ଆଇରନ ଟ୍ରେଲରକୁ ପଛରୁ ପିଟିଲା ହାଇୱା, ଟାୟାର ଖୋଲୁଥିବା ହେଲ୍ପରଙ୍କର ଘଟଣାସ୍ଥଳରେ ମୃତ୍ୟୁ 
 

Helper crushed to death by iron-laden truck in Odishas Basudevpur
ଟାୟାର ଖୋଲୁଥିବା ହେଲ୍ପରଙ୍କର ଘଟଣାସ୍ଥଳରେ ମୃତ୍ୟୁ 
 

ଡ଼ିଆ ଗସିପ୍ ବ୍ୟୁରୋ: ଭଦ୍ରକ ବାସୁଦେବପୁର ମନ୍ଦାରୀ ପୋଲ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଆଇରନ ବୋଝେଇ ଟ୍ରେଲରକୁ ପଛପଟୁ ଏକ ହାଇୱା ଧକ୍କା ଦେବା ଫଳରେ ଟ୍ରେଲରର ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ହାଇୱା ଚାଳକ ଗୁରୁତର ହୋଇଛନ୍ତି। ରାସ୍ତା ଉପରେ ଟାୟାର ସଜାଡିବା ସମୟରେ ଏପରି ଅଭାବନୀୟ ଘଟଣା ଘଟିଯାଇଛି।

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ, କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ

ମିଳିଥିବା ସୂଚନାଅନୁସାରେ ଗତ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ମନ୍ଦାରୀ ପୋଲ ନିକଟରେ ଘଟିଛି ଏହି ଘଟଣା। ଆଇରନ ବୋଝେଇ ଟ୍ରେଲରଟି କେଉଁଝର ଅଞ୍ଚଳରୁ ଲୁହାପଥର ନେଇ ଧାମରା ବନ୍ଦରକୁ ଆସୁଥିଲା। ବାଟରେ ଲୁହାପଥର ବୋଝେଇ ଟ୍ରେଲରଟିର ଟାୟାର ଖରାପ ହେବାରୁ ରାସ୍ତା କଡ଼ରେ ପାର୍କିଂ କରି ଟାୟାର ସଜାଡୁଥିଲେ। 

ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

ଏହି ସମୟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ଚିପ୍ସ୍ ବୋଝେଇ ହାଇୱାଟି ଟ୍ରେଲରକୁ ଧକ୍କା ଦେଇଥିଲା। ଫଳରେ ଟାୟାର ସଜାଡୁଥିବା ଆଇରନ ବୋଝେଇ ଟ୍ରେଲରର ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଚିପ୍ସ ବୋଝେଇ ଟ୍ରକ ଚାଳକ ବି ଗୁରୁତର ହୋଇଛନ୍ତି। ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ବାସୁଦେବପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଅଧିକ ପଢନ୍ତୁ :ଶୁକ୍ରଙ୍କ ଚଳନ ଫଳରେ ଏହି ୪ ରାଶିଙ୍କ ପାଇଁ ପାଲଟିବ ବରଦାନ! ନୂଆବର୍ଷ ପୂର୍ବରୁ ମିଳିବ ଧନ..
 

Share this story