ଆଗାମୀ ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା

kalabaisakhi to forecsat in next three days in Odisha

ଓଡ଼ିଆ ଗସିପ ବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦ୍ର ପକ୍ଷରୁ ୩୦ ତାରିଖ ପାଇଁ ମୋଟ ୧୯ଟି ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ୬ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ରବିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡିରେ ବିଜୁଳି, ଘଡଘଡି ସହ ସ୍ଥଳ ବିଶେଷରେ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ବହିପାରେ । କନ୍ଧମାଳ, ସୋନପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ଦେବଗଡ଼ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆହୁରି ପଢ଼ନ୍ତୁ : 'ମୁଁ ବାରମ୍ବାର ମନା କରିବା ପରେ ବି ମତେ ବାନ୍ଧିଲ, ଏବେ 40 ଲକ୍ଷ ଭୁତକୁ ସମ୍ଭାଳ…'

ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ ଆସନ୍ତା ମେ ୫ ତାରିଖ ପାଖାପାଖି ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ରଟି ନିର୍ଦ୍ଦିଷ୍ଟ କେଉଁ ଦିନ ସୃଷ୍ଟି ହେବ, ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ଏହି ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇପାରେ । କିନ୍ତୁ ଏହା ବାତ୍ୟାରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ବୋଲି ଭାରତୀୟ ପାଣିପାଗବିଭାଗ(ଆଇଏମ୍‌‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ହିଁ ଏହାର ଗତିବିଧି ସ୍ପଷ୍ଟ ହେବ । ବର୍ତ୍ତମାନର ଆକଳନ ଅନୁସାରେ ଏହି ଲଘୁଚାପ କ୍ଷେତ୍ରର ପ୍ରଭାବ ଦକ୍ଷିଣ ବଙ୍ଗୋପସାଗର ଉପରେ ପଡ଼ିବ । କିନ୍ତୁ ଓଡ଼ିଶା ଉପରେ ଏହା କୌଣସି ପ୍ରଭାବ ପଡ଼ିବ ନାହିଁ ।

ଆହୁରି ପଢ଼ନ୍ତୁ : ଏମିତି ବି ଅଜବ ପରମ୍ପରା! ଗର୍ଭବତୀ ପତ୍ନୀଙ୍କୁ କାନ୍ଧେଇ ନିଆଁରେ ଚାଲନ୍ତି ସ୍ୱାମୀ!, ଏହି ପ୍ରଥା ପଛର କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

ତଥାପି ମତ୍ସ୍ୟଜୀବୀମାନେ ସେହି ସମୟରେ ଦକ୍ଷିଣ ବଙ୍ଗୋପସାଗରକୁ ଯାଆନ୍ତୁ ନାହିଁ । ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଉପରେ ନିରନ୍ତର ଭାବେ ଦୃଷ୍ଟି ରଖାଯାଇଛି । ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେଲେ ସଠିକ୍‌‌ ଭାବରେ ତଥ୍ୟ ଦିଆଯିବ ବୋଲି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।

Share this story

World Odia Language Conferene