ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ

miscreants gangraped girl in pretext of providing her lift

ଓଡ଼ିଆ ଗସିପ୍ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ ଜଣେ ଅନାଥ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ୩ ଯୁବକ ଗଣ ଦୁଷ୍କର୍ମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗୋବିନ୍ଦପୁର ଥାନା ପୁଲିସ ଅଟକ ରଖିଛି ।

ଯୁବତୀ ଥାନାରେ କରିଥିବା ରିପୋର୍ଟ ଅନୁଯାୟୀ, ଗତକାଲି ଅପରାହ୍ନ ଗୋଟାଏ ବେଳେ ଟାଙ୍ଗରମୁଣ୍ଡାରେ ଗାଡ଼ି ଫେଲ ହେବାରୁ ସେ ଚାଲି ଚାଲି ବାମରା ଆଡ଼କୁ ଆସୁଥିଲେ । ବାମରା ପାର୍ଶ୍ବରୁ ବାଇକରେ ଆସୁଥିବା ୨ ଜଣ ଯୁବକ ଉକ୍ତ ଯୁବତୀଙ୍କୁ ଦେଖି ସେଠାରେ ଗାଡ଼ି ଅଟକାଇ କୁଆଡ଼େ ଯିବ ବୋଲି ପଚାରିଥିଲେ ।

ଅଧିକ ପଢ଼ନ୍ତୁ : ଓଡ଼ିଶା ଜମାକାରୀଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ ରାଜ୍ୟ ସରକାର

ଅଧିକ ପଢ଼ନ୍ତୁ : ମୃତ୍ୟୁମୁଖରୁ ମହିଳାଙ୍କୁ ବଞ୍ଚେଇ ଦେଲେ; ଟ୍ରାକ ତଳକୁ ପଶିଯାଉଥିବା ବେଳେ ଭିଡି ଆଣିଲେ ଦୁଇ RPF କର୍ମଚାରୀ

ଯୁବତୀ ଜଣଙ୍କ କହିଥିଲେ ଯେ ସାହାଜବାହାଲରେ ମାଉସୀ ଘର ଅଛି ସେଠାରେ ଛାଡ଼ିଦେଲେ ଭଲ ହେବ । ଫଳରେ ଦୁଇ ଯୁବକ କହିଥିଲେ ଯେ ଆମେ ମଧ୍ୟ ସେ ଅଞ୍ଚଳକୁ ଯାଉଛୁ କହି ତାଙ୍କୁ ବାଇକରେ ବସାଇଥିଲେ । ରାସ୍ତାରେ ମହୁଲଛାପଲ ଫାଟକଠାରେ ଜଣେ ଯୁବକ ବାଇକରୁ ଓହ୍ଲାଇ ଯାଇଥିଲା ।

ତେବେ ଅନ୍ୟ ଯୁବକ ଜଣଙ୍କ ସାହାଜବାହାଲ ଯିବା ପରିବର୍ତ୍ତେ ମହାବୀର ପାହାଡ଼କୁ ନେଇ ସେଠାରେ ଥିବା ଏକ ପରିତ୍ୟକ୍ତ ଘରେ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା ।

Share this story