ରାଜ୍ୟକୁ ବାତ୍ୟା ଭୟ ! ପାଣିପାଗ ବିଭାଗ ପକ୍ଷରୁ ଆସୁଛି ବଡ଼ ସୂଚନା

cyclone likely to hit Odisha coast in the month of May

ଓଡ଼ିଆ ଗସିପ ବ୍ୟୁରୋ: ପାଣିପାଗକୁ ନେଇ ଆସୁଛି ବଡ଼ ସୂଚନା । ମେ' ୧୦ ତାରିଖରେ ବଙ୍ଗୋପାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି । ଖରା ଦିନେ ବାତ୍ୟା ଭୟ । ଗତ କିଛି ବର୍ଷ ହେବ ଗ୍ରୀଷ୍ମ ଋତୁରେ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ବାତ୍ୟା । ଯାହା ମୁଖ୍ୟତଃ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟକୁ ପ୍ରଭାବିତ କରେ ।

ଗତ ୪ ବର୍ଷ ହେବ ବଙ୍ଗୋପସାଗରରେ ପ୍ରାକ୍ ମୌସମୀ ବାତ୍ୟା ଦେଖିବାକୁ ମିଳିଥିଲା । ଆସନ୍ତା ମେ' ୧୦ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି । ପାଣିପାଗ (weather)କୁ ନେଇ ଆସୁଛି ବଡ଼ ସୂଚନା । ମେ' ୧୦ ତାରିଖରେ ବଙ୍ଗୋପାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି ଯେ, ଆଣ୍ଡାମାନ ସାଗର ଉପକୂଳରେ ଏହି ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ରହୁଛି । ମେ ଓ ଜୁନ୍‌ ମାସରେ ବାୟୁଚଳନର ପ୍ରବାହ, ସମୁଦ୍ର ପତନର ତାପମାତ୍ରା ଏବଂ ପ୍ରଶାନ୍ତ ମହାସାଗରରେ ରହିଯାଇଥିବା ବାତ୍ୟାର ଅବଶିଷ୍ଟାଂଶ, ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟି କରିବାକୁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ ।

ଆହୁରି ପଢ଼ନ୍ତୁ : ରାଶିଫଳ: ଏ ହେଉଛନ୍ତି ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି, 2023 ରୁ 2025 ପର୍ଯ୍ୟନ୍ତ ରାଜା ଭଳି କାଟିବେ ଜୀବନ...

ଏପ୍ରିଲ ମେ' ମାସ ଆସିଲେ ରାଜ୍ୟବାସୀଙ୍କୁ ଘାରେ ବାତ୍ୟା ଭୟ । କାରଣ ଗତ ୪ ବର୍ଷ ହେବ ଲଗାତାର ପ୍ରାକ୍ ମୌସୁମୀ ବାତ୍ୟା ବଙ୍ଗୋପସାଗରରେ ପରିଲକ୍ଷିତ ହେଉଛି । ଯାହା ଓଡ଼ିଶା ନଚେତ୍ ପଡ଼ୋଶୀ ରାଜ୍ୟକୁ ପ୍ରଭାବିତ କରୁଛି । ତେବେ ମେ ମାସର ଆସିଥିବା ପ୍ରଳୟଙ୍କରୀ ବାତ୍ୟା 'ଫନି' ଏହି ଭୟ କୁ ଦ୍ଵିଗୁଣିତ କରିଛି ।

ଜାଣିବା ଗତ ୪ ବର୍ଷରେ ଆସିଥିବା ପ୍ରଳୟଙ୍କରୀ ବାତ୍ୟା ଉପରେ । ୨୦୨୨ ମେ ୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଆସାନି ୧୧ ତାରିଖରେ ଆନ୍ଧ୍ରପ୍ରଦେଶରେ ହିଟ୍ କରିଥିଲା । ୨୦୨୧ ମେ ୨୩ ରେ ୟସ୍ ସୃଷ୍ଟି ହୋଇ ୨୮ ରେ ପଶ୍ଚିମବଙ୍ଗରେ ହିଟ୍ କରିଥିବାବେଳେ ଓଡ଼ିଶାରେ ପ୍ରଭାବ ପକାଇଥିଲା । ୨୦୨୦ ମେ ୧୬ରେ ସୃଷ୍ଟି ହୋଇଥିଲା ବାତ୍ୟା ଆମ୍ଫନ ଆଉ ୨୧ ରେ ପଶ୍ଚିମବଙ୍ଗରେ ପ୍ରଳୟ ରଚିଥିଲା ।

