ଶିକ୍ଷକଙ୍କ ଲଜ୍ଜାଜନକ କାରନାମା, ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ କରି ଫେସ୍‌ବୁକ୍‌ରେ ଛାଡ଼ିଲେ, ଆଉ ତାପରେ...

Teacher made obscene video of student in social media

ଓଡ଼ିଆ ଗସିପ୍ ବ୍ୟୁରୋ: ଗୁରୁ ନାଁରେ କଳଙ୍କ । ଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ଅଶ୍ଲୀଳ ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ଜଣେ ଶିକ୍ଷକ ଭାଇରାଲ୍‌ କରିଥିବା ଅଭିଯୋଗ ହୋଇଛି ।

ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି । ଏହି ଘଟଣାରେ POCSO ଆକ୍ଟ ଅଧୀନରେ ସମ୍ପୃକ୍ତ କୋଚିଂ ସେଣ୍ଟର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଆହୁରି ପଢ଼ନ୍ତୁ : ପ୍ରଥମ ଥର ପାଇଁ କଲେଜ ଛାତ୍ରୀ ହେଲେ ମହିଳା ମୁଖ୍ୟମନ୍ତ୍ରୀ !, ପୁରା ଘଟଣା ପଢି ଆପଣ ତାଯୁବ ରହିଯିବେ, ଜାଣନ୍ତୁ ସେ କିଏ ?

୧୪ ବର୍ଷୀୟ ନାବାଳିକା ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ କରି ଏହାକୁ ଅନ୍‌ଲାଇନ୍‌ରେ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ୧୦ମ ଶ୍ରେଣୀ ଛାତ୍ରୀ ଜଣକ ଉକ୍ତ କୋଚିଂ ସେଣ୍ଟରରେ ପଢ଼ୁଥିଲେ । ସମ୍ପୃକ୍ତ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ କୋଚିଂ ସେଣ୍ଟର ମାଲିକଙ୍କ ବିରୋଧରେ ପକ୍‌ଡୀ ପୋଲିସ୍‌ ଷ୍ଟେସନରେ ମାମଲା ରୁଜୁ କରାଯାଇଛି ।

ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ପାଠ ପଢ଼ାଇବା ବେଳେ କୋଚିଂ ସେଣ୍ଟର ମାଲିକ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଏବଂ ଫଟୋ ଉଠାଇଥିଲେ । ପରେ ଏହାକୁ ସେ ଫେସ୍‌ବୁକ୍‌ରେ ଶେୟାର କରିଥିଲେ ।

Share this story

World Odia Language Conferene