ପାରିବାରିକ କଳହର କରୁଣ ପରିଣତି: ସ୍ବାମୀ ଝୁଲିପଡ଼ିଲେ, ସ୍ତ୍ରୀ ବିଦ୍ୟୁତ୍ ତାରକୁ ଧରି ନିଜ ଜୀବନ ହାରିଲେ   

Couple dies by suicide over family dispute in Baniatangi Khordha Odisha
ପାରିବାରିକ କଳହର କରୁଣ ପରିଣତି

ଓଡ଼ିଆ ଗସିପ୍ ବ୍ୟୁରୋ: ଏବେ ଆଉ ମଣିଷ ନଜର କ୍ରୋଧ ଉପରେ ଅଙ୍କୁଶ ଲଗାଇ ପାରୁନି । ରାଗର ବସବର୍ତ୍ତୀ ହୋଇ ସେ କ’ଣ ଯେ କରେ ତାହା ତାକୁ ନିଜକୁ ମଧ୍ୟ ଜଣାନଥାଏ । ସେହିଭଳି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସଦର ଥାନା ବଣିଆଟାଙ୍ଗି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ୱାମୀ ପରେ ସ୍ତ୍ରୀ ଆତ୍ମହତ୍ୟା କରିଛି ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ସୂଚନା ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୁଏ । ବର୍ତ୍ତମାନ ସେହି କଳହର ଆଜି କରୁଣ ପରିଣତି ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ସମୟରେ ଦମ୍ପତିଙ୍କ ମଧ୍ୟରେ କଳହ ତୀବ୍ର ହେବାରୁ ସ୍ୱାମୀ ଘରେ ନିଜକୁ ବନ୍ଦ କରି ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ସ୍ୱାମୀର ଝୁଲନ୍ତା ମୃତ ଦେହ ଦେଖି ସ୍ତ୍ରୀ ମଧ୍ୟ ଚରମ ପଦକ୍ଷେପ ନେଇ ଘରେ ଲାଗିଥିବା ବିଦ୍ୟୁତ ତାର ଧରି ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଓ କେଉଁ ଭଳି ପରିସ୍ଥିତିରେ ପତ୍ନୀ ଆତ୍ମହତ୍ୟା କଲେ ତାହା ସନ୍ଦେହ ଘେରରେ ରହିଛି।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କର ମୃତ ଦେହକୁ ଉଦ୍ଧାର କରିଲା । ଏହାପରେ ଶବକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲାର ହସ୍ପିଟାଲକୁ ପଠାଇଲା । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ପ୍ରାୟ ୧୮ ବର୍ଷ ପୂର୍ବେ ବଣିଆ ଟାଙ୍ଗୀର ସମରେନ୍ଦ୍ର ସେନାପତି (୪୩) ଓ ଗଡ଼ଖୋର୍ଦ୍ଧାର ସୁମିତା ବିବାହ କରିଥିଲେ। ଉଭୟ ନିଜର ତିନି ସନ୍ତାନଙ୍କ ସହ ବାଜପୁର ପଞ୍ଚାୟତ ବଣିଆଟାଙ୍ଗୀଠାରେ ରହୁଥିଲେ। ସେମାନଙ୍କର ୧୭ ଓ ୧୨ ବର୍ଷ ବୟସର ଦୁଇଟି ଝିଅ ଓ ୭ ବର୍ଷ ବୟସର ଗୋଟିଏ ପୁଅ ଅଛନ୍ତି।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ସମରେନ୍ଦ୍ରଙ୍କ ବଡ଼ ଭାଇ ଅମରେନ୍ଦ୍ରଙ୍କ କହିବାନୁସାରେ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ସମରେନ୍ଦ୍ର ବିଲରୁ ଫେରି ଘର ଭିତରକୁ ଯାଇ ଭିତରପଟରୁ କବାଟ ଦେଇଦେଇଥିଲେ। ସେ କବାଟ ନଖୋଲିବାରୁ ପୁଅ ଆସି ତାଙ୍କୁ ଡାକିଥିଲା। ସମେରନ୍ଦ୍ରଙ୍କ ବନ୍ଧୁ, ସେ ଓ ପାଖପଡ଼ୋଶୀ ମଧ୍ୟ ଆସି କବାଟ ବାଡ଼େଇଥିଲେ। କବାଟ ନଖୋଲିବାରୁ ଶାବଳରେ କବାଟ ତାଡ଼ି ଭିତରେ ପଶିବା ବେଳେ ସମରେନ୍ଦ୍ର ଏକ ଶାଢ଼ିରେ ଝୁଲି ଆତ୍ମହତ୍ୟା କରିଥିଲେ। ତାଙ୍କୁ ଏକ ଅଟୋରେ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିବା ବେଳେ ପତ୍ନୀଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଥିଲା‌।

ପତ୍ନୀ ଘରର ପଙ୍ଖାକୁ ସଂଯୋଗ ହୋଇଥିବା ବିଦ୍ୟୁତ୍‌ ତାର ଧରିଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଥିଲା। ତେବେ ଏନେଇ ସଦର ଥାନାରେ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ୧୫ ଓ ୧୬/୨୦୨୩ରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Share this story