ମଦୁଆ ଗାଡ଼ି ଚାଳକ ସାବଧାନ: ଫାଇନ ନୁହେଁ ଏଥର ଗିରଫ, ଆହୁରି ନିଆଯିବ କାର୍ଯ୍ୟାନୁଷ୍ଠାନ...

commissionerate police will arrest drunken drivers in capital

ଓଡ଼ିଆ ଗସିପ ବ୍ୟୁରୋ: ଟୁଇନ୍ ସିଟି କଟକ-ଭୁବନେଶ୍ୱରରେ ଚେକିଂ ଆହୁରି କଡ଼ାକଡ଼ି କରାଯାଇଛି । ବିଶେଷ କରି ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ ବ୍ଲ ପ୍ରିଂଟ୍ ପ୍ରସ୍ତୁତ କରିଛି କମିଶନରେଟ୍ ପୁଲିସ୍ । ଏଣିକି ମଦ ପିଈ ଗାଡ଼ି ଚଳାଇ ଧରାପଡ଼ିଲେ ଫାଇନ୍ ନୁହେଁ ବରଂ ଗିରଫ ହେବେ ମଦୁଆ ଡ୍ରାଇଭର ।

କେବଳ ସେତିକି ନୁହେଁ ଲାଇସେନ୍ସ ରଦ୍ଧ ପ୍ରକ୍ରିୟା ଆରମ୍ଭ କରିବା ସହିତ ଗାଡ଼ି ଜବତ କରିବ ପୁଲିସ୍ । ପୂର୍ବରୁ କୋଭିଡ୍ କଟକଣା ଥିବାରୁ ମଦୁଆଙ୍କୁ ଚିହ୍ନଟ କରିବାରେ ଅସୁବିଧା ହେଉଥିଲା । କିନ୍ତୁ ଏବେଠାରୁ ପ୍ରତି ଚେକ୍ ପୋଷ୍ଟରେ ବ୍ରେଥ୍ ଆନାଲାଇଜର ସାହାର୍ଯ୍ୟରେ ମଦୁଆ ଚିହ୍ନଟ ଅଭିଯାନ ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ : ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ ଉପଡେଟ : ବାଂଲାଦେଶ-ମିଆଁମାର ହୋଇପାରେ ମୁହାଁ; ୱିଣ୍ଡି ଓ ଇସିଏମଡବ୍ଲ୍ୟୁଏଫ ପାଣିପାଗ ସଂସ୍ଥାର ଆକଳନ

ବିଶେଷ କରି ସଡ଼କ ଦୁର୍ଘଟଣାରେ ନିରିହ ଲୋକଙ୍କ ଜୀବନ ଯାଉଥିବା ବେଳେ କ୍ଷୟକ୍ଷତି ମଧ୍ୟ ହେଉଛି । ଏହାକୁ ଦୃଷ୍ଟିରେ ରଖି କଠୋର ନିଷ୍ପତି ନେଇଛି ପୁଲିସ୍ । କେବଳ ମଦୁଆ ଚାଳକ ନୁହେଁ ବରଂ ରୋଡ୍ ଉପରେ ରୋମିଓଗିରି ଦେଖାଉଥିବା ଯୁବକଙ୍କୁ ସାବାଡ଼ କରିବା ପାଇଁ ଖସଡ଼ା ପ୍ରସ୍ତତ କରିଛି କମିଶନରେଟ୍ ପୁଲିସ୍ ।

ଯେଉଁମାନେ ରାସ୍ତା ଉପରେ ମଦ ପିଉଛନ୍ତି । ରାସ୍ତାରେ ଯାଉଥିବା ମହିଳା ବା ଯୁବତୀଙ୍କୁ କମେଂଟ୍ ମାରୁଛନ୍ତି । କିମ୍ବା ରାସ୍ତାରେ ଯୁବତୀଙ୍କୁ ଅଟକାଇ ହଇରାଣ କରୁଛନ୍ତି ସେମାନଙ୍କ ଉପରେ ବି ରହିବ ପୁଲିସର ନଜର ।

ଆହୁରି ପଢ଼ନ୍ତୁ : ମେ' ୫ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଏହା କେଉଁ ରାଶି ପାଇଁ ଶୁଭ ଏବଂ କେଉଁ ରାଶି ପାଇଁ ଅଶୁଭ ?

ଏଥିପାଇଁ ଖାସ୍ ପିଓପିଡି ଟିମ୍ ଗଠନ କରିଛନ୍ତି ଡିସିପି । ଏହା ସହ ସିଧାସଳଖ ଭୁବନେଶ୍ୱର ଡିିସିପିଙ୍କୁ ୭୦୭୭୭-୯୮୧୧୧ ନମ୍ବର ଜରିଆରେ ଯୋଗାଯୋଗ କରିପାରିବେ ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ।

ସହରର ବିଭିନ୍ନ ଗଳିକନ୍ଦିରେ ନାକା ଲଗାଇବା ସହ ଛକଗୁଡ଼ିକରେ ସାଧା ପୋଷାକଧାରୀ ପୁଲିସ ମୁତୟନ କରାଯାଉଛି । ଯେଉଁମାନେ ଏହି ମୁଦୁଆ ଗାଡ଼ି ଚାଳକ ଏବଂ ରୋଡ୍ ରୋମିଓଙ୍କ ଉପରେ ନଜର ରଖିବେ ।

Share this story

World Odia Language Conferene