ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗର କଡ଼ା ନିର୍ଦ୍ଦେଶ, ଏଣିକି ଆଉ ନିର୍ବାଚନୀ ପ୍ରଚାରରେ...
 

ECI instructs political parties to not involve children in election campaign
ନିର୍ବାଚନ ଆୟୋଗ ଜାରି କଲା ଗାଇଡ୍‌ଲାଇନ୍‌
 

ଓଡ଼ିଆ ଗସିପ୍ ବ୍ୟୁରୋ:ଏଣିକି ଆଉ ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରିପାରିବେ ନାହିଁ ରାଜନୈତିକ ଦଳ। ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିଶନ। ଏହି କ୍ରମରେ ସୋମବାର ନିର୍ବାଚନ ଆୟୋଗ, ନିର୍ବାଚନ ପ୍ରଚାରରେ ଶିଶୁ ଏବଂ ନାବାଳକଙ୍କୁ ସାମିଲ ନକରିବାକୁ ପରାମର୍ଶ ଦେଇଛନ୍ତି।

ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରସୋର୍‌ରେ ଆରମ୍ଭ କରିଦେଲେଣି ପ୍ରସ୍ତୁତି। ତେବେ ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳଙ୍କୁ ଏଭଳି କିଛି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଇସି। ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ସମ୍ବନ୍ଧୀୟ କୌଣସି ବି କାମରେ ଛୋଟ ପିଲା କିମ୍ବା ନାବାଳିକା ନାବାଳକଙ୍କୁ ବ୍ୟବହାର କରପାରିବେ ନାହିଁ। 

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

କେବଳ ସେତିକି ନୁହେଁ ପ୍ରଚାର ବେଳେ ପିଲାଙ୍କୁ ପ୍ରାର୍ଥୀମାନେ କୋଳରେ ଧରିବେ ନାହିଁ କି ଗାଡିରେ ବସାଇ ରାଲି କରିପାରିବେ ନାହିଁ। ସୋମବାର ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳମାନଙ୍କ ଉଦ୍ଦେଶ୍ୟରେ ଏଭଳି କିଛି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

ସାଧାରଣ ନିର୍ବାଚନରେ ପ୍ରଚାର ପତ୍ର ବାଣ୍ଟୁଥିବା, ପୋଷ୍ଟର ଲଗାଉଥିବା, ନାରା ଦେଉଥିବା କିମ୍ବା ଦଳୀୟ ପତକା ଧରି ଚାଲୁଥିବା ଛୋଟ ପିଲା କିମ୍ବା ନାବାଳକମାନେ ଯେପରି ଦେଖାଯିବେ ନାହିଁ ସେଥିପାଇଁ ଇସି କଡା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚାର ବେଳେ ପିଲାଙ୍କ ହାତରେ କୌଣସ ଦଳୀୟ ପତାକା ଦିଆଯିବ ନାହିଁ। ପୋଷ୍ଟର ଲଗାଇବା ତଥା ପାମ୍ପ୍ଲେଟ ବାଣ୍ଟିବା, ନିର୍ବାଚନ ରାଲି, ଗୀତ, କବିତା ପାଠ, ନାରା ଦେଉଥିବା, ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ଧରିଥିବା ତଥା ବୈଠକ ଆଦିରେ ପିଲାଙ୍କ ବ୍ୟବହାର ଉପରେ ଇସି ରୋକ ଲଗାଇଛନ୍ତି।

ଅଧିକ ପଢନ୍ତୁ :କ୍ୟାରିୟରକୁ ନେଇ ଚିନ୍ତିତ ରହିବା ସହ ଏହି ରାଶିର ଲୋକଙ୍କ ଅଯଥା ଖର୍ଚ୍ଚ ବଢ଼ିବ! ପଢନ୍ତୁ ଆଜିର ରାଶିଫଳ 

ଯଦି କୌଣସି ଦଳ ନିଜର ନିର୍ବାଚନ ପ୍ରଚାରରେ ପିଲାଙ୍କୁ ସାମିଲ କରିବାର ଦେଖାଯାଉଛି, ତେବେ ଶିଶୁ ଶ୍ରମ ଆଇନ ୧୯୮୬ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ କରାଯିବ। ଏସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କୁ କାର୍ଯ୍ୟନୁଷ୍ଠାନ ନେବାର ଦାୟିତ୍ବ ଦିଆଯାଇଛି। ଅବଶ୍ୟ ପ୍ରଚାର ସମୟରେ ଯଦି କୌଣସି ନେତାଙ୍କ ଆଖପାଖରେ, ମାତା-ପିତା କିମ୍ବା ଅଭିଭାବକଙ୍କ ସହ କେହି ଶିଶୁ ଅଛନ୍ତି ତେବେ ତାହା ଉଲ୍ଲଘଂନ ବୋଲି ଧରାଯିବନାହିଁ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିବା ସହ ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story