'ମୁଁ ବାରମ୍ବାର ମନା କରିବା ପରେ ବି ମତେ ବାନ୍ଧିଲ, ଏବେ 40 ଲକ୍ଷ ଭୁତକୁ ସମ୍ଭାଳ…'

police arrested me now act against 40 lakhs ghost

ଓଡ଼ିଆ ଗସିପ ବ୍ୟୁରୋ: 'ମତେ ବାନ୍ଧିଲ ଏବେ ସମ୍ଭାଳିବ । 40 ଲକ୍ଷ ଭୁତ ଆସିବେ ଆଉ ଏ ଥାନା ପ୍ରାଚେରିକୁ ଉଡାଇ ଦେବେ । ମତେ ବାନ୍ଧିଛ ଏବେ ସମ୍ଭାଳିବ । ତୁମେ ଜାଣିଛ ତ ତୁମେ କାହାକୁ ବାନ୍ଧିଛ ମୁଁ ହେଉଛି ଭୁତ ମାନଙ୍କର ସଭାପତି । ମୁଁ ନୀତି ଆତ୍ମା ପ୍ରେତାତ୍ମାଙ୍କ ସହ କଥା ହେଉଛି । ଭୁତ ମାନଙ୍କର ମିଟିଂରେ ମୁଁ ସଭାପତି ସାଜିଛି । ମୁଁ ଯାହା କହୁଛି ସେଇଆ ହେଉଛି । ମୁଁ ଯେତେବେଳେ ଚାହିଁବି ସେତେବେଳେ କଳା ହାଣ୍ଡିଆ ମେଘ ଘୋଟାଇ ଆଣିବି ।'

'ଯେତେବେଳେ ଚାହିଁବି ସେତେବେଳେ ଏକା ସଙ୍ଗେ 40 ଲକ୍ଷ ଭୁତଙ୍କୁ ଡାକି ଏକାଠି କରି ଦେବି । ରାଜରାସ୍ତାରେ ହଲଚଲ ସୃଷ୍ଟି କରି ଦେବି ସମସ୍ତଙ୍କୁ ଡରାଇ ଭୟବିତ କରେଇ ଦେବି । ମୁଁ ହେଉଛି ବିପିନ ବାବା ଭୁତ ମାନଙ୍କର ସଭାପତି । 40 ଲକ୍ଷ ଭୁତଙ୍କୁ ପାଠ ପଢାଉ ଥିବା ବାବା ବିପିନ ରାଉତ ଏବେ ଜେଲର ଚାରି କାନ୍ଥ ଭିତରେ ।'

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ, ସାବଧାନ ରୁହନ୍ତୁ...

ଆଉ କୁଆଡେ ଜେଲର ଚାରି କାନ୍ଥ ଭିତରେ ଚିତ୍କାର କରୁଛନ୍ତି ବାବା ବିପିନ ରାଉତ । ଠିକ ଯେମିତି ସେ ଗଣମାଧ୍ୟମର ବୁମ ଆଗରେ ଚିତ୍କାର କରନ୍ତି । ବାବା ବିପିନ ଚିତ୍କାର କରି କହୁଛି ମୁଁ ଚାହିଁଲେ ଏବେ 40 ଲକ୍ଷ ଭୁତଙ୍କୁ ଡାକି ଆଣିବି । ଆଉ ଏ ଥାନାର ପାଚେରି ଏ ଲୁହା ବାଡ ସବୁ କିଛି ଓପାଡି ଦେବି । ଏ ସବୁ ଭିତରେ ପୋଲିସ ଅଧିକାରୀ ବାବାଙ୍କ କଥାର ପ୍ରତିକ୍ରିୟା ରଖି କହିଛନ୍ତି ହଁ ପ୍ରଥମେ ଭୂତଙ୍କୁ ଡାକିଲୁ ଦେଖିବା ।

ଏତେ ସବୁ ହେଇ ଗଲା ପରେ ମଧ୍ୟ ଫଣା ଟେକିବା ବନ୍ଦ କରିନି ବାବା ବିପିନ ରାଉତ । ଏହି କିଛି ଦିନ ତଳେ ସେ ଯେଉଁ କଥା କହୁ ଥିଲା ଆଜି ସେ ସେହି କଥା କହୁଛି । କୁଆଡେ ପୂର୍ବତ୍ତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଆତ୍ମା ତାଙ୍କ ପାଖକୁ ଆସୁଛି ।

ଆଉ କୁଆଡେ ତାଙ୍କ ସହ କଥା ବାର୍ତ୍ତା ହେଉଛି । 40 ଲକ୍ଷ ଭୁତକୁ କଣ୍ଟ୍ରୋଲରେ ରଖିଥିବା ବାବା ଏବେ କହୁଛନ୍ତି ଏବେ ଦେଖ 40 ଲକ୍ଷ ଭୁତକୁ ଆଣିବି ମତେ ଯେଉଁ ଥାନାରେ ରଖିଛ ସେ ଥାନାର ପ୍ରାଚେରି ଉଡେଇ ଦେବି । ଯାହା ଲୋକମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି ।

Share this story

World Odia Language Conferene