ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ, ସାବଧାନ ରୁହନ୍ତୁ...

lifestyle know your horoscope of April 29 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମେଷ: ଅନ୍ୟର ସାହାଯ୍ୟ ନେଇ କାମକୁ ପୂରା କରିବେ । ଦାମୀ ଗହଣା କିଣିବା ଯୋଗ ରହିଛି । ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ । ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରିବେ ।

ବୃଷ: ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ନିଜ କାମ ଉପରେ ଧ୍ୟାନ ଦେବା ଦରକାର । ପ୍ରେମ ସମ୍ପର୍କ ମଜଭୁତ୍‌ ରହିବ । ସାଥୀଙ୍କ ସହ ସମୟ ବିତାନ୍ତୁ । କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍‌ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି ।

ମିଥୁନ: ମନ ମୁତାବକ କାମ ହେବାରୁ ମନ ପ୍ରଫୁଲ୍ଲିତ ରହିବ । ବ୍ୟବସାୟିକ ନିଷ୍ପତ୍ତିକୁ ସ୍ଥଗିତ ରଖନ୍ତୁ । ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ଯୋଗ ରହିଛି । ଆର୍ଥିକ ସ୍ଥିତି ସୁଧାରିବାକୁ ସୁଯୋଗ ମିଳିବ ।

ଆହୁରି ପଢ଼ନ୍ତୁ : ରାଶିଫଳ: ଏ ହେଉଛନ୍ତି ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି, 2023 ରୁ 2025 ପର୍ଯ୍ୟନ୍ତ ରାଜା ଭଳି କାଟିବେ ଜୀବନ...

କର୍କଟ: ଅକସ୍ମାତ୍‌ ଧନଯୋଗ ରହିଛି । ପରିବାର ସହିତ ସମୟ ବିତାନ୍ତୁ । ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ ଯୋଜନା କରନ୍ତୁ । ନୂଆ କାମରେ ଯୋଗଦେବା ପୂର୍ବରୁ ଭଲଭାବେ ଯାଞ୍ଚ କରିବା ଜରୁରି ।

ସିଂହ: ବନ୍ଧୁମିଳନ ଓ ମନୋରଞ୍ଜନରେ ଦିନଟି ଭଲରେ କଟିବ । ସରକାରୀ କାମରେ ସଫଳତା ମିଳିବ । ଛାତ୍ରଛାତ୍ରୀ ପଢ଼ାମନସ୍କ ହେବେ । ନକାରାତ୍ମକ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ ।

କନ୍ୟା: ଆର୍ଥିକ ସ୍ଥିତି ଭଲ ରହିବ । ପରିବାର ସଦସ୍ୟଙ୍କ ସହିତ ଦୂରଯାତ୍ରା କରିପାରନ୍ତି । ପ୍ରେମ ବ୍ୟାପାରରେ ନିରାଶ ହେବେ । ଆୟ ଅନୁସାରେ ବ୍ୟୟ ବଢ଼ିବ । ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ ।

ତୁଳା: ତରବରିଆ ଭାବେ କୌଣସି କାମ କରନ୍ତୁନି । କୌଣସି ମାମଲାକୁ ନେଇ ଘରେ ଝାମେଲା ଲାଗି ରହିବ । ବ୍ୟବସାୟ ପାଇଁ ଅଧିକ ସମୟ ଦିଅନ୍ତୁ । ମୁଣ୍ଡବିନ୍ଧା ହୋଇପାରେ ।

ବିଛା: ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ପାଇଁ ଅଡ଼ୁଆରେ ପଡ଼ିପାରନ୍ତି । ଯୁବପିଢ଼ି କ୍ୟାରିୟରକୁ ନେଇ ଉତ୍ସାହିତ ରହିବେ । ନିଜକୁ ସକାରାତ୍ମକ ରଖନ୍ତୁ । ଯାତାୟାତ ସମୟରେ ଧ୍ୟାନ ରଖନ୍ତୁ ।

ଧନୁ: ଅଟକି ଥିବା ଧନ ଫେରିପାରିବେ । ସଫଳତା ପାଇଁ ଚେଷ୍ଟା ଜାରି ରଖନ୍ତୁ । ଅଫିସରେ ଅଚାନକ କୌଣସି କଥାକୁ ନେଇ ଚିନ୍ତିତ ରହିବେ । ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ ।

ଆହୁରି ପଢ଼ନ୍ତୁ : ରାଜ୍ୟକୁ ବାତ୍ୟା ଭୟ ! ପାଣିପାଗ ବିଭାଗ ପକ୍ଷରୁ ଆସୁଛି ବଡ଼ ସୂଚନା

ମକର: ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ । ଅର୍ଥ ଦେଣ-ନେଣକୁ ନେଇ ସମସ୍ୟାରେ ପଡ଼ିବେ । ଭ୍ରମଣ ଯୋଗ ରହିଛି । ପତି-ପତ୍ନୀଙ୍କ ପାଇଁ ସମୟ ଭଲ ।

କୁମ୍ଭ: ଅଟକି ଥିବା କାର୍ଯ୍ୟ ପୂରା ହେବ । ପାରିବାରିକ ଚିନ୍ତା ରହିବ । ଘରେ ସୁଖ ଶାନ୍ତି ବଜାୟ ରହିବ । ନୂତନ ବନ୍ଧୁ ସାକ୍ଷାତ ଯୋଗ ରହିଛି । ଗୁରୁଜନଙ୍କ କଥାନୁସାରେ କାମ କରିବା ଭଲ ।

ମୀନ: ଜମି କିଣା-ବିକା ଯୋଗ ରହିଛି । ଅଯଥା କଥାେର ମୁଣ୍ଡ ପୁରାନ୍ତୁନି । ସନ୍ତାନଙ୍କ ସଫଳତା ଖୁସି ଦେବ । ଅନ୍ୟ କାହାର ସାହାଯ୍ୟ ନିଅନ୍ତୁନି । ନକାରାତ୍ମକ ଲୋକଙ୍କଠାରୁ ଦୂରେଇ ରୁହନ୍ତୁ ।

Share this story

World Odia Language Conferene