ଚାକିରି କରିବାକୁ ଚାହୁଁଥିଲା ବୋହୂ; ହଜମ କରିପାରିଲାନି ଶ୍ୱଶୁର, ବୋହୂ ସହ କରିଲେ ଏପରି ହୀନ କାଣ୍ଡ...

father in law thrashed daughter in law with bricks

ଓଡ଼ିଆ ଗସିପ୍ ବ୍ୟୁରୋ: ଶ୍ୱଶୁର ବୋହୂର ସମ୍ପର୍କ ହେଉଛି ବାପା-ଝିଅର ସମ୍ପର୍କ । ଝିଅ ହେଉ ବା ବୋହୂ ସମସ୍ତଙ୍କୁ ସ୍ନେହ ଓ ଭଲ ପାଇବା ଦେବା ବଦଳରେ ମାର୍‌ପିଟ୍‌ କରିବା ଏକ ଦଣ୍ତନୀୟ ଅପରାଧ । ବୋହୂକୁ ଚାକିରି କରିବା ପାଇଁ ପ୍ରେରଣା ଦେବା ବଦଳରେ ପ୍ରତିବାଦ କରି ମରଣାତ୍ମକ ଆକ୍ରମଣ କରିଛନ୍ତି ଦିଲ୍ଲୀର ଜଣେ ବୟସ୍କ ଲୋକ ।

ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ୨୬ ବର୍ଷୀୟ ମହିଳା କାଜଲ ନିଜ ସ୍ୱାମୀ ପ୍ରବିଣ କୁମାର ଓ ଶ୍ୱଶୁରଙ୍କ ସହ ଦିଲ୍ଲୀର ପ୍ରେମନଗରରେ ରହୁଥିଲେ । କାଜଲ ନିଜ ସ୍ୱାମୀକୁ ଆର୍ଥିକ ସହଯୋଗ କରିବା ପାଇଁ ଚାକିରି କରିବାକୁ ମନ ବଳାଇଥିବା ବେଳେ ତାଙ୍କ ଶ୍ୱଶୁର ଏହାକୁ ବିରୋଧ କରିଥିଲେ ।

ଆହୁରି ପଢ଼ନ୍ତୁ : ବଦଳିଲା ପାଣିପାଗ ରିପୋର୍ଟ : ପଶ୍ଚିମା ଝଡ ପ୍ରଭାବ ଯୋଗୁ ରାଜ୍ୟରେ ଆଗାମୀ ୫ ଦିନ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ମଙ୍ଗଳବାର ଇଣ୍ଟରଭ୍ୟୁ ପାଇଁ ଯିବା ବେଳେ ଶ୍ୱଶୁର ତାଙ୍କ ଉପରେ ଇଟାରେ ଆକ୍ରମଣ କରିଥିଲେ । ଯାହାଦ୍ୱାରା ସେ ଗୁରୁତର ଭାବେ ଆହତ ହୋଇ ଦିଲ୍ଲୀର ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କ ମୁଣ୍ତରେ ୧୭ଟି ସ୍ଟିଚ୍‌ ମଧ୍ୟ ପଡ଼ିଛି ।

ଭାଇରା ଭିଡିଓ ରେ ଦେଖିବାକୁ ମିଳିଛି ଯେ, ଦିଲ୍ଲୀର ପ୍ରେମନଗର ରାସ୍ତାରେ କାଜଲ ଇଣ୍ଟରଭ୍ୟୁ ପାଇଁ ଯାଉଥିବା ବେଳେ ତାଙ୍କ ଶ୍ୱଶୁର ଇଟା ଧରି ତାଙ୍କ ପାଖକୁ ଆକ୍ରମଣ କରିବାକୁ ଆସିଥିଲେ । କାଜଲ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଶ୍ୱଶୁର ଏକାଧିକ ଥର ତାଙ୍କ ମୁଣ୍ତକୁ ଇଟାରେ ପ୍ରହାର କରିଥିଲେ ।

ଆହୁରି ପଢ଼ନ୍ତୁ : ପ୍ରଥମ ଥର ପାଇଁ କଲେଜ ଛାତ୍ରୀ ହେଲେ ମହିଳା ମୁଖ୍ୟମନ୍ତ୍ରୀ !, ପୁରା ଘଟଣା ପଢି ଆପଣ ତାଯୁବ ରହିଯିବେ, ଜାଣନ୍ତୁ ସେ କିଏ ?

ଏହାପରେ ସେ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିରହିଥିଲେ । ତାଙ୍କ ସ୍ୱାମୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । କାଜଲଙ୍କ ପିତାମାତାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ଶ୍ୱଶୁର ନାଁରେ ଏକ ମାମଲା ଦାଏର କରିଛି । ଏହାର ପରବର୍ତ୍ତୀ ତଦନ୍ତ ଆରମ୍ଭ ହୋଇଯାଇଛି ।

Share this story

World Odia Language Conferene