ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର, ଚାଲିଗଲା ୫ ଜଣଙ୍କ ଜୀବନ 
 

Five killed as cement laden tipper overturns into gorge in malkangiri
ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ଚାଲିଗଲା ୫ ଜଣଙ୍କ ଜୀବନ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର । ଚାଲିଗଲା ୫ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଏକ ଟିପର ଓଲଟି ୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା! ଓଡିଶାରେ ପ୍ରଭାବ ନେଇ ଜାଣନ୍ତୁ କଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ସ୍ୱାଭିମାନ ଅଞ୍ଚଳରେ ରାସ୍ତାକାମ ପାଇଁ ଚିତ୍ରକୋଣ୍ଡାରୁ ସିମେଣ୍ଟ ଓ ଲୁହା ଛଡ଼ ନେଇ ଟିପରଟି ଯାଉଥିଲା। ଆହତ ଶ୍ରମିକଙ୍କୁ ବଡପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବିଏସଏଫ୍ ଯବାନ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡିଛି ।

ଅଧିକ ପଢନ୍ତୁ : ଏହି ରାଶି ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚିନ୍ତାରେ ପଡ଼ିବା ସହ ଅଧିକା ଖର୍ଚ୍ଚାନ୍ତ ହେବେ! ପଢନ୍ତୁ ରାଶିଫଳ 

ସୂଚନା ଅନୁସାରେ, ହନ୍ତାଲଗୁଡ଼ା ଘାଟିରେ ଟିପରର ବ୍ରେକ ଫେଲ ହୋଇଯିବାରୁ ଏପରି ଏକ ଦୁଃଖଦ ଘଟଣା ଘଟିଥିବା ଅନୁମାନ କରାଯାଉଛି।ଟିପରରେ ୧୦ ରୁ ୧୨ ଜଣ ଶ୍ରମିକ ଥିବା ଜଣାପଡ଼ୁଛି। ଦୁର୍ଘଟଣା ସ୍ଥଳରେ ବିଏସଏଫ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

ଆହତମାନଙ୍କୁ ବିଏସଏଫ ଯବାନମାନେ ଆମ୍ବୁଲାନ୍ସ ଯୋଗେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଉଛନ୍ତି । ସେଠାରେ ପ୍ରାଥମିକ ଚିକିତ୍ସା ଜାରି ରହିଛି। ମୃତ ଓ ଆହତ ଶ୍ରମିକମାନେ ମାଲକାନଗିରି ଜିଲ୍ଲାର ହୋଇଥିବା ଅନୁମାନ କରାଯାଉଛି।

ଅଧିକ ପଢନ୍ତୁ :ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା
 

Share this story