ସ୍ୱାମୀଙ୍କ ବିବାହ ବେଦୀରେ ପହଁଞ୍ଚିଲେ ପ୍ରଥମ ସ୍ତ୍ରୀ ଓ ଦୁଇ ଝିଅ ଆଉ ତା ପରେ...
 

High drama at wedding venue Odisha man thrashed during 2nd marriage
ଦ୍ୱିତୀୟ ବିବାହ ଯୁବକଙ୍କୁ ପଡିଲା ମହଙ୍ଗା

ଓଡ଼ିଆ ଗସିପ୍ ବ୍ୟୁରୋ: ଦ୍ୱିତୀୟ ବିବାହ ଯୁବକଙ୍କୁ ପଡିଲା ମହଙ୍ଗା, ରାଜଧାନୀ ଉପକଣ୍ଠ ବାଳକାଟି ଦୁଲ୍ଲା ଦେବୀ ମନ୍ଦିର ବିବାହ ବେଦୀରେ ଦେଖିବାକୁ ମିଳିଲା ହାଇଡ୍ରାମା । ଦ୍ୱିତୀୟ ବିବାହ ବେଳେ ବେଦୀରେ ପହଁଞ୍ଚିଲେ ୨ ଝିଅଙ୍କ ସହ ପ୍ରଥମ ସ୍ତ୍ରୀ । 

ସ୍ଵାମୀକୁ ବେଦିରେ ଉତ୍ତମ ମଧ୍ୟମ ସହ ପୋଲିସ ଜିମା ଦେଲେ ପ୍ରଥମ ସ୍ତ୍ରୀ । ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗ୍ରାମର ଯୋଗେଶ ହାତି ୨୦୧୦ ମସିହାରୁ ଏରସମା ଥାନା ଗଣେଶ୍ଵରପୁର ଅଂଚଳର ଅହଲ୍ୟା ହାତିଙ୍କୁ ପ୍ରେମ ବିବାହ କରିଥିଲେ । ଦିର୍ଘ ଦିନ ଧରି ପରିବାରିକ ସମ୍ପର୍କ ଭଲରେ ଚାଲିଥିଲା । ଉଭୟ ଙ୍କର ୨ଟି କନ୍ୟା ସନ୍ତାନ ମଧ୍ୟ ରହିଛନ୍ତି । ବଡ ଝିଅକୁ ୧୨ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୩ ବର୍ଷ । 

ଅଧିକ ପଢନ୍ତୁ : ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ଯୋଗେଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ହେବାରୁ ପରିବାରରେ ଫାଟ ସୃଷ୍ଟି ହୋଇଥିଲା । ଆଜି ଯୋଗେଶ ବାଳକାଟି ଦୁଲ୍ଲା ଦେବୀ ମନ୍ଦିର ପରିସରରେ ଲୁଚି କରି ବିବାହ କରୁଥିବା ଅହଲ୍ୟା ଖବର ପାଇଥିଲେ । ୨ ଝିଅଙ୍କ ସହ ଅହଲ୍ୟା ବିବାହ ବେଦୀରେ ପହଁଞ୍ଚି ବା ପରେ ଯୋଗେଶ ବିବାହ କରୁଥିବା ଦେଖିଥିଲେ । ଯୋଗେଶଙ୍କୁ ବିବାହ ବେଦୀରେ ଉତ୍ତମ ମଧ୍ୟମ ଦେବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା । 

ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ଘଟଣା ସ୍ଥଳରେ ବିବାହ କରୁଥିବା ଯୁବତୀ ଚମ୍ପଟ ମାରିଥିଲେ । ଉପସ୍ଥିତ ଲୋକେ ଘଟଣାକୁ ବୁଝିପାରି ନଥିଲେ । ପରେ ଅହଲ୍ୟା ସମସ୍ତ ଘଟଣା ଜଣାଇବା ସହ ବାଳକାଟି ଫାଣ୍ଡିକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ୍ ପହଁଞ୍ଚି ଯୋଗେଶକୁ ଫାଣ୍ଡିରେ ଅଟକ ରଖିଛି ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !

Share this story