ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ପୁରାତନ ଛାତ୍ର ମିଳନ: ଗଠନ ହେଲା ଆଲୁମନି କମିଟି

First ever Alumini meet organised by MJMC dept at Berhampur University

ଓଡ଼ିଆ ଗସିପ୍ ବ୍ୟୁରୋ: ଏକାଠି ହେଲେ ରାଜ୍ୟ ଓ ଦେଶ ବିଦେଶର ମିଡିଆ ହାଉସ, କର୍ପୋରେଟ୍ ହାଉସ ଏବଂ ପ୍ରଶାସନିକ ସେବାରେ ନିୟୋଜିତ ଥିବା ବିଭାଗର ପୁରାତନ ଛାତ୍ରଛାତ୍ରୀ । ଅବସର ଥିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ପ୍ରଥମ ଆନୁଷ୍ଠାନିକ ଆଲୁମନି ମିଟ୍ । ଏହି ଅବସରରେ ଆସନ୍ତା ବର୍ଷ ଆୟୋଜିତ ହେବାକୁ ଥିବା ବିଭାଗର ସୁବର୍ଣ୍ଣ ଜୟନ୍ତୀ ପାଳନ ପ୍ରସ୍ତୁତି ଏବଂ ଆଲୁମନି କମିଟି ଗଠନ କରାଯାଇଛି ।

ନୂତନ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସୁସମ୍ପର୍କ ସ୍ଥାପନ କରିବା, ବିଭାଗର ଉନ୍ନୟନ ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ଏହି ଆଲୁମନି ମିଟ୍ ନିତାନ୍ତ ଆବଶ୍ୟକ ଥିଲା ବୋଲି ଉପସ୍ଥିତ ଅତିଥୀମାନେ କହିଥିଲେ ।

VC speaks

ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...

ଭଞ୍ଜବିହାର ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ନୂତନ ବିଲ୍ଡିଂରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ସାମିଲ ହୋଇଥିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ପିଜି କାଉନସିଲ୍ ଚେୟାରମ୍ୟାନ ପ୍ରଫେସର ସୁଶାନ୍ତ କୁମାର ବରାଳ ସାମିଲ ହୋଇ ଉଦ୍ୟମକୁ ବେଶ୍ ପ୍ରଶଂସା କରିଥିଲେ ।

୧୯୭୪ରୁ ୨୦୨୩ ମସିହା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ ବିଭାଗୀୟ ମୁଖ୍ୟ ପ୍ରଫେସର ଗଣେଶ ସେଠୀ । କାର୍ଯ୍ୟକ୍ରମ ଆରମ୍ଭରୁ ବିଭାଗର ସ୍ୱର୍ଗତ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା ।

Alumni meet

ସେପଟେ ଦୀର୍ଘ ବର୍ଷ ପରେ କ୍ୟାମ୍ପସରେ ନିଜକୁ ପାଇ ବେଶ୍ ଉତ୍ସାହିତ ହୋଇଥିଲେ ୧୫୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ । ଶେଷରେ ଆଲୁମନି ଆସୋସିଏସନ ସହ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଏହି ରାଶିର ଲୋକେ ନିଅଁଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହେବେ! କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ….

ଅବସରପ୍ରାପ୍ତ ପ୍ରଫେସର ଜେ.ଶେଷଗିରି ରାଓ ସଭାପତି, ଅଶୋକ କୁମାର ସାହୁ ଓ ହୃଷିକେଶ ପାଣିଗ୍ରାହୀ ଉପସଭାପତି, ବିଭାଗୀୟ ମୁଖ୍ୟ ପ୍ରଫେସର ସେଠୀ ସାଧାରଣ ସମ୍ପାଦକ ତଥା ଆବାହକ, ବ୍ରଜମୋହନ ଆଚାର୍ଯ୍ୟ, ଦ୍ୱିଜେନ୍ ପାଢ଼ୀ, ଅତସି ପରିଚ୍ଛା ପଟ୍ଟନାୟକ ଓ ସନତ ପଣ୍ଡା ସହ ସମ୍ପାଦକ, ଡକ୍ଟର ଚିନୁ ବହିଦାର କୋଷାଧ୍ୟକ ହୋଇଛନ୍ତି ।

Alumni meet2

ବିଭାଗର ସହଯୋଗୀ ପ୍ରାଧ୍ୟାପିକା ଡକ୍ଟର ବନ୍ଦିତା ପଣ୍ଡା, ଡକ୍ଟର ଜୟନ୍ତ ପଣ୍ଡା, ସହକାରୀ ପ୍ରାଧ୍ୟାପିକା ଡକ୍ଟର ନେହା ପାଣ୍ଡେ, ସହକାରୀ ପ୍ରାଧ୍ୟାପିକା ଚିନୁ ବହିଦର, ଅଗ୍ନିକୁମାର ବେହେରା, ସୌରଭ କୁମାର ସିଟ୍ ଉପସ୍ଥିତ ଥିଲେ । ଡକ୍ଟର ମହିର ତ୍ରିପାଠୀ, ରବୀନ୍ଦ୍ର ବେହେରା, ବୃନ୍ଦା ଦାସ ଓ ବର୍ତ୍ତମାନର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share this story