ସରକାରୀ ଡାକ୍ତରଙ୍କୁ ଘାରିଛି ଅର୍ଥ ଲୋଭ: କଲେ ଭୁଲ୍‌ ଅସ୍ତ୍ରୋପଚାରଏବେ ଗଣିବେ ୮୦ ଲକ୍ଷ !

Consumer court slaps Rs 80 lakh fine on 2 doctors, private nursing home for faulty operation in Odisha

ଓଡ଼ିଆ ଗସିପ୍ ବ୍ୟୁରୋ: ଟଙ୍କା ଲୋଭରେ ଫସିଲେ ସରକାରୀ ଡାକ୍ତର । ରୋଗୀଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇବା ପରିବର୍ତ୍ତେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ସମ୍ବଲପୁର ଖାଉଟି ଅଦାଲତ ଜଣେ ରୋଗୀଙ୍କ ଦ୍ୱାରା ରୁଜୁ ମାମଲାର ବିଚାର କରି ଅପରପକ୍ଷ ମାନଙ୍କୁ ୮୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ ୨ ଜଣ ଡାକ୍ତର ଓ ଘରୋଇ ନର୍ସିଂହୋମ ସମେତ ୪ ଜଣ ପ୍ରତିପକ୍ଷ ରହିଛନ୍ତି ।

ଅଧିକ ପଢନ୍ତୁଟମାଟୋ ରାନ୍ଧିଥିବାରୁ ସ୍ବାମୀଙ୍କୁ ଛାଡ଼ି ଚାଲିଗଲେ ସ୍ତ୍ରୀ; ଥାନାରେ ଅଭିଯୋଗ କଲେ ସ୍ବାମୀ

ଆବେଦନକାରୀଙ୍କ ଓକିଲଙ୍କ କହିବା ଅନୁସାରେ, ସଡ଼କ ଦୁର୍ଘଟଣାରେ ପୀଡିତ ଯୁବ ସପ୍ଟଓେୟାର ଯନ୍ତ୍ରୀ ସୁମିତ ଦାଶ ଗୁରୁତର ଭାବେ ଆହତ ହୋଇଥିଲେ । ସୁମିତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବୁର୍ଲା ଭୀମସାର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଅର୍ଥ ଲୋଭରେ ଭିମ୍‌ସାରର ଜଣେ ଡାକ୍ତର ରୋଗୀଙ୍କ ପରିଜନଙ୍କୁ ପ୍ରବର୍ତ୍ତାଇ ବୁର୍ଲାରୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନା ସ୍ଥାନ୍ତାନ୍ତର କରିବା ପାଇଁ କହିଥିଲେ । କିନ୍ତୁ ଚିକିତ୍ସାରେ ଅବହେଳା ଯୋଗୁ ସଂପୃକ୍ତ ରୋଗୀ ଯୁବ ସପ୍ଟଓେୟାର ଯନ୍ତ୍ରୀ ସୁମିତ ଦାଶ ଭିନ୍ନକ୍ଷମ ହୋଇଯାଇଥିଲେ ।

ଅଧିକ ପଢନ୍ତୁସଂଯୁକ୍ତା ମହଲା ସହ ଲିଭ୍ ଇନରେ ଥିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ: ବ୍ରେକ୍ ଅପ୍ ପରେ ଦୁହେଁ ଭାଙ୍ଗି ପଡ଼ିଛନ୍ତି

ତେବେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଓ ଭୁଲ ଚିକିତ୍ସା ଯୋଗୁ ଆହତଙ୍କ ଶାରିରୀକ ସମସ୍ୟା ସୃଷ୍ଟି ହେବା ସହ ଆର୍ଥିକ କ୍ଷତି ଘଟିଥିଲା । ଏହାପରେ ସୁଅ ମୁହଁରେ ଟଙ୍କା ଖର୍ଚ୍ଚ ହୋଇଥିଲା । ଏନେଇ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ ଆବେଦନକାରୀ । ସେପଟେ ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ଖାଉଟି ଅଦାଲତର ଦ୍ୱାରସ୍ଥ ହେବେ ବୋଲି ତତ୍କାଳୀନ ନର୍ସିଂହୋମ ମାଲିକଙ୍କ ପକ୍ଷରୁ ତାଙ୍କ ଓକିଲ କହିଛନ୍ତି ।

 

 

Share this story