କାଳରାତିରେ ଅଘଟଣ: ଖାଇ ପିଇ ଶୋଇପଡ଼ିଥିଲେ; ନିଦରେ ହିଁ ମୃତ୍ୟୁ ଆସି ଜୀବନ ନେଇଯିବ ଜାଣିନଥିଲେ ଡାକ୍ତର

doctors suspicious death

ଓଡ଼ିଆ ଗସିପ୍ ବ୍ୟୁରୋ: ବନ୍ଦ ଘରୁ ମିଳିଲା ଡାକ୍ତରଙ୍କ ଗଳିତ ମୃତଦେହ । କଟକ ଚାଉଳିଆଗଞ୍ଜରେ ଥିବା ଏକ ଘରୁ ଡାକ୍ତର ମଲାଡି ଭେଙ୍କଟ ଚନ୍ଦ୍ରଶେଖରଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ସାଲେପୁର ଚିକିତ୍ସା କେନ୍ଦ୍ରରେ ଡାକ୍ତର ଭାବରେ କାର୍ଯ୍ୟରତ ଥିଲେ ।

ଅଧିକ ପଢ଼ନ୍ତୁ: ଭାଇ ଦେଲା ଭଉଣୀର ବଳି! ଭଉଣୀର ମୁଣ୍ଡ କାଟିଦେଲା ଭାଇ, ଥାନାରେ କଟାମୁଣ୍ଡ ଧରି ପହଞ୍ଚିଲା

ଚାଉଳିଆଗଞ୍ଜରେ ଏକ ଭଡ଼ାଘରେ ସେ ଏକା ରହୁଥିଲେ । ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଶୋଇବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବାରୁ ହୃଦଘାତରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଅଧିକ ପଢ଼ନ୍ତୁ : କିଏ ଦେଲା ପ୍ରଶାନ୍ତ ଜଗଦ୍ଦେବଙ୍କୁ ପେଟ୍ରୋଲ ପମ୍ପ, ଦେଖନ୍ତୁ ବିଜେପି ସହ ଡିଲ ବେଳର ସାଙ୍ଘାତିକ ଭିଡିଓ...

ତେବେ ଡାକ୍ତରଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଅଧିକ ପଢ଼ନ୍ତୁ : ହୋଟେଲ ଭିତରେ ଚାଲିଥିଲା ଦେହ ବେପାର; ଅଚାନକ ପସିଗଲା ପୋଲିସ, ଆପତ୍ତିଜନକ ସାମଗ୍ରୀ ସହ ୧୩ ଯୁବତୀ ଉଦ୍ଧାର

Share this story