ଟ୍ରକକୁ ପଛପଟୁ ଧକ୍କାଦେଲା କାର, ଘଟଣାସ୍ଥଳରେ ଟିଭିଏସ୍ ସୋ-ରୁମର କର୍ମଚାରୀ ମୃତ, ୨ ଗୁରୁତର

Fatal road accident in baragada one dead, 2 seriously injured
ଟ୍ରକକୁ ପଛପଟୁ ଧକ୍କାଦେଲା କାର, ଘଟଣାସ୍ଥଳରେ ଟିଭିଏସ୍ ସୋ-ରୁମର କର୍ମଚାରୀ ମୃତ, ୨ ଗୁରୁତର

ଓଡ଼ିଆ ଗସିପ୍ ବ୍ୟୁରୋ: ବରଗଡ଼ ଜିଲ୍ଲା ବଲାଙ୍ଗୀର-ବରଗଡ଼ ଜାତୀୟ ରାଜପଥ ନଂ ୨୬ ମହଦା ନିକଟ ନେହେରୁନଗର ଠାରେ ରାସ୍ତା କଡ଼ରେ ଛିଡ଼ା ଥିବା ଏକ ଟ୍ରକକୁ ଏକ କାର ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କାର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବସିଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ମୃତକ ଜଣକ ବରଗଡ଼ ରେଳ ଷ୍ଟେସନ ପଡ଼ାର ପପୁ ରଂଜନ ମହାପାତ୍ର ବୋଲି ଜଣାପଡିଛି । ସେ ବରଗଡ଼ ଟିଭିଏସ୍ ସୋ-ରୁମର କର୍ମଚାରୀ ଅଟନ୍ତି । ସେ ତାଙ୍କର ଟିଭିଏସ୍ କମ୍ପାନୀର ଦୁଇ ଜଣ ସହକର୍ମୀଙ୍କ ସହ ଭବାନୀପାଟଣାରୁ ବରଗଡ଼ ଫେରୁଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଉକ୍ତ ସ୍ଥାନରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...

ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଆଇଆଇସି ଜୟାରଶ୍ମି ସେଠୀଙ୍କ ନେତୃତ୍ୱରେ ଏକ ଟିମ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Share this story