ଏମିତି ବି ଅଜବ ପରମ୍ପରା! ଗର୍ଭବତୀ ପତ୍ନୀଙ୍କୁ କାନ୍ଧେଇ ନିଆଁରେ ଚାଲନ୍ତି ସ୍ୱାମୀ!, ଏହି ପ୍ରଥା ପଛର କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

In this country husband walks on fire with pregnant wife

ଓଡ଼ିଆ ଗସିପ ବ୍ୟୁରୋ: ଗର୍ଭବତୀ ପତ୍ନୀଙ୍କୁ ସ୍ୱାମୀ କାନ୍ଧରେ ଉଠାଇ ଜଳନ୍ତା ନିଆଁ ଉପରେ ଚାଲନ୍ତି । ଏହି ପ୍ରଥା ପଛର କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ଯ । ବିଭିନ୍ନ ଦେଶରେ ଗର୍ଭବତୀ ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକାର ରୀତିନୀତି ରହିଛି । କେତେକ ସ୍ଥାନରେ ଗର୍ଭବତୀ ମହିଳା ମାନଙ୍କ ପାଇଁ କିଛି ଅଜବ ରୀତିନୀତି ମଧ୍ୟ କରାଯାଇଥାଏ । ଯାହାକୁ ଦେଖିଲେ କିମ୍ବା ଶୁଣିଲେ ଆପଣ ବିଶ୍ୱାସ କରିବେ ନାହିଁ । ଏଭଳି ଏକ ଅଜବ ରୀତିନୀତି ବା ପ୍ରଥା ଆମ ପଡୋଶୀ ଦେଶ ଚାଇନାରେ କରାଯାଏ ।

ଚାଇନାରେ ଯେବେ ବି କୌଣସି ମହିଳା ଗର୍ଭବତୀ ହୁଅନ୍ତି ସେତେବେଳେ ତାଙ୍କ ସ୍ୱାମୀ କାନ୍ଧରେ ଉଠାଇ ଜ୍ୱଳନ୍ତ କୋଇଲା ବା ଅଙ୍ଗାର ଉପରେ ଚାଲିଥାନ୍ତି । ତେବେ ଏଭଳି କରିବା ଦ୍ୱାରା ଶିଶୁ ଏବଂ ମା'ର ସ୍ୱାସ୍ଥ୍ୟ ଭଲ ରହିଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି । ଖାଲି ଏତିକି ନୁହେଁ ଚାଇନାରେ ୟୁଲିନ୍ ରେ ଡଗ୍‌ ମିଟ୍‌ ଭଳି ଏକ ମହୋତ୍ସବ ମଧ୍ୟ ପୂର୍ଣ୍ଣ ଉତ୍ସାହର ସହିତ ପାଳନ କରାଯାଇଥାଏ । ଯେଉଁଥିରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ ।

ଆହୁରି ପଢ଼ନ୍ତୁ : 'ମୁଁ ବାରମ୍ବାର ମନା କରିବା ପରେ ବି ମତେ ବାନ୍ଧିଲ, ଏବେ 40 ଲକ୍ଷ ଭୁତକୁ ସମ୍ଭାଳ…'

ଗର୍ଭବତୀ ପତ୍ନୀଙ୍କୁ ସ୍ୱାମୀ କାନ୍ଧରେ ଉଠାଇ ଜଳନ୍ତା ନିଆଁ ଉପରେ ଚାଲିବା ପଛରେ ଏକ ବଡ଼ କାରଣ ରହିଛି । ସାଧାରଣତଃ ସେମାନେ ଭାବିଥାନ୍ତି ଯଦି ସ୍ୱାମୀ ଗର୍ଭବତୀ ପତ୍ନୀଙ୍କୁ ବିନା କୌଣସି ବାଧାରେ କାନ୍ଧରେ ଉଠାଇ ଜ୍ୱଳନ୍ତା କୋଇଲା ଉପରେ ଚାଲନ୍ତି ତେବେ ମା ’କମ୍ ଯନ୍ତ୍ରଣା ଅନୁଭବ କରି ସହଜରେ ସନ୍ତାନକୁ ଜନ୍ମ ଦେଇଥାଏ ।

