ଭୟଙ୍କର ଅବପାତରେ ପରିଣତ ହେଲା ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲା କୁ ଅରେଞ୍ଜ ଆଲର୍ଟ!
 

Heavy Rainfall to lash Odisha due to low pressure turned into a deep depression
ଭୟଙ୍କର ଅବପାତରେ ପରିଣତ ହେଲା ଲଘୁଚାପ,
 

ଓଡ଼ିଆ ଗସିପ୍ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତାକାଲିଠାରୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

ଏହି ସମ୍ଭାବ୍ୟ ବାତ୍ୟା ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ। ୫ ତାରିଖରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଦେଇ ଅତିକ୍ରମ କରିବ। ସେତେବେଳେ ପବନର ବେଗ ସର୍ବାଧିକ ୧୦୦ କିମି ରହିବ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା । 

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ଆସନ୍ତାକାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ।୫ରୁ ବର୍ଷାର ବିସ୍ତୃତି ବଢ଼ିବ, ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲା କୁ ଅରେଞ୍ଜ ଆଲର୍ଟ । 

ଅଧିକ ପଢନ୍ତୁ :ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟରେ ଅବନତି ସହ ପାରିବାରିକ ଅଶାନ୍ତି ଲାଗି ରହିବ, ପଢନ୍ତ ଆଜିର ରାଶିଫଳ 

ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଏବଂ କୋରାପୁଟରେ ୭୦ ରୁ ୨୦୦ ମିଲିମିଟର ବର୍ଷିବା ନେଇ ଚେତାବନୀ । ସବୁ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି । ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ଫିଟିବ ଭାଗ୍ୟ, ହେବ ଆକସ୍ମିକ ଧନ ଲାଭ

Share this story