ସବୁଠାରୁ ଶକ୍ତିଶାଳୀ ବାତ୍ୟା 'ଫନି' ୨୦୧୯ ଏପ୍ରିଲ ୨୬ ରେ ସୃଷ୍ଟି ହୋଇ ମେ ୫ ପର୍ଯ୍ୟନ୍ତ ରହିଥିଲା । ମେ ୩ ତାରିଖରେ ସର୍ବାଧିକ ପ୍ରଳୟ ଓଡ଼ିଶା ଉପକୂଳରେ ରଚିବା ପରେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ପକାଇଥିଲା ପ୍ରଭାବ । ସାଧାରଣତଃ ବାତ୍ୟା ଋତୁ ଦୁଇଟି ଥାଏ । ପ୍ରି ମନସୁନ ଓ ପୋଷ୍ଟ ମାନଶୁନ । ପ୍ରାକ୍ ମୌସୁମୀ ଅର୍ଥାତ୍ ଏପ୍ରିଲ, ମେ ଓ ଜୁନ ମାସରେ ଆସୁଥିବା ବାତ୍ୟା । ଏହି ସମୟର ବାୟୁମଣ୍ଡଳର ତଳ ଭାଗ ଓ ଉପରି ଭାଗରେ ଯେଉଁ ବାୟୁ ରହେ ସେଥିରେ ବିଶେଷ ତାରତମ୍ୟ ନଥାଏ । ଏଣୁ ଏହି ସମୟରେ ବଙ୍ଗୋପସାଗରରେ ଯେଉଁ ଲଘୁଚାପ କିମ୍ବା ଅବପାତ ସୃଷ୍ଟି ହୁଏ ତାହା ଶକ୍ତିଶାଳୀ ହୁଏ ।

ଆହୁରି ପଢ଼ନ୍ତୁ : ଖେଳ ଶିଖାଇବାକୁ କହି ଯୁବତୀଙ୍କ ଇଜ୍ଜତ ସହ ଖେଳି ଦେଲେ ରସିକିଆ ପିଇଟି ସାର୍‌...

ଗ୍ଲୋବାଲ ୱାର୍ମିଂ ଯୋଗୁଁ ମୌସୁମୀ ପୂର୍ବରୁ ବିଶ୍ଵର ସମସ୍ତ ସମୁଦ୍ର ବା ଜଳପତ୍ତନ କ୍ରମାଗତ ଭାବେ ଉତ୍ତପ୍ତ ହେବାରେ ଲାଗିଛି । ଫଳରେ ସମୁଦ୍ର ପୃଷ୍ଠ ଗୁଡ଼ିକ ମଧ୍ୟ ଉତ୍ତପ୍ତ ହୁଏ । ଏଣୁ ପ୍ରବଳ ମାତ୍ରାରେ ଜଳୀୟବାଷ୍ପ ବାଷ୍ପୀଭୂତ ହୋଇ ସମୁଦ୍ରରୁ ବାୟୁମଣ୍ଡଳକୁ ପ୍ରବେଶ କରେ । ଯାହା ବାତ୍ୟାକୁ ଅଧିକ ଶକ୍ତିଶାଳୀ କରିବାରେ ସହାୟକ ହୁଏ । ୨୦୧୯ ର ପ୍ରଳୟଙ୍କରୀ ବାତ୍ୟା ଫନି ଭୟ ମନରୁ ଏ ଯାଏଁ ଭୁଲି ନାହାଁନ୍ତି ଉପକୂଳ ଓଡ଼ିଶାବାସୀ । ମେ ମାସ ଆସିଲେ ଏବେ ବି ଲାଗୁଛି ଡର । ହେଲେ ଆସନ୍ତା ୧୫ ଦିନ ଯାଏଁ ସେଭଳି କୌଣସି ସ୍ଥିତି ନ ଥିବା କହିଛି ପାଣିପାଗ କେନ୍ଦ୍ର ।

Share this story

World Odia Language Conferene