣେ ବିଏମସି ଅସ୍ଥାୟୀ ବ୍ୟବସାୟୀଙ୍କୁ ସ୍ଥାନ ଯୋଗାଇଦେବା ପାଇଁ ୪ଟି ଜାଗା ବାଛିଥିବା ସୂଚନା ମିଳିଛି ।