ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା! ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

e sabu jilla re aaji adhika barsha

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ମୌସୁମୀ ସକ୍ରିୟ ଥିବା ପଛକୁ ପଛ ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ। ଗତ କିଛି ଦିନ ହେଲାଣୀ ରାଜ୍ୟରେ ବର୍ଷାର ବିତ୍ପାତ ଦେଖିବାକୁ ମିଳୁଛି । କାହିଁକିନା ଏବେ ଉତ୍ତର- ଓଡିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ ରାଜ୍ୟରେ ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଜାରି ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ୩୦ରୁ ତାରିଖରୁ ବର୍ଷାର ପରିମାଣ ବଢିଛି। ଏନେଇ କିଛି ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଅଧିକ ପଢ଼ନ୍ତୁ : ଓଡ଼ିଶା ଜମାକାରୀଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ ରାଜ୍ୟ ସରକାର

ପାଣିପାଗ ବିଭାଗର ତାଜା ଅପଡେଟ୍ ଅନୁସାରେ, ଆଜି ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରଞ୍ଜ ଆଲର୍ଟ ଜାରି କରାଯାଇଛି । ଢେଙ୍କାନାଳ, ସମ୍ବଲପୁର, ଅନୁଗୁଳ,ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କନ୍ଧମାଳ । ସେହିପରି ଆସନ୍ତା ୧ ତାରିଖରେ  ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ବରଗଡ଼, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ଯାଜପୁର ଏବଂ ଭଦ୍ରକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ଗୁଡିକରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ : ମୃତ୍ୟୁମୁଖରୁ ମହିଳାଙ୍କୁ ବଞ୍ଚେଇ ଦେଲେ; ଟ୍ରାକ ତଳକୁ ପଶିଯାଉଥିବା ବେଳେ ଭିଡି ଆଣିଲେ ଦୁଇ RPF କର୍ମଚାରୀ

ସୂଚନା ଥାଉ କି, ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ କିଛି ସ୍ଥାନରେ ବର୍ଷା ଜାରି ରହିଛି । ରାଜ୍ୟରେ ଆସନ୍ତା ୨ ତାରିଖ ଯାଏଁ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ସେପଟେ, ଜୁଲାଇ ମାସରେ ରାଜ୍ୟରେ ଭଲ ବର୍ଷା ହୋଇଥିବା ବର୍ଷା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ହୋଇଛି । ଗତ ୨୦୧୮ ମସିହା ଜୁଲାଇ ମାସରେ ଗୋଟିଏ ଅବପାତ, ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଓ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିଲା ।

ଅଧିକ ପଢ଼ନ୍ତୁ : ଦୁଇଫାଳ ହେବ ଆଫ୍ରିକା, ଜନ୍ମ ନେବ ନୂଆ ସମୁଦ୍ର; ଜାଣନ୍ତୁ କେମିତି ଘଟିବାକୁ ଯାଉଛି ଏହି ରହସ୍ୟମୟ ଘଟଣା

ସେହିବର୍ଷ ଜୁଲାଇରେ ୪୩୪.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୨୯% ଅଧିକ ଥିଲା ।  ସେହିପରି ୨୦୧୯ ମସିହାରେ ରାଜ୍ୟରେ ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଓ ୩ଟି ଲଘୁଚାପ ‌ସୃଷ୍ଟି ହୋଇଥିଲା । ସେହି ବର୍ଷ ରାଜ୍ୟରେ ୩୦୦.୩ ମିମି ବର୍ଷା ହୋଇଥିଲା । ଯାହାକି ସ୍ବାଭାବିକଠାରୁ ୨୯% କମ୍ ଥିଲା । ମାତ୍ର ୨୨୪.୮ ମିମି ବର୍ଷା ସହ ୩୫ ପ୍ରତିଶତ କମ୍ ବର୍ଷା ସେହିବର୍ଷ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି କରିଥିଲା ।  ୨୦୧୧ ମସିହାରେ ଗୋଟିଏ ଲଘୁଚାପ ଓ ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଥିଲା ଯାହା  ମଧ୍ଯ ଅନୁରୂପ ଭାବେ ଜୁଲାଇରେ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି କରିଥିଲା ।

Share this story