ଫ୍ଲାଟ୍ ଭିତରୁ ମିଳିଲା ୩ ମୃତଦେହ: ସ୍ତ୍ରୀ, ୮ ବର୍ଷର ଛୁଆକୁ ମାରି ନିଜେ ଆତ୍ମହତ୍ୟା କଲେ ଇଞ୍ଜିନିୟର...

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ତ୍ରୀ, ଛୁଆକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ । ପୁଣେର ଅନ୍ଧ ଅଞ୍ଚଳରେ ଥିବା ଏକ ଫ୍ଲାଟ୍ରୁ ଆଜି ୪୪ ବର୍ଷୀୟ ଇଞ୍ଜିନିୟର, ତାଙ୍କ ସ୍ତ୍ରୀ ଓ ୮ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି ।
ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି, ଇଞ୍ଜିନିୟର ଜଣକ ପ୍ରଥମେ ସ୍ତ୍ରୀ ଓ ପୁଅକୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ- ସୁଦୀପ୍ତ ଗାଙ୍ଗୁଲି, ତାଙ୍କ ପତ୍ନୀ ପ୍ରିୟଙ୍କା ଓ ପୁଅ ତନିସ୍କା ।
ଆହୁରି ପଢ଼ନ୍ତୁ : ଚାକିରି କରିବାକୁ ଚାହୁଁଥିଲା ବୋହୂ; ହଜମ କରିପାରିଲାନି ଶ୍ୱଶୁର, ବୋହୂ ସହ କରିଲେ ଏପରି ହୀନ କାଣ୍ଡ...
ସୁଦୀପ୍ତ ଓ ପ୍ରିୟଙ୍କା ଫୋନ୍ ନଉଠାଇବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ଏହାପରେ ବେଙ୍ଗାଲୁରୁରେ ରହୁଥିବା ସୁଦୀପ୍ତଙ୍କ ଭାଇ ତାଙ୍କର ଜଣେ ସାଙ୍ଗଙ୍କୁ ଫ୍ଲାଟ୍କୁ ଯାଇ ଚେକ୍ କରିବାକୁ କହିଥିଲେ । ଘରେ ତାଲା ପଡ଼ି ଥିବା ଜାଣି ସୁଦୀପ୍ତଙ୍କ ଭାଇ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ।

ଫୋନ୍ ଟ୍ରାକ୍ ପରେ ଫ୍ଲାଟ୍ ଭିତରୁ ଉଭୟ ସୁଦୀପ୍ତ ଓ ପ୍ରିୟଙ୍କାଙ୍କ ଫୋନ୍ ମିଳିଥିଲା । ଡୁପ୍ଲିକେଟ୍ ଚାବି ସହାୟତାରେ ପୋଲିସ୍ ଫ୍ଲାଟ୍ ଭିତରେ ପଶି ଘର ଭିତରୁ ସୁଦୀପ୍ତ, ତାଙ୍କ ସ୍ତ୍ରୀ ଓ ଛୁଆର ମୃତଦେହ ଉଦ୍ଧାର କରିଥିଲେ ।
ଆହୁରି ପଢ଼ନ୍ତୁ : ଶିକ୍ଷକଙ୍କ ଲଜ୍ଜାଜନକ କାରନାମା, ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ କରି ଫେସ୍ବୁକ୍ରେ ଛାଡ଼ିଲେ, ଆଉ ତାପରେ...
ଝୁଲନ୍ତା ଅବସ୍ଥାରେ ସୁଦୀପ୍ତଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ପତ୍ନୀ ଓ ଛୁଆର ମୃତଦେହ ତଳେ ପଡ଼ିଥିଲା । ସେମାନଙ୍କ ମୁହଁକୁ ପଲିଥିନ୍ ବ୍ୟାଗ୍ରେ କଭର୍ କରାଯାଇଥିଲା । ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ ।
ସୂଚନାଥାଉ କି, ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ସେ ଚାକିରି ଛାଡ଼ି ଦେଇଥିଲେ । ଅନ୍ୟପକ୍ଷେ, ଘଟଣାକୁ ନେଇ ପୋଲିସ୍ ତଦନ୍ତ ଚଳାଇଛି ।