ମୁଣ୍ଡିଆ ମାରି ବିଧାନସଭା ଗୃହରୁ ବିଦାୟ ନେଲେ ସୁର, ଭାବବିହ୍ୱଳ ହୋଇ କହିଲେ ଏପରି କଥା...
 

Jatni MLA Suresh Rautray Bids Farewell To Odisha Assembly After Close Budget Session
ମୁଣ୍ଡିଆ ମାରି ଗୃହରୁ ବିଦାୟ ନେଲେ ସୁର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।  ବିଧାନସଭା ଗୃହରୁ ସୁର ବାହାରିବା ବେଳେ ମୁଣ୍ଡିଆ ମାରି ଭାବବିହ୍ୱଳ ହୋଇପଡିଥିଲେ । ଖାଲି ଭାବବିହ୍ୱଳ ହୋଇନଥିଲେ କହିଥିଲେ ଏହା ମୋର ଶେଷ ବିଧାନସଭା । 

ସବୁବେଳେ ନିଜର କୌତୁହଳପୂର୍ଣ୍ଣ ବୟାନ ପାଇଁ ସଭିଙ୍କ ପସନ୍ଦରେ ଥାନ୍ତି ଜଟଣୀ ବିଧାୟକ। ସମୟ ସମୟରେ କିଛି ନ କିଛି କାର୍ଯ୍ୟ କରିଥାନ୍ତି ଯାହା ଚର୍ଚ୍ଚାର ପରିସରକୁ ଆଣିଥାଏ। ବର୍ତ୍ତମାନ ବଜେଟ୍ ଅଧିବେଶନର ଶେଷ ଦିନରେ ସେ ଭାବବିହ୍ୱଳ ହୋଇ ବିଧାନସଭାକୁ ମୁଣ୍ଡିଆ ମାରିଛନ୍ତି।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ଗୃହରୁ ବାହାରିବା ବେଳେ ସେ କହିଛନ୍ତି, ଏହା ତାଙ୍କର ଶେଷ ବିଧାନସଭା । ସେ ଆଗକୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତି ନେଇସାରିଛନ୍ତି । ନିଜେ ନ ଲଢିଲେ ମଧ୍ୟ ଲୋକଙ୍କ ପାଇଁ କାମ କରୁଥିଲି କରିବି ବୋଲି କହିଛନ୍ତି ସୁର । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲି ଏବଂ ରହିବି । ବିଧାନସଭାକୁ ଆସିବିନି ଏଥିପାଇଁ ଦୁଃଖ ଲାଗୁଛି । 

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ପ୍ରଥମ ଥର ୧୯୭୭ ମସିହାରେ ବିଧାୟକ ହୋଇ ଆସିବା ପରେ ଲଗାତାର ଜଟଣୀ ଲୋକଙ୍କ ପାଇଁ ସ୍ୱର ଉଠାଇ ଆସିଛି । ଲୋକଙ୍କ କାମ କରିବାକୁ ବହୁତ ସହଯୋଗ ମିଳିଛି । ୨୦୨୪ରେ ସୁରଙ୍କୁ ରାଜନୈତିକ ମୈଦାନରେ ଦେଖିବାକୁ ମିଳିବନି। ତାଙ୍କ ବଦଳରେ ତାଙ୍କର ଦୁଇ ପୁଅ ମନ୍ମଥ ଓ ସିଦ୍ଧାର୍ଥ ଉଭୟ ରାଜନୀତିକୁ ଆସିବେ।

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!
 

Share this story