ଗାଁରେ ଟ୍ରିପଲ୍ ମର୍ଡର, ରାସ୍ତାକଡ଼ରୁ ସ୍ତ୍ରୀ ଓ ଶିଶୁପୁତ୍ର ସମେତ ୩ ଜଣଙ୍କ ମୃତଦେହ ଉଦ୍ଧାର
 

Dead body of 3 persons recovered from junagarh of kalahandi
ଶଙ୍କରପଲା ଗାଁରେ ଗାଁରେ ଟ୍ରିପଲ୍ ମର୍ଡର,
 

ଓଡ଼ିଆ ଗସିପ୍ ବ୍ୟୁରୋ: କଳାହାଣ୍ଡିରେ ଖେଳିଯାଇଛି ଚାଞ୍ଚଲ୍ୟ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗାଁରେ ଘଟିଯାଇଛି ଟ୍ରିପଲ୍ ମର୍ଡର। ଗାଁ ମୁଣ୍ଡରେ ଆଜି ସନ୍ଧ୍ୟା ସମୟର ଟ୍ରିପଲ୍ ମର୍ଡର ହୋଇଥିବା ଜଣାପଡିଛି। ଗୋଟିଏ ପରିବାରର ଜଣେ ମହିଳା, ଶିଶୁ ଓ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ଶଙ୍କରପଲା ଗାଁ ମୁଣ୍ଡ ରାସ୍ତାକଡ଼ରୁ ଏକାସାଙ୍ଗରେ ୩ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁକମାନେ ହେଲେ ରାଏମତି ମାଝୀ ଓ ତାଙ୍କ ଦୁଇବର୍ଷ ର ପୁଅ ଶିବଶକ୍ତି ମାଝୀ ଏବଂ ଗ୍ରାମର ମହେନ୍ଦ୍ର କୁମାର। କେଉଁ କାରଣରୁ ହତ୍ୟା କରାଯାଇଛି ଓ କିଏ ଏହି ହତ୍ୟାକାଣ୍ଡ ଘଟାଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

adimg

ଅଧିକ ପଢ଼ନ୍ତୁ: ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ, କମିବ ହୃଦ୍‌ଘାତ ହେବାର ଆଶଙ୍କା

ପ୍ରାଥମିକ ସୂଚନା ଅନୁଯାୟୀ ରାଏମତି ମାଝୀଙ୍କ ସ୍ଵାମୀ ପୂର୍ବରୁ ହତ୍ୟା ଅଭିଯୋଗରେ ଜେଲରେ ଥିବା ଜଣାପଡିଛି। ୨୦୧୯ ମସିହାରେ ସେହି ଗାଁର ଜଣେ ଯୁବକଙ୍କୁ ହତ୍ୟା କରି ଜେଲ ଯାଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଜୁନାଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…

Share this story