ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ ଉପଡେଟ : ବାଂଲାଦେଶ-ମିଆଁମାର ହୋଇପାରେ ମୁହାଁ; ୱିଣ୍ଡି ଓ ଇସିଏମଡବ୍ଲ୍ୟୁଏଫ ପାଣିପାଗ ସଂସ୍ଥାର ଆକଳନ

cyclone update1

ଓଡ଼ିଆ ଗସିପ ବ୍ୟୁରୋ: ମେ’ ମାସରେ ପୁଣି ସୃଷ୍ଟି ହୋଇଛି ବାତ୍ୟା ଭୟ । ବାତ୍ୟାକୁ ନେଇ ବଢୁଛି ଆଶଙ୍କା । ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ଲଘୁଚାପର ରୂପ ନେବ । ପାଣିପାଗ ବିଭାଗର ଏପରି ଆକଳନ ପରେ ବାତ୍ୟା ଭୟ ବଢିଯାଇଛି ।

ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ସେ ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ । ଲଘୁଚାପ ଅବପାତର ରୂପ ନେବା ପରେ, ଚିତ୍ର ସ୍ପଷ୍ଟ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ହେଲେ ଏକାଧିକ ଥର ମେ’ ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇ, ଓଡିଶା ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାରୁ ଏହି ଆଶଙ୍କା ବଢ଼ିଯାଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ୱର ମହାନଗର ନିଗମର ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଯୋଗ ଦେବେ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, ଜଳ ବିଭାଗ ସମେତ ବିଏମସିର ଉଚ୍ଚ ପଦାଧିକାରୀ । ଏନେଇ ବିଏମସିର ସମସ୍ତ ଟିମ୍ ପ୍ରସ୍ତୁତ ରହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ଅଛନ୍ତି ସମସ୍ତ ଅଫିସର, ଜିରୋ କାଜୁଆଲିଟ୍ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମେୟର କହିଛନ୍ତି ।

ଆହୁରି ପଢ଼ନ୍ତୁ : ୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆହୁରି ପଢ଼ନ୍ତୁ : ମେ' ୫ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଏହା କେଉଁ ରାଶି ପାଇଁ ଶୁଭ ଏବଂ କେଉଁ ରାଶି ପାଇଁ ଅଶୁଭ ?

ଗତକାଲି ମଧ୍ୟ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ NDRF, ODRAF ଓ ଅଗ୍ନିଶମ ସେବା ଆଦି ଆଗୁଆ ରହିବାକୁ ସେ ପରାମର୍ଶ ଦେବା ସହିତ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ସବୁ ଅତ୍ୟାବଶ୍ୟକ ମେସିନ୍‌ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବାକୁ ସେ କହିଥିଲେ । ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

Share this story

World Odia Language Conferene