ପୁଣି ବର୍ଷା! ରାଜ୍ୟରେ ୨ ଦିନ ଜାରି ରହିବ ଘନ କୁହୁଡ଼ି, ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
 

Dense fog for next two days in state yellow allert warning 10 dists for 24 hours
୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ଜାରି ରହିବ ଘନ କୁହୁଡ଼ି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା କାଲି ଘନ କୁହୁଡ଼ି ପାଇଁ ୧୦ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। 

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିଭଳି ୪ ତାରିଖରେ ଘନ କୁହୁଡି ନେଇ ୬ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ମିଟର ମଧ୍ୟରେ ରହିବ। ବାକି ଓଡ଼ିଶାର କିଛି ଜିଲ୍ଳାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବର୍ତ୍ତମାନ ବାୟୁମଣ୍ଡଳରେ ଜଳୀୟବାଷ୍ପରର ପରିମାଣ ଅଧିକ ରହୁଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି। ପାଣିପାଗ କେନ୍ଦ୍ରର ସତର୍କତା ପରେ ପୁଲିସ ଡିଜି ଏବଂ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଏସ୍ଆରସି। 

ଅଧିକ ପଢନ୍ତୁ :ଜାଣନ୍ତୁ କ’ଣ ଏହି ସର୍ଭାଇକାଲ କ୍ୟାନ୍ସର? ଯାହା ୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ନେଲା ଜୀବନ 

ଘନ କୁହୁଡି ସମୟରେ ଗାଡି ଚଳାଚଳ ଉପରେ ନଜର ରଖିବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଆସନ୍ତା କାଲି ସକାଳ ସାଢେ ଆଠଟା ସୁଦ୍ଧା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ନଥିବାରୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ଅଧିକ ପଢନ୍ତୁ :ଆଜି ଏହି ରାଶି ଲୋକଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ, ସମସ୍ୟାରେ ପଡ଼ିପାରନ୍ତି! ପଢନ୍ତୁ ଆଜିର ରାଶିଫଳ  
 

Share this story