ହୋଟେଲରେ କବାଟ ଖୋଲି ଏକା ଶୋଇଥିବା ଦେଖି ଆଇନ ଛାତ୍ରୀଙ୍କ ଇଜ୍ଜତ ସହ ଖେଳିଲେ ମ୍ୟାନେଜର, ଆଉ ତା'ପରେ...

Law girl student in Cuttack raped by manager in hotel

ଓଡ଼ିଆ ଗସିପ ବ୍ୟୁରୋ: ଜଣେ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ୮ ଜଣ ସାଙ୍ଗ ମିଶି ଏକ ହୋଟେଲକୁ ଆସିଥିଲେ । ସେଠାରେ ଜନ୍ମଦିନ ପାଳନ କରିବା ପରେ ରହିଥିଲେ । ଆଉ ରାତିରେ ହୋଇଗଲେ ଦୁଷ୍କର୍ମର ଶିକାର । ଏପରି ଏକ ଅଭାବନୀୟ ଘଟଣା ଘଟିଛି କଟକର ମଧୁପାଟଣା ଅଞ୍ଚଳରେ ।

କଟକ ମଧୁପାଟଣା ଅଞ୍ଚଳର ଏକ ହୋଟେଲକୁ ସାଙ୍ଗସାଥୀଙ୍କ ସହ ଜନ୍ମଦିନ ପାଳନ କରିବାକୁ ଆସିଥିବା ଜଣେ ଆଇନ ପଢୁଥିବା ଛାତ୍ରୀଙ୍କୁ, ସେହି ହୋଟେଲର ମ୍ୟାନେଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଥାନାରେ ଏତଲା ପରେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ତଦନ୍ତ ଚଲାଇଛି ।

ମିଳିଥିବେ ସୂଚନା ଅନୁସାରେ ଏକ ଜଣାଶୁଣା ବିଶ୍ବବିଦ୍ୟାଳୟର ୮ ଜଣ ସହପାଠୀ ଜନ୍ମଦିନ ପାଳନ ପାଇଁ ମଧୂପାଟଣାର ଏକ ହୋଟେଲକୁ ଯାଇଥିଲେ । ପାର୍ଟି ସରିବା ପରେ ବୁକ୍ ହୋଇଥିବା ୪ଟି ରୁମରେ ବିଶ୍ରାମ ନେବାକୁ ଯାଇଥିଲେ ପୀଡ଼ିତା ଓ ତାଙ୍କର କିଛି ସହପାଠୀ ।

ପରଦିନ ସକାଳୁ ନିଜକୁ ଅସ୍ୱାଭାବିକ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପୀଡ଼ିତା । ରୁମର କବାଟ ମଧ୍ୟ ଖୋଲାଥିଲା । ପରେ ଅନ୍ୟ ସହପାଠୀମାନେ ଆସି ତନାଘନା କରିବାରୁ ଛାତ୍ରୀ ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା ।

ଏନେଇ ତୁରନ୍ତ ମଧୁପାଟଣା ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଜେରା ପରେ ଅଭିଯୁକ୍ତ ମ୍ୟାନେଜର ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରିଛି ମଧୁପାଟଣା ପୁଲିସ ।

ଏନେଇ କଟକ ଡିସିପି କହିଛନ୍ତି ପୀଡିତାଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସହ ହୋଟେଲର ସିସିଟିଭି ଫୁଟେଜକୁ ତର୍ଜମା କରି ହୋଟେଲର ମ୍ୟାନେଜରକୁ ଗିରଫ କରିଛି । ଅଭିଯୁକ୍ତ ମ୍ୟାନେଜର ଦୋଷ ସ୍ୱୀକାର କରିଛି । ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରିଛି ମଧୁପାଟଣା ପୁଲିସ । ବର୍ତ୍ତମାନ ଘଟଣା ନେଇ ଅଧିକ ତଦନ୍ତ କରାଯାଉଛି ।

Share this story

World Odia Language Conferene