ରାଜଧାନୀ ଭୁବନେଶ୍ୱର ବାରରେ ଫେଲ ମାରୁଛି ଅବକାରୀ ନିୟମ , ଏତିକି ଟଙ୍କା ରେ ଡ୍ୟାନ୍ସ ଫ୍ଲୋରରୁ ଓହ୍ଲାଇବା ପରେ ହୁଏ ଦେହ ବ୍ୟବସାୟ ପାଇଁ ଡିଲ୍!
 

Illegal works at dance bar in Bhubaneswar
ବାରରେ ଫେଲ ମାରୁଛି ଅବକାରୀ ନିୟମ
 

ଓଡ଼ିଆ ଗସିପ୍ ବ୍ୟୁରୋ:  ଆଗରୁ ବାର ମାଲିକଙ୍କୁ ସତର୍କ ସୂଚନା ଦେଇ ସାରିଛି ଅବକାରୀ ବିଭାଗ । ଏଣିକି ଯଦି ବାରରେ ନାବାଳକା ନିୟୋଜିତ ରହିଥିବେ ତାହାଲେ ବାର ମାଲିକଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ କାର୍ଯ୍ୟରେ ଲଗାଇ ପାରିବେ ନାହିଁ ବାର ମାଲିକ ।

ଏ ନେଇ ଯଦି କୌଣସି ଖବର ମିଳେ ତେବେ ଭୁବନେଶ୍ୱରରେ ଥିବା ସମସ୍ତ ଡାନ୍ସ ବାରରେ ଆତର୍କିତ ଚଢାଉ କରାଯିବ ବୋଲି ଆଗରୁ ସୂଚେଇ ଦେଇଛି । ଏଥିପାଇଁ ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରିଛି । କିନ୍ତୁ ଲାଭ ଆଉ ଲୋଭ ମଝିରେ ରାଜଧାନୀର ବାର୍ ଗୁଡ଼ିକରେ ଅବକାରୀ ନିୟମର ଅବମାନନା କରାଯାଉଛି। 

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ସୂଚନା ଅନୁସାରେ ଓଡ଼ିଶା ଅବକାରୀ ନିୟମ-୨୦୧୭, ଅଧିନିୟମ-୪୪ କହୁଛି, ବାର୍ ଗୁଡ଼ିକରେ କେବଳ ମନୋରଂଜନ ଉଦ୍ଦେଶ୍ୟରେ ସଂଗୀତ ପରିବେଷଣ କାର୍ଯ୍ୟକ୍ରମରେ ଯୁବତୀଙ୍କୁ ସାମିଲ କରାଯାଇପାରିବ। କିନ୍ତୁ ତାଙ୍କ ଉପରକୁ କୌଣସି ଗ୍ରାହକ ନା ତ ଟଙ୍କା ଉଡ଼ାଇପାରିବେ ନା ତ ତାଙ୍କ ପାଖକୁ ଯାଇପାରିବେ। ଡ୍ୟାନ୍ସ ଫ୍ଲୋର ସମ୍ପୂର୍ଣ୍ଣ ବ୍ୟାରିକେଡ୍ ଭିତରେ ଆବଦ୍ଧ ରହିବା ସହ ଗ୍ରାହକ ଓ ଡ୍ୟାନ୍ସ ଫ୍ଲୋର ମଧ୍ୟରେ ଦୂରତା ଅତି କମ୍‌ରେ ୧୫ ଫୁଟ୍ ରହିବ।

ବାର୍ ଗାର୍ଲ ଓ ଗ୍ରାହକଙ୍କ ମଧ୍ୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ନିୟୋଜିତ ରହିବେ ସୁରକ୍ଷାକର୍ମୀ । କୌଣସି ଗ୍ରାହକ ଯଦି ବାର ଗାର୍ଲଙ୍କୁ ଟିପ୍ସ ଦେବାକୁ ଚାହିଁବେ, ସୁରକ୍ଷାକର୍ମୀଙ୍କ ମାଧ୍ୟମରେ ଦେଇପାରିବେ। ମଦ କିମ୍ବା ଖାଦ୍ୟଦ୍ରବ୍ୟ ପରଷିବା କାମରେ ବାର୍ ଗାର୍ଲଙ୍କୁ ନିୟୋଜିତ କରାଯାଇପାରିବ ନାହିଁ ବୋଲି ରହିଛି ଅବକାରୀ ଆଇନରେ। 

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ହେଲେ ଏବେ ବାରର ଅନ୍ଧାର ଗଳିରେ ଉଡୁଥିବା ଟଙ୍କାର ଖେଳ ଭିତରେ ଚାଲୁଛି ଦେହର ସୌଦା । ରଙ୍ଗବେରଙ୍ଗ ଆଲୁଅର ଲୁଚକାଳି ଖେଳ ଭିତରେ ନୃତ୍ୟରତ ବାର୍ ଗାର୍ଲଙ୍କ ସହ ଖୁଲମଖୁଲ୍ଲା ଡିଲ୍ ହେଉଥିବାବେଳେ ସେହି ରଙ୍ଗୀନ ରାତିର ଗରାଖ ସାଜୁଛନ୍ତି ଯୁବଠୁ ବୟସ୍କ। କିଛିଦିନ ତଳେ ଏଭଳି କାରନାମା ବିରୋଧରେ ଥାନାରେ ୨ ବାର୍ ଗାର୍ଲ ଏତଲା ବି ଦେଇଥିଲେ। 

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ଆଉ ଏବେ ଦେହ ବ୍ୟବସାୟ ପାଇଁ ଡିଲ୍ ବେଳର EXCLUSIVE ଚିତ୍ର ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ବାରରେ କେମିତି ହୁଏ ଦେହ ପାଇଁ ଡିଲ୍ ? ବାରର ରଙ୍ଗୀନ ରାତିରେ କେମିତି ଚାଲେ ନିଷିଦ୍ଧ ବେପାର ? ରାଜଧାନୀର ଜଣେ ବାର୍ ଗାର୍ଲଙ୍କ ମୁହଁରୁ ଶୁଣନ୍ତୁ ଚାଞ୍ଚଲ୍ୟକର ବୟାନ। 

କ୍ୟାପିଟାଲ ଥାନା ଅନ୍ତର୍ଗତ ଅଶୋକନଗର ଅଞ୍ଚଳର ନିର୍ଦ୍ଦିଷ୍ଟ ଏକ ବାରର ଦୃଶ୍ୟ । ଏଭଳି କୁତ୍ସିତ କାର୍ଯ୍ୟ କରାଯାଉଥିବା ଅଭିଯୋଗ ଆଣି କ୍ୟାପିଟାଲ୍ ଥାନାର ଦ୍ୱାରସ୍ଥ ହୋଇଥିଲେ ଏହି ବାରରେ କାର୍ଯ୍ୟ କରିଥିବା ୨ ବାର୍ ଗାର୍ଲ। ଆଉ ଉଦାହରଣ ସ୍ୱରୂପ ଏବେ ସାମ୍ନାକୁ ଆସିଛି ଦେହ ପାଇଁ ଡିଲ୍ ବେଳର ଚିତ୍ର। ରାଜଧାନୀର ବାର ଗୁଡ଼ିକରେ ଏଭଳି ରଙ୍ଗୀନ ରାତିର କାହାଣୀ ଗୋଟିଏ କି ଯୋଡ଼ିଏ ନୁହେଁ। ଏକାଧିକ ସ୍ଥାନରେ ଚାଲିଛି ନିଷିଦ୍ଧ କାରବାର। 

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

Share this story