ଟ୍ରକ ଧକ୍କାରେ ବାପ-ପୁଅଙ୍କ ମୃତ୍ୟୁ, ଖବର ଶୁଣି ଦାଦାଙ୍କ ଚାଲିଗଲା ଜୀବନ 
 

father and son died in road accident in Odishas keonjhar
ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ 
 

ଓଡ଼ିଆ ଗସିପ୍ ବ୍ୟୁରୋ:ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ । ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ବାପ-ପୁଅଙ୍କ ମୃତ୍ୟୁ ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାରି ଗାଁରେ ଘଟିଛି ଏପରି ଏକ ଦୁ‍ଃଖଦ ଘଟଣା। 

ମୃତକମାନେ ହେଲେ କାଣ୍ଡେ ମୁଣ୍ଡା, ତାଙ୍କ ପୁଅ ଲକ୍ଷ୍ମଣ ମୁଣ୍ଡ ଓ ଲକ୍ଷ୍ମଣଙ୍କ ଦାଦା ସମରା ମୁଣ୍ଡା। ସମସ୍ତଙ୍କ ଘର ବାରିଗାଁରେ ବୋଲି ଜଣାଯାଇଛି। ସୂଚନା ଅନୁସାରେ, ଘଟଗାଁ ଥାନା ପିପିଳିଆ ଛକ ନିକଟରେ ଏକ ରଡ ବୋଝେଇ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ବାପ ପୁଅ ମୃତ୍ୟୁବରଣ କରିଥିବା ବେଳେ ଖବର ପାଇ ଗାଁରେ ଦାଦାଙ୍କର ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । 

ଅଧିକ ପଢନ୍ତୁ : ଦୀର୍ଘ ୧୨ ବର୍ଷ ପରେ ବୃଷ ରାଶିରେ ଚଳନ କରିବେ ଦେବଗୁରୁ ବୃହସ୍ପତି, ଉଜ୍ୱଳ ହେବ ୩ ରାଶିର ଭାଗ୍ୟ!

ଆଜି ସକାଳ ୯ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷ୍ମଣ ମୁଣ୍ଡା ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପ ପୁଅ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । 

ଅଧିକ ପଢନ୍ତୁ : ବାପା ଓ ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ରହିବା ସହ କର୍ମରେ ଅସ୍ଥିରତା, ବାଧାବିଘ୍ନ ଦେଖା ଦେବ! ପଢନ୍ତୁ ରାଶିଫଳ 

ଏହି ଖବର ଗାଁରେ ପହଞ୍ଚିବା ପରେ (ବାରିଗାଁ ରେ ) ପୁଅର ଦାଦା ସମରା ମୁଣ୍ଡା ହୃହଘାତରେ ସେଇଠାରେ ଟଳି ପଡ଼ିଥିଲେ । ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ NH – 20କୁ ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଅଧିକ ପଢନ୍ତୁ : ଆୟ ତୁଳନାରେ ବ୍ୟୟ ବଢ଼ିବା ସହ ଏହି ରାଶି ଲୋକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story