ଆସୁଛି ବାତ୍ୟା! ବଙ୍ଗୋପସାଗରରେ ଘନଉଛି ଲଘୁଚାପ, ତୀବ୍ର ଅବପାତରେ ହେବ ପରିଣତ !
 

December month odisha cyclone update from imd
ଆସୁଛି ବାତ୍ୟା!

ଓଡ଼ିଆ ଗସିପ୍ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେବାରେ ଲାଗିଛି। ଲଘୁଚାପ କେନ୍ଦ୍ରସ୍ଥଳରେ ବର୍ତ୍ତମାନ ମେଘଖଣ୍ଡ ଏକତ୍ରିତ ହୋଇ ଚାଲିଛି। ଏହି ଲଘୁଚାପ ଶକ୍ତିଶାଳୀ ହୋଇ ୩୦ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ। 

ବାତ୍ୟାର ଗତିପଥ ଓ ଏହାର ତୀବ୍ରତା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଯାବତ୍‌ କୌଣସି ସୂଚନା ଦିଆଯାଇ ନଥିଲେ ହେଁ ଏହାର ପ୍ରଭାବ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଅନୁଭୂତ ହେବ ବିଭିନ୍ନ ମଡେଲ୍‌‌ ଆକଳନ କରୁଛନ୍ତି। ତେବେ ଅବପାତ ସୃଷ୍ଟି ହେବା ପରେ ଆଇଏମ୍‌ଡି ଏହାର ଚିତ୍ର ଅଧିକ ସ୍ପଷ୍ଟ କରିବ ବୋଲି ସୂଚନା ମିଳିଛି।

ଅଧିକ ପଢନ୍ତୁ :ସପ୍ତାହିକ ରାଶିଫଳ: ପାରିବାରିକ ଜୀବନରେ ଅସ୍ଥିରତା ସହିତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ

ଅନ୍ୟପଟେ ବାତ୍ୟାକୁ ନେଇ ପ୍ରାରମ୍ଭିକ ଚେତାବନୀ ମଧ୍ୟ ଜାରି ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ତାରିଖରେ ବାତ୍ୟା ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ୩ ତାରିଖରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ ଓ ଜଗତ୍‌ସିଂହପୁରର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ଆଶଙ୍କା ରହିଛି। 

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ

ସେହିପରି ୪ ତାରିଖରେ ଏହାର ପ୍ରଭାବ ବୃଦ୍ଧି ପାଇବା ସହ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ଆଶଙ୍କା ଥିବା ପାଣିପାଗ କେନ୍ଦ୍ର କହିଛି। ସମ୍ଭାବ୍ୟ ବାତ୍ୟା ଯୋଗୁଁ ସମୁଦ୍ର ଧୀରେଧୀରେ ଅଶାନ୍ତ ହେବାରେ ଲାଗିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୧ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପବନର ଘଣ୍ଟା ପ୍ରତି ବେଗ ୪୦-୫୦ କିମି ରହିବ। ଏହାର ଝଟ୍‌କା ୬୦କିମି ପହଞ୍ଚିବ। ୨ରେ ଏହା ବଢ଼ି ଘଣ୍ଟା ପ୍ରତି ୫୦-୬୦ ଓ ଝଟ୍‌କା ପବନ ୭୦ କିମି ଛୁଇଁବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧ ତାରିଖରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିାଆଯାଇଛି। 

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ପାଣିପାଗ କେନ୍ଦ୍ରର ସୂଚନା ଆଧାରରେ ଏସ୍‌‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଉପକୂଳବର୍ତ୍ତୀ ୬ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଯାଇଛି।ମତ୍ସ୍ୟଜୀବୀମାନେ ଯେପରି ୧ ତାରିଖ ପରେ ସମୁଦ୍ର ମଧ୍ୟକୁ ନଯିବେ ଓ ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି, ସେମାନଙ୍କୁ ୧ ତାରିଖ ସୁଦ୍ଧା କୂଳକୁ ଫେରାଇ ଆଣିବାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି।

ସୂଚନାଥାଉ କି, ଆଣ୍ଡାମାନ ସାଗରରେ ଥିବା ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୩୦ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ପରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଦିଗରେ ଗତି କରିବ। ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣ ପଶ୍ଚିମ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ବାତ୍ୟାରେ ପରିଣତ ହେବ।

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
 

Share this story