ଭଲ ପାଇ ଭୁଲ୍ କରିଥିଲି ଏବେ ନାମ ନେଉଛି ବୋଲି କଣ ନ୍ୟାୟ ମିଳିବନି ?, ଏମିତି କାନ୍ଦି କାନ୍ଦି ଗୁହାରି କଲେ କେ. ଦୀପିକା

I admit i have done wrong instead why i will not get justice

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଁ ମାନୁଛି ଭୁଲ୍ କରିଛି । ଦିନେଶଙ୍କୁ ଭଲ ପାଇ ଭୁଲ୍ କରିଛି । ଏହାର ମାନେ ନୁହେଁ ଯେ, ମୋତେ ନ୍ୟାୟ ମିଳିବନି । ଛଳ ଛଳ ଆଖିରେ ଦୁଇ ଦିନ ହେଲା ପୁଣି ଥରେ ଶାଶୁ ଘର ଆଗରେ ଧାରଣା ଦେଇଥିବା ଦୀପିକାଙ୍କ ଏହା ହେଉଛି କୋହ ।

ପୁଅକୁ ବାପାର ପରିଚୟ ସହ ନ୍ୟାୟ ଦାବିରେ ଲଢ଼େଇ ଜାରି ରଖିଥିବା ବ୍ରହ୍ମପୁରର କେ. ଦୀପିକା ଏବେ ପୁଣି ଚର୍ଚ୍ଚାରେ । କାରଣ ନ୍ୟାୟ ପାଇଁ ସେ ଧାରଣା ଦେଇଛନ୍ତି ।

ବ୍ରହ୍ମପୁର ବଡ଼ବଜାରର ଦେଶୀ ବେହେରା ସାହିରେ ଥିବା ପ୍ରେମିକଙ୍କ ଘର ଦୁଆରେ ଆଗରେ ସେ ବସିଛନ୍ତି । ଆଉ ଧାରଣା ଦେବାକୁ ଆସିଥିବାବେଳେ ପ୍ରେମିକଙ୍କ ମା ଓ ସଂପର୍କିୟ ଲଙ୍କାଗୁଣ୍ଡ ସହ ପାଣି ଫୋପାଡ଼ିଥିବା ଦୀପିକା ଅଭିଯୋଗ କରିଛନ୍ତି । ଏନେଇ ଦୀପିକା ବ୍ରହ୍ମପୁର SPଙ୍କ ଦ୍ୱାରସ୍ଥ ହେବା ସହ, ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରଖିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି ।

ଅଧିକ ପଢ଼ନ୍ତୁ : ରାଜ୍ୟ କ୍ୟାବିନେଟ ବୈଠକରେ ୧୯ ପ୍ରସ୍ତାବ ଉପରେ ବାଜିଲା ମୋହର, ଜାଣନ୍ତୁ କେଉଁ ସବୁ ପ୍ରସଙ୍ଗ...

ପତ୍ନୀର ପରିଚୟ ନମିଳିଲା ନାହିଁ, ଅନ୍ତତଃ ପୁଅକୁ ତା’ ବାପାର ପରିଚୟ ମିଳୁ । ଦିନେ କି ଦୁଇ ଦିନ ନୁହଁ, ମାସେ କି ୬ ମାସ ବି ନୁହଁ। ଦୀର୍ଘ ବର୍ଷେ ବିତିଗଲା, ପ୍ରେମିକ ଦୁଆରକୁ ଆସି ନ୍ୟାୟ ମାଗୁଥିବା ବ୍ରହ୍ମପୁରର କେ. ଦୀପିକା ଏବେ ପୁଣି ଚର୍ଚ୍ଚାରେ । ୬ ମାସର ବ୍ୟବଧାନ ପରେ ପୁଣି ଫେରିଛନ୍ତି ଲଢ଼େଇର ମୈଦାନକୁ । ନିଷ୍ପତ୍ତି ନେଇଛନ୍ତି ନ୍ୟାୟ ନମିଳିବା ଯାଏଁ ଜାରି ରଖିବେ ଲଢ଼େଇ ।

୨୦୨୨, ଅଗଷ୍ଟ ୨ । ପତ୍ନୀର ମାନ୍ୟତା ଦାବି କରି ପ୍ରଥମ ଥର ପାଇଁ କେ.ଦିନେଶଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ କେ.ଦୀପିକା । ଖରା, ବର୍ଷା, ଶୀତକୁ ସହି ଘରଦାଣ୍ଡ ଆଗରେ ଟେଣ୍ଟ ପକାଇ ଜାରି ରଖିଥିଲେ ଧାରଣା । ତାହାରି ଭିତରେ କେବେ ଟେଣ୍ଟକୁ ଫିଙ୍ଗିଦିଆଯାଇଛି ତ ଆଉ କେବେ ତାଙ୍କୁ ଦୁର୍ବ୍ୟବହାର ଧମକ ଦିଆଯାଇଥିବାର ଚିତ୍ର ବି ସାମ୍ନାକୁ ଆସିଛି ।

ଏଭଳି ୬ ମାସର ଲଢ଼େଇ ଭିତରେ ରାଜ୍ୟ ମହିଳା କମିଶନଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁର ଏଡିଜେ ଏବଂ ଫ୍ୟାମିଲି କୋର୍ଟ ଯାଏଁ ପହଞ୍ଚିଛନ୍ତି ଦୀପିକା । ଏପରିକି ହାଇକୋର୍ଟରେ ବି ମାମଲା ଦାୟର କରିଛନ୍ତି । କିନ୍ତୁ ଏଯାଏଁ କାହିଁକି ନ୍ୟାୟ ମିଳୁନି ବୋଲି କହିବା ସହ ପ୍ରେମିକ ଦିନେଶଙ୍କ ଘର ଆଗରେ ନିର୍ଣ୍ଣାୟକ ଲଢ଼େଇର ଚେତାବନୀ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ପ୍ରେମ ପକ୍ଷୀ ଥିଲେ ଶୁଭଲକ୍ଷ୍ମୀ; ପ୍ରଥମ ବୟଫ୍ରେଣ୍ଡକୁ ଦେଖିଲୁ, ଦ୍ୱିତୀୟ ନିଖୋଜ ତୃତୀୟ ଜଣକ ଅଙ୍କଲ ନା ଆଉ କିଏ?

ତା’ସହ DNA ରିପୋର୍ଟର ଏକ ସାର୍ଟିଫାଏଡ୍ କପି ଦେବାକୁ ଏସିପଙ୍କୁ ଆଜି ନିବେଦନ କରିଛନ୍ତି ସେ । ପୁଅକୁ ବାପାର ପରିଚୟ ଦାବି କରି ଗୋଟିଏ ପଟେ ଦୁର୍ବାର ଲଢ଼େଇ ପାଇଁ ଦୀପିକା ଚରମ ନିଷ୍ପତ୍ତି ନେଇଥିବାବେଳେ ଆଗକୁ କି ପଦକ୍ଷେପ ନେବେ, ଏନେଇ ଦିନେଶ ଓ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା କିମ୍ବା ପ୍ରତିକ୍ରିୟା ମିଳିପାରିନି ।

Share this story