୯ ତାରିଖରେ ବାତ୍ୟା ସମ୍ଭାବନା : ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ; ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜିଙ୍କ ବଡ଼ ସୂଚନା

cyclone update2

ଓଡ଼ିଆ ଗସିପ ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା । ୬ ତାରିଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୭ ତାରିଖରେ ଲଘୁଚାପ ରୂପ ନେବା ଆକଳନ କରାଯାଇଛି । ୮ ତାରିଖରେ ଅବପାତ ନେଇ ପୂର୍ବାନୁମାନ କରାଯାଇଛି ।

୯ ତାରିଖରେ ବାତ୍ୟା ସମ୍ଭାବନା ରହିଛି । ଉତ୍ତର ଦିଗକୁ ଯାଇ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହାଁଇବ । ଗତି କରିବା ପରେ ଆହୁରି ଶକ୍ତିଶାଳୀ ହେବା ଆଶଙ୍କା କରାଯାଉଛି । ତେବେ ଲଘୁଚାପ ସୃଷ୍ଟି ପରେ ଏହାର ଗତିପଥ ସ୍ପଷ୍ଟ ହେବ । ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ୱର ମହାନଗର ନିଗମର ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଯୋଗ ଦେବେ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, ଜଳ ବିଭାଗ ସମେତ ବିଏମସିର ଉଚ୍ଚ ପଦାଧିକାରୀ । ଏନେଇ ବିଏମସିର ସମସ୍ତ ଟିମ୍ ପ୍ରସ୍ତୁତ ରହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ଅଛନ୍ତି ସମସ୍ତ ଅଫିସର, ଜିରୋ କାଜୁଆଲିଟ୍ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମେୟର କହିଛନ୍ତି ।

ଆହୁରି ପଢ଼ନ୍ତୁ : ମଦୁଆ ଗାଡ଼ି ଚାଳକ ସାବଧାନ: ଫାଇନ ନୁହେଁ ଏଥର ଗିରଫ, ଆହୁରି ନିଆଯିବ କାର୍ଯ୍ୟାନୁଷ୍ଠାନ...

ଆହୁରି ପଢ଼ନ୍ତୁ : ମେ' ୫ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଏହା କେଉଁ ରାଶି ପାଇଁ ଶୁଭ ଏବଂ କେଉଁ ରାଶି ପାଇଁ ଅଶୁଭ ?

ଗତକାଲି ମଧ୍ୟ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ NDRF, ODRAF ଓ ଅଗ୍ନିଶମ ସେବା ଆଦି ଆଗୁଆ ରହିବାକୁ ସେ ପରାମର୍ଶ ଦେବା ସହିତ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ସବୁ ଅତ୍ୟାବଶ୍ୟକ ମେସିନ୍‌ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବାକୁ ସେ କହିଥିଲେ । ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

Share this story

World Odia Language Conferene