ବୈତରଣୀ ନଦୀପଠାରୁ ପୁଣି ଝାମ୍ଫିନେଲା କୁମ୍ଭୀର
 

Crocodile Attack a Buffalo In Baitarani River
ବୈତରଣୀ ନଦୀପଠାରୁ ପୁଣି ଝାମ୍ଫିନେଲା କୁମ୍ଭୀର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭଦ୍ରକରେ ପୁଣି କୁମ୍ଭୀର ଅତଙ୍କ, କାଲି ଭୋର ସମୟରେ ଆରଡି ନିକଟସ୍ଥ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ନଦୀପଠାରେ କିଛି ମଇଁଶି ପାଣି ଥିଉବା ବେଳେ ଗୋଟେ ମଇଁଶି ପଛରେ ରହିଯାଇଥିଲା ଫଳରେ ହିଂସ୍ର କୁମ୍ଭୀର ଏପରି ସୁଯୋଗ ପାଇ ନଦୀମଧ୍ଯକୁ ଝାମ୍ଫିନେଇଥିଲା। ନିକଟରେ ଥିବା କିଛି ଲୋକ ହା ହୋଲା କରିବାରୁ ଦୀର୍ଘସମୟ ପରେ କୁମ୍ଭୀର ମଇଁଶିକୁ ଛାଡି ଦେଇଥିଲା।

ଅଧିକ ପଢ଼ନ୍ତୁ: ଚାକିରୀରୁ ଅବସର ପୂର୍ବରୁ ଭି ଆର ଏସ ନେଲେ DGP B K Ravi ହେଲେ କାହିଁକି ? ଜାଣନ୍ତୁ ଅସଲ କାରଣ... 

ଏପରିକି ଗାଁ ଲୋକ ଯନ୍ତ୍ର ଚାଳିତ ଡଙ୍ଗା (ଭୁଟୁଭଟି) ନେଇ ଘୋଡାଇଥିଲି। ନଦୀରେ ପ୍ରଖର ସ୍ରୋତ ରହିଥିବାରୁ ମଇଁଶି ନଦୀବୁଡିଯାଇଥିଲା। କିଛିସମୟ ପରେ ମଇଁଶି ଭାସିବା ପରେ କୂଳକୁ ଆଣିଥିଲେ ଗାଁ ଲୋକ।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ସେହିପରି ୮ଦିନ ତଳେ ଷାଠିବାଙ୍କୁଡା ଗାଁର ସୁରେଶ ପାତ୍ର ଓ ସାଥି ସାଙ୍ଗ ହୋଇ କିଛି ଗାଈ ଗୋରୁଙ୍କୁ ନେଇ ଚରାଉଥିବା ବେଳେ ନଦୀକୂଳରେ ଛକି ରହିଥିବା ୧୫\୧୬ ଫୁଟ ଲମ୍ବର ଏକ ହିଂସ୍ର କୁମ୍ଭୀର ହଠାତ ଏକ ଗାଈକୁ ଝାମ୍ଫି ନେଇ ନଦୀ ମଝିରେ କିଛି ସମୟ ଧରି ତାଣ୍ଡବ ରଚିଥିଲା। ଏପରି ଘଟଣା ପରେ ଗାଈ ମାଲିକ ସୁରେଶ ଓ ଗାଁ ଲୋକ ହୋ ହାଲା କରିବା ସହ ଇଟା ପଥର ଫିଙ୍ଗି ଥିଲେ ମଧ୍ୟ କୁମ୍ଭୀର ନଦୀ ମଝିରେ ଗାଈକୁ ଝୁଣି ଝୁଣି ଖାଇଚାଲିଥିଲା।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

Share this story