ଗଭୀର ଅବପାତର ପ୍ରଭାବ:ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି, ୪ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି

ଓଡ଼ିଆ ଗସିପ୍ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତଟି ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି।
ଅଧିକ ପଢ଼ନ୍ତୁ : କୋଟିଏ ଟଙ୍କାର ପ୍ରଶ୍ନ : ଏମିତି କେଉଁ କାମ ଅଛି, ଯାହାକୁ ମଣିଷ ମଲା ପରେ ବି କରିଥାଏ ?
ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ତା’ସହ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୬ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି । ସେପଟେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝରର ଜିଲ୍ଲାର ସମସ୍ତ ସ୍କୁଲକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି ।
Deep Depression over Gangetic West Bengal lay centred at 0530 IST of 02nd Aug over Gangetic West Bengal close to Bankura (West Bengal), about 130 km WNW of Kolkata (West Bengal). Likely to move WNW wards across Jharkhand and weaken gradually into Depression during next 12 hours. pic.twitter.com/jzOCgTsDyb
— India Meteorological Department (@Indiametdept) August 2, 2023
null
ଅଧିକ ପଢନ୍ତୁ :- କେବଳ ୧୮ ବର୍ଷର ଯୁବକ ପଢ଼ନ୍ତୁ; କେମିତି ରଖିବେ ଲିଙ୍ଗର ଯତ୍ନ
ଲଗାଣ ବର୍ଷା ଯୋଗୁଁ ବୌଦ୍ଧରେ ସ୍ଥିତି ବିଗିଡ଼ିଛି । ୫୭ ନମ୍ବର ଜାତୀୟ ରାଜପଥ ଲଣ୍ଡାବନ୍ଧ ନିକଟରେ ଚାଲିଛି ବନ୍ୟା ପାଣି। ଜାତୀୟ ରାଜପଥ ଉପରେ ପାଣି ଚାଲୁଥିବାରୁ ଚାରି ଛକ ଦେଇ ଭୁବନେଶ୍ୱର ଓ ଫୁଲବାଣୀକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଛି । ବୌଦ୍ଧ ଜିଲ୍ଲାରେ ଦୁଇ ଦିନ ହେଲା ମୂଷଳ ଧାରାରେ ବର୍ଷା ଲାଗି ରହିଛି । ଆଗକୁ ଯଦି ଏପରି ବର୍ଷା ହୁଏ ତାହେଲେ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା କରାଯାଉଛି।
ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁରରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖାଯାଇଛି ।
ଅଧିକ ପଢନ୍ତୁ :- କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...
ବନ୍ଦ ରହିବ ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର । ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି । ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।