ବେଆଇନ ନାଲି ଇଟା ପାଇଁ ହଜାରେ ଟଙ୍କା ଲାଞ୍ଚ, ପୂର୍ବତନ ରାଜସ୍ଵ ନିରୀକ୍ଷକଙ୍କୁ ୧ ବର୍ଷ ଜେଲ୍
 

Ex revenue inspector gets one year jail
ବେଆଇନ ନାଲି ଇଟାଭାଟି ପାଇଁ ଲାଞ୍ଚ ମାଗି ବର୍ଷେ ଜେଲ୍
 

ଓଡ଼ିଆ ଗସିପ୍ ବ୍ୟୁରୋ: ଏକ ଲାଞ୍ଚ ମାମଲାରୁ ଶୁଣାଣି କରି ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ରାଜଲକ୍ଷ୍ମୀ ପଟ୍ଟନାୟକ ଜଣେ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ଏକ ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ହେଲେ ଅଧିକ ୨ ମାସ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ, ବିଗତ ୨୦୧୦ ମସିହାରେ ଲିଙ୍ଗରାଜ ଗୋପନା ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟରତ ସମୟରେ ଗୋପନା ହାତୀକୁଚା ଗ୍ରାମର ଦୀପକ ମହନ୍ତଙ୍କୁ ଇଟା ଗଢା ବାବଦକୁ ଆର.ଆଇ ଇନକ୍ୱାରୀ ରିପୋର୍ଟର ଆବଶ୍ୟକତା ପଡିଥିଲା । ଉକ୍ତ ଇନକ୍ୱାରୀ ରିପୋର୍ଟ ଦେବା ପାଇଁ ରାଜସ୍ୱ ନିରୀକ୍ଷକ ଲିଙ୍ଗରାଜ ତାଙ୍କୁ ଏକ ହଜାର ଲାଞ୍ଚ ମାଗିଥିଲେ । 

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

ଦୀପକ ଲାଞ୍ଚ ନ ଦେବାରୁ ସେ ବଣାଇ ତହସିଲଦାରଙ୍କ ପାଖକୁ ରିପୋର୍ଟ ପଠାଇବାରେ ଟାଳଟୁଳ କରିଥିଲେ । ଏଣୁ ଦୀପକ ଏହି ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକଙ୍କୁ ପାନେ ଚଖାଇବାକୁ ଯୋଜନା କରି ସମ୍ବଲପୁର ଦୁର୍ନିତୀ ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।

ଏହାପରେ ଦୁର୍ନିତୀ ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ଧରିବାକୁ ଯୋଜନା କରା ଯାଇଥିଲା । ଯୋଜନା ମୁତାବାକ ଉକ୍ତ ବର୍ଷ ଜାନୁଆରୀ ୧୦ ତାରିଖରେ ଦୀପକ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଲିଙ୍ଗରାଜଙ୍କୁ ଭିଜିଲାନ୍ସର ରସାୟନିକ ପ୍ରଲେପ ବୋଳା ଏକ ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ଘଟଣାସ୍ଥାରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ଲାଞ୍ଚ ଟଙ୍କା ଜବତ କରି ତାଙ୍କୁ ଗିରଫ କରିଥିଲେ । 

ଆଧିକ ପଢନ୍ତୁ : ପାଣି ପିଇବା ସମୟରେ ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ ? ଆଜି ହିଁ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ଭିଜିଲାନ୍ସ ବିଭାଗ ରାଉରକେଲା ୟୁନିଟର ତତ୍କାଳୀନ ଇନ୍ସପେକ୍ଟର ହରେକୃଷ୍ଣ ମାଝୀ ଘଟଣାର ତଦନ୍ତ କରି ଦୁର୍ନିତୀ ନିବାରଣ ଅଦାଲତରେ ଚାର୍ଜସିଟ ଦାଖଲ କରିଥିବା ବେଳେ ଅଦାଲତର ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଶ୍ୟାମ ସୁନ୍ଦର ମିଶ୍ର ମାମଲା ପରିଚାଳନା କରିଥିଲେ ।

ଆଧିକ ପଢନ୍ତୁ : ସକାଳୁ ସକାଳୁ ପେଟ ସଫା ହେଉନି କି ? କରନ୍ତୁ ଏହି କାମ, ଥରକେ ହେବ ସଫା...
 

Share this story