ଏହି ରାଶିର ଲୋକେ ନିଅଁଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହେବେ! କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ….
ଓଡ଼ିଆ ଗସିପ୍ ବ୍ୟୁରୋ: ମେଷ: ରବି, ସୋମ, ମଙ୍ଗଳବାରରେ ଭବିଷ୍ୟତ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିବେ। ଅଟକି ରହିଥିବା ଧନ ଫେରିପାଇବେ। ବୁଧ, ଗୁରୁବାରରେ କର୍ମକ୍ଷେତ୍ରରେ ନିଜର ପ୍ରତିଭାକୁ ବିକଶିତ କରିବେ। ଶୁକ୍ର, ଶନିବାରରେ ଜୀବନରେ ଭିନ୍ନ ମୋଡ଼ ଦେଖାଦେବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବେଶ କରିବେ।
ବୃଷ: ରବି, ସୋମ, ମଙ୍ଗଳବାରରେ ଶତ୍ରୁର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟରେ ବାଧା ଉପୁଜିପାରେ। ବୁଧ, ଗୁରୁବାରରେ ପରିଶ୍ରମର ଫଳପ୍ରାପ୍ତି ହେବ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଉନ୍ନତି କରିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ।
ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ
ମିଥୁନ: ରବି,ସୋମ, ମଙ୍ଗଳବାରରେ ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ସୁଖ ସନ୍ତୋଷ ବୃଦ୍ଧି ପାଇବ। ଆର୍ଥିକକ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବେ। ବୁଧ,ଗୁରୁବାରରେ ଭବିଷ୍ୟତ ଯୋଜନା ଫଳପ୍ରଦ ହୋଇପାରେ। ଶୁକ୍ର,ଶନିବାରରେ ସହକର୍ମୀଙ୍କ ସହ ବାଦବିବାଦ ଉପୁଜିପାରେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ।
କର୍କଟ: ରବି,ସୋମ, ମଙ୍ଗଳବାରରେ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ । ନିଅଁଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ବୁଧ,ଗୁରୁବାରରେ ପ୍ରିୟଜନଙ୍କ ସହଯୋଗ ପାଇବେ। ଶୁକ୍ର,ଶନିବାରରେ ବ୍ୟବସାୟରେ ପ୍ରସାର ପାଇଁ ନୂତନ ମାର୍ଗ ପାଇବେ। ଛାତ୍ରଛାତ୍ରୀ କ୍ୟାରିୟର୍ ପାଇଁ ଚିନ୍ତିତ ହୋଇପାରନ୍ତି।
ସିଂହ: ରବି, ସୋମ,ମଙ୍ଗଳବାରରେ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଲକ୍ଷ୍ୟ ପୂରଣ ପାଇଁ ଚେଷ୍ଟା ଜାରି ରଖିବେ। ବୁଧ,ଗୁରୁବାରରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଶୁକ୍ର,ଶନିବାରରେ ବିଭିନ୍ନ କାର୍ୟ୍ୟରେ ସଫଳତା ହାସଲ କରିବେ।
ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା
କନ୍ୟା: ରବି,ସୋମ, ମଙ୍ଗଳବାରରେ ସଂପତ୍ତି କ୍ରୟବିକ୍ରୟ କରିବାର ସୁଯୋଗ ପାଇବେ। ଦୀର୍ଘ ଦିନପରେ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ବୁଧ,ଗୁରୁବାରରେ ବ୍ୟବସାୟିକ କାର୍ୟ୍ୟରେ ଦୂରଯାତ୍ରା କରିପାରନ୍ତି। ଶୁକ୍ର,ଶନିବାରରେ କର୍ମକ୍ଷେତ୍ରରେ ପଦୋନ୍ନତି ସୁଯୋଗ ରହିଛି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଉନ୍ନତି କରିବେ।
ତୁଳା: ରବି,ସୋମ, ମଙ୍ଗଳବାରରେ ନିଜ ଦକ୍ଷତା ବଳରେ ଲୋକମାନଙ୍କୁ ପ୍ରଭାବିତ କରିବେ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ। ବୁଧ,ଗୁରୁବାରରେ ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ। ଶୁକ୍ର, ଶନିବାରରେ ବିଭାଗୀୟ ଅଧିକାରୀଙ୍କଠାରୁ ଉଚିତ ପରାମର୍ଶ ପାଇବେ।
ବିଛା: ରବି, ସୋମ, ମଙ୍ଗଳବାରରେ ଜୀବନରେ କିଛି ନୂତନ ପରିବର୍ତ୍ତନ ଦେଖାଦେବ। ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ବୁଧ,ଗୁରୁବାରରେ ଜୀବନ ସାଥୀଙ୍କ ସହଯୋଗ ପାଇ ଉତ୍ସାହିତ ହେବେ। ଶୁକ୍ର, ଶନିବାରରେ ସାହିତ୍ୟ, ସଙ୍ଗୀତ ପ୍ରତି ଉତ୍ସାହ ବଢ଼ିବାକୁ ଲାଗିବ।
ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ
ଧନୁ: ରବି,ସୋମ, ମଙ୍ଗଳବାରରେ ସନ୍ତାନଙ୍କ କାର୍ୟ୍ୟକଳାପରେ ଗର୍ବିତ ହେବେ। ଆର୍ଥିକ ଅବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ପରିବାରଠାରୁ ସହଯୋଗ ପାଇବେ। ବୁଧ,ଗୁରୁବାରରେ ସକାରାତ୍ମକ ଚିନ୍ତାରଖି ଆଗକୁ ବଢ଼ିବେ। ଶୁକ୍ର,ଶନିବାରରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି।
ମକର: ରବି,ସୋମ, ମଙ୍ଗଳବାରରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଦେଖାଦେଇପାରେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ଅକସ୍ମାତ୍ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ବୁଧ,ଗୁରୁବାରରେ ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ। ଶୁକ୍ର,ଶନିବାରରେ ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ।
କୁମ୍ଭ: ରବି,ସୋମ, ମଙ୍ଗଳବାରରେ ଉଚ୍ଚ ଆଶା କରି ମାନସିକ ଅବସାଦରେ ରହିପାରନ୍ତି। ଏକାକୀ ଅନୁଭବ କରିପାରନ୍ତି। ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ବୁଧ,ଗୁରୁବାରରେ ଧୈର୍ୟ୍ୟ ଓ ବୁଦ୍ଧି ବଳରେ କାର୍ଯ୍ୟ ହାସଲ କରିବେ। ଶୁକ୍ର,ଶନିବାରରେ ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ।
ମୀନ: ରବି, ସୋମ, ମଙ୍ଗଳବାରରେ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ। କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରିବେ। ବୁଧ,ଗୁରୁବାରରେ ରାଜନୈତିକ କ୍ଷେତ୍ରରେ ଲୋକସମର୍ଥନ ବୃଦ୍ଧି ପାଇବ। ଶୁକ୍ର,ଶନିବାରରେ ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଆର୍ଥିକ ପରିସ୍ଥିତି ସୁଦୃଢ଼ ରହିବ।