ବଢିଲା ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ, ବନ ବିଭାଗ ପରେ ଏବେ ଇଡି କରିବ ମାମଲାର ତଦନ୍ତ
ଓଡ଼ିଆ ଗସିପ୍ ବ୍ୟୁରୋ: ବନ୍ୟଜନ୍ତୁଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ କରି ଟଙ୍କା ରୋଜଗାର ଘଟଣାରେ ବଢ଼ିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ । ମାମଲାର ତଦନ୍ତ କରିବ ଇଡି । ଏ ନେଇ ଇଡି ନିର୍ଦେଶକଙ୍କୁ ଚିଠି ଲେଖିଲେ ବନ୍ୟପ୍ରାଣୀ ପିସିସିଏଫ ।
ଅଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ଦେଖା ଦେବା ସହ ଅର୍ଥାଭାବ ଯୋଗୁଁ ଧାର କରି କାର୍ଯ୍ୟ ତୁଲାଇବେ! ପଢନ୍ତୁ ଏ ସପ୍ତାହର ରାଶିଫଳ…
ଯାଜପୁରର ବଦ୍ରି ନାରାୟଣ ଭଦ୍ରା ଓ ମୋନାଲିଲା ଭଦ୍ରାଙ୍କୁ ପୂର୍ବରୁ ଗିରଫ କରିଛି ବନ ବିଭାଗ । ସମ୍ପୃକ୍ତ ଦମ୍ପତି ବେଆଇନ ଭାବେ ମାଙ୍କଡ଼କୁ ଘରେ ରଖିବା ସହ ଏହାର ଭିଡିଓକୁ ନିଜର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରୁଥିଲେ ।
ଅଧିକ ପଢନ୍ତୁ : ମାଡ଼ି ଆସୁଛି କାଳବୈଶାଖୀ, ଦୁଇଦିନ ଛେଚିବ ବର୍ଷା ! କମିବ ତାତି, ପୁଣି ଏହି ଦିନଠୁ ବଢିବ ତାପମାତ୍ରା
ସେହିପରି ମିଲିୟନ ଫଲଓର୍ସ ଥିବା ଭଦ୍ରକର ମିର୍ଜା ମହମ୍ମଦ ଆରିଫ ମଧ୍ୟ ସାପ ସହ ଖେଳର ଭିଡିଓ ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଥିଲା । ଏମାନେ ୟୁଟୁବ୍ ଓ ସୋସିଆଲ ମିଡ଼ିଆ ଜରିଆରେ କେତେ ଟଙ୍କା କମାଇଛନ୍ତି ତାହାର ତଦନ୍ତ କରିବ ଇଡି ।
ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