ମେ' ୫ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଏହା କେଉଁ ରାଶି ପାଇଁ ଶୁଭ ଏବଂ କେଉଁ ରାଶି ପାଇଁ ଅଶୁଭ ?

Lunar Eclipse to appear on May 5 know your horoscope

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତା ୫ ତାରିଖରେ ବୁଦ୍ଧ ପୂର୍ଣ୍ଣିମାରେ ଚଳିତ ବର୍ଷର ପ୍ରଥମ ‘ଉପଛାୟା’ ଚନ୍ଦ୍ରଗ୍ରହଣ । ଭାରତୀୟ ସମୟ ରାତି ୮ ଟା ୪୪ରେ ସଂଗଠିତ ହେବ ଚନ୍ଦ୍ରଗ୍ରହଣ । ରାତି ୧୦ଟା ୫୨ରେ ଉପଛାୟାରେ ଚନ୍ଦ୍ରର ପୂର୍ଣ୍ଣ ପ୍ରବେଶ ହେବ । ରାତି ୧ଟା ୧ରେ ଉପଛାୟାରୁ ବାହାରିଯିବ ଚନ୍ଦ୍ର ।

ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକାରେ ଏହି ଉପଛାୟା ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଓଡ଼ିଶାରେ ଚନ୍ଦ୍ରଗ୍ରହଣ ଆରମ୍ଭରୁ ଶେଷ ୟାଏ ସଂଗଠିତ ହେବ । କିନ୍ତୁ ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ ବୋଲି ସୂଚନା ଦେଇଛି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ । ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବରରେ ହେବ ।

ଆହୁରି ପଢ଼ନ୍ତୁ : ୩ ରାଶି ଉପରେ ଲାଗିବ ଗ୍ରହଣ; ବାକି ରାଶି ଉପରେ କିପରି ରହିବ ଗ୍ରହଣ ପ୍ରଭାବ

ତେବେ ଏହି ଚନ୍ଦ୍ରଗ୍ରହଣ କେଉଁ ରାଶି ପାଇଁ ଶୁଭ ଏବଂ କେଉଁ ରାଶି ପାଇଁ ଅଶୁଭ ? ଚାଲନ୍ତୁ ଜାଣିବା :

ଏହି ଚନ୍ଦ୍ରଗ୍ରହଣ ତୁଳା ରାଶି ଏବଂ ସ୍ବାତୀ ନକ୍ଷତ୍ରରେ ଘଟୁଛି । ଜ୍ୟୋତିର୍ବିଦଙ୍କ ଅନୁସାରେ ସୂର୍ଯ୍ୟ, ବୁଧ, ଗୁରୁ ଏବଂ ରାହୁଙ୍କ ଚତୁର୍ଗ୍ରହୀ ଯୋଗରେ ଚନ୍ଦ୍ରଗ୍ରହଣ ଘଟୁଛି । ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବା ପରେ ଏହି ଯୋଗ ୧୫ ମେ’ରେ ଶେଷ ହେବ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେଷ ରାଶି ପାଇଁ ଶୁଭ, ଚାକିରିରେ ନୂତନ ସୁଯୋଗ ଆଣିବ ଲକ୍ଷ୍ୟ ହାସଲ ହେବା ସହିତ ବ୍ୟବସାୟରେ ଲାଭବାନ ହେବାର ସମ୍ଭାବନା ରହିଛି । ସେହିଭଳି ସିଂହ ରାଶି ଜାତକଙ୍କ ପାଇଁ ଏଇ ଚନ୍ଦ୍ରଗ୍ରହଣ ପରିବାରରେ ସୁଖ ଏବଂ ସମୃଦ୍ଧି ଆଣିବ ।

ଧନୁରାଶି ଜାତକଙ୍କ କ୍ୟାରିୟରରେ ଅନେକ ଭଲ ସୁଯୋଗ ମିଳିବାର ସମ୍ଭାବନା ରହିଛି । ଏକରୁ ଅଧିକ ଆୟର ଉତ୍ସ ମିଳିପାରେ । ଏହା ବ୍ୟତୀତ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ମୀନ ରାଶି ଜାତକଙ୍କ ପାଇଁ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଅର୍ଥ ସମ୍ପର୍କିତ ସମସ୍ୟାର ଅନ୍ତ ହେବ । କ୍ୟାରିୟର ଏକ ନୂତନ ଦିଗ ମିଳିବ । ପ୍ରିୟ ଲୋକ ଏବଂ ପୁରୁଣା ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ରହିବ । ସ୍ବାତୀ ନକ୍ଷତ୍ରରେ ଜନ୍ମ ଜାତକମାନେ ସତର୍କ ରହିବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ : ୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଏହା ବ୍ୟତୀତ ତୁଳା ରାଶିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଘଟୁଥିବାରୁ ଏହି ରାଶିର ଲୋକଙ୍କୁ ବି ସାବଧାନ ରହିବାକୁ ପଡ଼ିବ ।

ଚନ୍ଦ୍ରଗ୍ରହଣ ବେଳେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ରହିଥାଏ । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ । ଚନ୍ଦ୍ରଗ୍ରହଣ ୩ ପ୍ରକାର ହୋଇଥାଏ । ଗୋଟଏ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଅନ୍ୟଟି ଆଂଶିକ ଚନ୍ଦ୍ରଗ୍ରହଣ ଏବଂ ଉପଛାୟା ଚନ୍ଦ୍ରଗ୍ରହଣ । ତେବେ ଆସନ୍ତା ୫ ତାରିଖରେ ଚଳିତ ବର୍ଷର ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ ପଡୁଛି ।

Share this story

World Odia Language Conferene