World Odia Language Conferene

ଆଗକୁ ୪୩ ଡିଗ୍ରୀ ସହ ଅସମ୍ଭାଳ ହେବ ତାତି, ୧୫ ଏପ୍ରିଲରୁ ଆକାଶରୁ ହେବ ଅଗ୍ନି ବର୍ଷା!
 

Heatwave alert from 15th april 43 degrees on 18th and 19th april
ତାତିରେ ଆହୁରି ଜଳିବ ଓଡିଶା...
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଦୃଷ୍ଟାନ୍ତମୂଳକ ଭାବେ ବଢ଼ିବ ତାପମାତ୍ରା। ପୁଣି ଥରେ ଟାଣ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ। ମୁଣ୍ଡ ଫଟା ଖରା ସାଙ୍ଗକୁ ବହିବ ଝାଞ୍ଜି ପବନ। ଫଳରେ ପୁଣି ଥରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। 

କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପାତ୍ରା ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟରେ ପୁଣି ଗୋଟିଏ ପର୍ଯ୍ୟାୟ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ। ଏଥିପାଇଁ ପ୍ରଥମେ ୧୪ ତାରିଖ ରାତିରେ ଉଷ୍ମ ରାତି ଅନୁଭୂତ ହେବାକୁ ଥିବା ବେଳେ ୧୫ ତାରିଖରୁ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ। 

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ବ୍ଲଡ଼ କ୍ୟାନ୍ସର ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

୧୪ ରାତିରେ କଟକ ନୟାଗଡ଼, ବୌଦ୍ଧ, ଅନୁଗୁଳ ଓ ଖୋର୍ଦ୍ଧା ପ୍ରମୁଖ ଜିଲ୍ଲାରେ ଉଷ୍ମ ରାତି ଅନୁଭୂତ ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ସେହିପରି, ୧୫ ତାରିଖରୁ ବିଭିନ୍ନ ଜିଲ୍ଲାରେ ହିଟ୍‌ ୱେଭ୍‌ ସ୍ଥିତି ଆଶଙ୍କା କରି ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି। 

ଆଧିକ ପଢନ୍ତୁ : ୧୨ ବର୍ଷ ପରେ ଦୁର୍ଲଭ ସଂଯୋଗ, ୫ ବର୍ଷ ପାଇଁ ଏହି ୪ ରାଶିଙ୍କ ଜୀବନରେ ଅର୍ଥର ଅଭାବ ଦୂର ହେବ!

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୧୫ ତାରିଖଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ର ବଢ଼ିବ ଓ ୧୬ ପରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ। ଶୁକ୍ରବାର ରାଜ୍ୟରୁ ସଂଲଗ୍ନ ବଙ୍ଗୋପସାଗରରୁ ଆର୍ଦ୍ର ଦକ୍ଷିଣା ପବନ ବହୁଥିଲା। ସୃଷ୍ଟ ଗୁରୁଚାପ ପଶ୍ଚିମା ପବନ ଆସିବାକୁ ଦେଉ ନଥିଲା। ୧୫ରୁ ଏହା କ୍ରମଶଃ ଦକ୍ଷିଣ ବଙ୍ଗୋପସାଗର ମୁହାଁ ହେବ। ରାଜ୍ୟକୁ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ବହିବ ଓ ତାପମାତ୍ରା ବୃଦ୍ଧି ପାଇବ। 

ଭୁବନେଶ୍ୱର ସମେତ ଉପକୂଳରେ କେତେକ ଅଞ୍ଚଳରେ ତାପାତ୍ରା ୧୫ ସୁଦ୍ଧା ୪୦ ନିକଟତର ଓ ୧୬ରେ ୪୦ ଡିଗ୍ରୀ ପାର୍‌ କରିପାରେ। ୧୮-୧୯ରେ ତାପମାତ୍ରା ଅହେତୁକ ଭାବେ ବଢ଼ି ୪୩ ଡିଗ୍ରୀ ପର୍ଯ୍ୟନ୍ତ ଅତିକ୍ରମ କରିପାରେ। ଏହାଯଗୁଁ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ହେବ। ୨୦ରୁ ତାପମାତ୍ରା ପୁଣି କମିବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆଧିକ ପଢନ୍ତୁ : ଘର ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତାରେ ରହିବା ସହ ଆୟର ନୂତନ ମାର୍ଗ ଉନ୍ମୋଚନ ହେବ! ପଢନ୍ତୁ ଆଜିର ରାଶିଫଳ  
 

Share this story