କେବଳ ସେତିକି ନୁହେଁ, ଚୀନର ପୁରୁଷମାନେ ଏହି ରୀତିନୀତିକୁ ସମ୍ପୂର୍ଣ୍ଣ କରିଥାନ୍ତି । କାରଣ ସେମାନେ ଜାଣିଥାନ୍ତି, ମା' ଶରୀରରୁ ୯ ମାସ ପର୍ଯ୍ୟନ୍ତ ହରମୋନ ନିଷ୍କାସିତ ହୋଇଥାଏ । ଯାହା ଫଳରେ ମହିଳା ମାନଙ୍କର ମନରେ ପରିବର୍ତ୍ତନ ହୋଇଥାଏ ତେଣୁ ସେମାନେ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେବା ସହ ବହୁ କଷ୍ଟ ମଧ୍ୟ ପାଇଥାନ୍ତି ।

ତେବେ ଏଭଳି ପରିସ୍ଥିତିରେ ପୁରୁଷମାନେ ବିଶ୍ୱାସ କରନ୍ତି ଯେ ପିତା ହେବା ପାଇଁ ସେମାନଙ୍କର ଯାତ୍ରା ମଧ୍ୟ ସହଜ ହେବା ଉଚିତ୍ ନୁହେଁ । ଏପରି ସ୍ଥିତିରେ ଜ୍ୱଳନ୍ତ ଅଙ୍ଗାର ଉପରେ ଚାଲିବା ତାଙ୍କ ପାଇଁ ଏବଂ ତାଙ୍କ ଗର୍ଭବତୀ ପତ୍ନୀଙ୍କ ପାଇଁ କଷ୍ଟ ସାଧ୍ୟ । କିନ୍ତୁ ଚୀନ୍‌ ରେ କିଛି ଲୋକ ଭାବନ୍ତି , ଏଭଳି ଜ୍ୱଳନ୍ତ ଅଙ୍ଗାରରେ ଚାଲିବା ଦ୍ୱାରା ମା' ଏବଂ ଶିଶୁ ପାଇଁ ହାନିକାରକ ମଧ୍ୟ ହୋଇପାରେ ।

ଆହୁରି ପଢ଼ନ୍ତୁ : ଆସୁଛି ଲଘୁଚାପ, ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଆଶଙ୍କା, ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

କାରଣ ଯଦି ଅଙ୍ଗାରରେ ଚାଲିବା ବେଳେ ଭୁଲବଶତଃ ସ୍ୱାମୀର ପାଦ ଖସି ଯାଏ ତେବେ ଏହା ବିପଦ ଜନକ ହୋଇପାରେ । ଅନେକ ଲୋକଙ୍କ ମତରେ ଏହା ଏକ ଆଧ୍ୟାତ୍ମିକ ପ୍ରଥା । ଯେଉଁଥିରେ ପିତା ନିଜ ଜନ୍ମିତ ସନ୍ତାନ ଓ ନିଜ ସ୍ତ୍ରୀ ର ଯନ୍ତ୍ରଣାରେ ସାହାଯ୍ୟ କରିବା ସହ ତାଙ୍କ ପ୍ରତି ନିଜ ଭଲ ପାଇବାର ପରିମାଣ ମଧ୍ୟ ଜଣା ପଡିଥାଏ । ଖାଲି ଏତିକି ନୁହେଁ ଅନେକ ଲୋକଙ୍କ ମତରେ ଏହି ରୀତିନୀତି ମହିଳାମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାର ଏକ ମାଧ୍ୟମ ଅଟେ ।

Share this story

World Odia Language Conferene