ସିବିଆଇ ଧରିଲା ବାହାନଗା ଟ୍ରେନ ଦୁର୍ଘଟଣାର ଅସଲ କାରଣ ! ତଦନ୍ତରେ ବାହାରିଲା ଏହି ସବୁ ତଥ୍ୟ

do CBI reveals conspiracy behind train accident in Balasore

ଓଡ଼ିଆ ଗସିପ ବ୍ୟୁରୋ : ବାହାନଗା ଟ୍ରେନ୍ ଟ୍ରାଜେଡିରେ ସିବିଆଇ ହାତରେ କେଉଁ ପ୍ରମାଣ ଲାଗିଲା ? ଦୁର୍ଘଟଣା ପଛର ଦୋଷୀ କିଏ ? ତାକୁ ନେଇ ଲାଗିରହିଥିବା ରହସ୍ୟ ଭିତରେ ସାମ୍ନାକୁ ଆସିଛି ବଡ଼ ଖବର । ବାହାନଗା ବଜାର ଷ୍ଟେସନ ମାଷ୍ଟର ଓ ସିଗ୍ନାଲ ଅଧିକାରୀଙ୍କୁ ସିବିଆଇ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି ।

ଦୁର୍ଘଟଣା ପଛରେ ଆଉ କିଏ, ସେନେଇ ପ୍ରାୟ ସପ୍ତାହେ ଧରି ଘଣ୍ଟାଚକଟା କରିବା ପରେ ସିବିଆଇ ଆଜି ବାଲେଶ୍ବର ଛାଡୁଥିବା ଚର୍ଚ୍ଚା ହେଉଛି । ସିବିଆଇ ଧରିଲା କି ବାହାନଗା ଟ୍ରେନ ଟ୍ରାଜେଡିର ଅସଲ କାରଣ? ସିଗ୍ନାଲ ପାନେଲରେ ତ୍ରୁଟି କିମ୍ବା ଇଣ୍ଟରଲକିଂ ସିଷ୍ଟମରେ ଗଡ଼ବଡ଼ିର ପ୍ରମାଣ ପାଇଗଲା କି ?

କାରଣ ୭ ଦିନର ଖୋଳତାଡ଼ ଭିତରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏବେ ନିଷ୍କର୍ସରେ ପହଞ୍ଚିଥିବା କୁହାଯାଉଛି । ତାହାରି ଭିତରେ ବଡ଼ ଖବର ହେଉଛି, ବାହାନଗା ଷ୍ଟେସନର ସିଗ୍ନାଲ ଅଫିସର ଏବଂ ଷ୍ଟେସନ ମାଷ୍ଟରଙ୍କୁ ଚାନ୍ଦିପୁରର ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି ସିବିଆଇ ଟିମ୍ ।

ଅଧିକ ପଢ଼ନ୍ତୁ : ଚାଲିଚାଲି ଯାଉଥିଲେ ହଠାତ ମାଡିଆସିଲା ବୋଲେରୋ, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଦୁର୍ଘଟଣାର ୨ ଦିନ ପରେ ତଦନ୍ତଭାର ହାତକୁ ନେଇଥିବା ସିବିଆଇ ଏହି ୨ ଅଧିକାରୀଙ୍କ ଉପରେ ଫୋକସ୍ ରଖିଥିଲା । ଗତ ୭ ଦିନ ଧରି ଗୁଡ଼େଇ ତୁଡ଼େଇ ତଥ୍ୟ ଆଦାୟ ପରେ ଏବେ ଦୁଇ  ଅଧିକାରୀଙ୍କୁ ଉଠାଇ ନେଇଥିବା କୁହାଯାଉଛି । ଆବଶ୍ୟକ ପଡ଼ିଲେ ସ୍କାନରରେ ଥିବା ସିଗ୍ନାଲ ପାନେଲର ଆଉ କିଛି କର୍ମଚାରୀଙ୍କୁ ସିବିଆଇ ପଚରାଉଚରା କରିପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

ଏହି ୭ ଦିନର ତଦନ୍ତ ଭିତରେ ସିବିଆଇ କ’ଣ ପାଇଲା ? ଟ୍ରେନ୍ ଟ୍ରାଜେଡି ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି ? ସେନେଇ ସିବିଆଇ କିନ୍ତୁ ମୁହଁ ଖୋଲୁନି । ଜୁନ ୨ ତାରିଖ ସଂଧ୍ୟାର ଭୟଙ୍କର ଟ୍ରେନ୍ ଟ୍ରାଜେଡି ପରଦିନ ଅର୍ଥାତ ଜୁନ୍ ୩ରେ ଗ୍ରାଉଣ୍ଡଜିରୋରେ ଆସି ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ସ୍ଥିତି ସମୀକ୍ଷା କରି ଦୁର୍ଘଟଣା ପଛରେ ଯିଏ ବି ଥିବ କଠୋର କାର୍ଯ୍ୟାନୁଷ୍ଠାନର ଚରମବାଣୀ ବି ଶୁଣାଇଥିଲେ ।

ଗତ ୫ ତାରିଖରୁ ସିବିଆଇ ଜାରି ରଖିଛି ଛାନଭିନ୍ । ସିଗ୍ନାଲ ରୁମର ଲଗବୁକ୍, ରିଲେ ପ୍ୟାନେଲ ସହ ଅନ୍ୟାନ୍ୟ ଉପକରଣକୁ ଜବତ କରିଛି । ଏପରିକି ଷ୍ଟେସନକୁ ନିଜ କବଜାକୁ ନେଇ ସିଲ୍ କରି ରଖିବାରୁ ବାହାନଗା ଷ୍ଟେସନକୁ ନୋ ଷ୍ଟପେଜ ଘୋଷଣା କରାଯାଇଛି । ସେପଟେ ରେଲେଓ୍ୱ ସେଫ୍ଟି କମିଶନର ଦୁର୍ଘଟଣାର କାରଣ ଖୋଜୁଛନ୍ତି ।

ଅଧିକ ପଢ଼ନ୍ତୁ : ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଚେତା ପସିଲା, ସବୁ ସିଗ୍ନାଲିଂ ରୁମର ହେବ ‘ଡବଲ୍ ଲକିଂ’ ବ୍ୟବସ୍ଥା, ଏପରି ନିର୍ଦ୍ଦେଶ ଦେଇଛି ରେଳବାଇ ବୋର୍ଡ

ଏପଟେ ରାତି ପାହିଲେ ଟ୍ରେନ ଟ୍ରାଜେଡିକୁ ପୁରିବ ୧୨ ଦିନ । ଏବେ ବି ଭୁବନେଶ୍ବର ଏମ୍ସ ପରିସରରେ ୮୧ ଟି ମୃତଦେହ ପଡ଼ିରହିଥିବାବେଳେ ଦାବିଦାର ଅଛନ୍ତି ୭୫ ଜଣ । ସମସ୍ତଙ୍କ ଡିଏନଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହି ମୃତଦେହ ଗୁଡ଼ିକର ପରିଚାଳନା ପାଇଁ ଆଜି ଭୁବନେଶ୍ବର ଏମ୍ସ ପରିସରରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଚିହ୍ନଟ ନ ହେବା ଯାଏଁ କଣ୍ଟେନରରେ ସୁରକ୍ଷିତ ଅବସ୍ଥାରେ ଥିବା ଡେଡବଡ଼ି ଗୁଡ଼ିକ ସେମିତି ହିଁ ରହିବ ବୋଲି ସୂଚନା ଦେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ ।

Share this story