ଖେଳ ଶିଖାଇବାକୁ କହି ଯୁବତୀଙ୍କ ଇଜ୍ଜତ ସହ ଖେଳି ଦେଲେ ରସିକିଆ ପିଇଟି ସାର୍‌...

PET teacher cheat woman in the pretext of promising to marry her

ଓଡ଼ିଆ ଗସିପ ବ୍ୟୁରୋ: ଜଣେ ଯୁବତୀଙ୍କୁ ଖେଳ ଶିକ୍ଷକ ଯୌନ ଶୋଷଣ କରୁଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହିତ ଶିକ୍ଷକ ଶାରୀରିକ ସର୍ମ୍ପକ ରଖିଥିବା ସେ ଅଭିଯୋଗ କରିଥିବା ଜଣାପଡିଛି ।

ଶିକ୍ଷକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ସାଉନ୍ତପୁର ଗ୍ରାମର ସୌରଭ ପ୍ରଧାନ । ସେ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରେ ଖେଳ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ।

ସୂଚନା ଅନୁସାରେ ତାଲପାଲି ପଡାର ଜନୈକା ଯୁବତୀଙ୍କ ସହିତ ସୌରଭ ଫେସବୁକରେ ଚିହ୍ନା ପରିଚିତ ହୋଇଥିଲେ । କଥାବାର୍ତ୍ତା ହେବା ପରେ ସେମାନେ ପରସ୍ପରକୁ ଭଲପାଉଥିଲେ । ଏପରିକି ଦୁହେଁ ଶାରୀରିକ ସର୍ମ୍ପକ ମଧ୍ୟ ରଖିଥିବା ଯୁବତୀ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ : ହୋଟେଲରେ କବାଟ ଖୋଲି ଏକା ଶୋଇଥିବା ଦେଖି ଆଇନ ଛାତ୍ରୀଙ୍କ ଇଜ୍ଜତ ସହ ଖେଳିଲେ ମ୍ୟାନେଜର, ଆଉ ତା'ପରେ...

ତେବେ ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହିତ ଯୌନ ସର୍ମ୍ପକ ରଖିଥିଲେ । ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ସମୟରେ ତାଙ୍କର କିଛି ଫଟୋ ମଧ୍ୟ ରଖିଥିବା ଜଣାପଡିଛି ।

ଆଉ ଏବେ ସୌରଭ ତାଙ୍କୁ ଧରା ଛୁଆଁ ଦେଉନଥିବା ବେଳେ ସେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅପରପକ୍ଷେ ସୌରଭ ଦୁଇ ତିନି ଦିନ ହେଲା କୁଆଡେ ଫେରାର ଥିବାବେଳେ ପରିବାର ଲୋକଙ୍କ ତରଫରୁ ପୁଇଁତଲା ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିବା ସୂଚନା ରହିଛି ।

Share this story

World Odia Language Conferene