କଲେଜ ଛାତ୍ରୀଙ୍କ ପାଇଁ କଲେଜ ବାର୍ଷିକ ଉତ୍ସବ ଥିଲା ଶେଷ ଯାତ୍ରା, ଚଢିଗଲା ବସ୍‌, ଘଟଣାସ୍ଥଳରେ ଜଣେ ଛାତ୍ରୀଙ୍କ ମୃତ୍ୟୁ

college girl student died after bus run over her

ଓଡ଼ିଆ ଗସିପ ବ୍ୟୁରୋ: କଲେଜ ବାର୍ଷିକ ଉତ୍ସବ ପାଇଁ ବେଶ ମସଗୁଲ ହୋଇ ସ୍କୁଟିରେ ଯାଉଥଲେ ଦୁଇ ଛାତ୍ରୀ । ମାତ୍ର ଜାତୀୟ ୫୫ ନମ୍ବର ଜାତୀୟ ରାଜପଥରେ ଜଗିଥିଲା ଯମ, କଣ କିଛି ଭାବିବା ପୂର୍ବରୁ ପଛରୁ ଆସୁଥିବା ଏକ ବସ୍‌ ତାଙ୍କ ଉପରେ ମାଡି ଯାଇଥିଲା । ଘଟଣା ସ୍ଥଳରେ ଜଣେ କଲେଜ ଛାତ୍ରୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି ।

୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଧଳପୁର ଛକ ନିକଟରେ ଆଜି ପୂର୍ବାହ୍ନରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାହାକୁ ନେଇ ସ୍ଥାନୀୟ ଲୋକେ ଓ କଲେଜ ଛାତ୍ର ଛାତ୍ରୀ ଦୁର୍ଘଟଣା ସ୍ଥଳରେ ଜାତୀୟ ରାଜପଥ ଅବରୋଧ କରିଥିବାରୁ ଉତ୍ତେଜନା ପ୍ରକାଶ ପାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଆଜିର ରାଶିଫଳ : ଏହି ରାଶି ଥିବା ମହିଳାମାନେ ଭାବପ୍ରବଣ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି...

ମୃତାହତ ଛାତ୍ରୀ ସ୍ଥାନୀୟ ସତ୍ୟମ ଶିବମ ସୁନ୍ଦରମ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡିଛି । ମୃତା ଛାତ୍ରୀ ମୋଟଙ୍ଗା ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ଇପ୍ସିତା ବରାଳ ଓ ଗୁରତର ଛାତ୍ରୀ କାଉଁରିଆପାଳ ଗ୍ରାମର ଶ୍ରେୟାଶ୍ରୀ ମହାନ୍ତି ବୋଲି ଜଣାପଡିଛି ।

ତାଙ୍କ କଲେଜ ବାର୍ଷିକ ଉତ୍ସବ ପାଇଁ ଉଭୟେ ଆଜି ଏକ ସ୍କୁଟି ଯୋଗେ କଲେଜକୁ ଯାଉଥିଲେ । ତେବେ ଧଳପୁର ଛକ ନିକଟରେ ସ୍କୁଟିରେ କୁକୁର ଧକ୍କା ହେବାରୁ ରାସ୍ତାରେ ଖସି ପଡ଼ିଥିଲେ । ମାତ୍ର ପଛରୁ ରୁଙ୍ଗଟା କାରଖାନାକୁ ଯାଉଥିବା କାରଖାନାର ବସ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା ।

ଫଳରେ ଘଟଣା ସ୍ଥଳରେ ଇପ୍ସିତଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଛତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାକୁ ପଠାଇଥିବା ଜଣାପଡିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଭୟଙ୍କର ସଡକ ଦୁର୍ଘଟଣା; ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୪୦ ମୃତ, ୮୭ ଜଣ ଗୁରୁତର ଆହତ

ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଓ କଲେଜ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଦୁର୍ଘଟଣା ସ୍ଥଳ ଧଳପୁର ଛକରେ ଦୁର୍ଘଟଣା ଘଟିଥିବା ବସକୁ ଅଟକ ରଖି ଜାତୀୟ ରାଜପଥ ଆବରୋଧ କରିଥିଲେ ।

ରାସ୍ତା ସଂପ୍ରସାରଣ ଆଳରେ ପକାଉଥିବା କାରଖାନା ପାଉଁଶ ଗୁଣ୍ଡ ଉଡି ରାସ୍ତା ଦେଖାଯାଉନଥିବାରୁ ଏହି ଦୁର୍ଘଟଣା ପାଇଁ ଏନଏଚ କାର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ମୃତାହତ ଛାତ୍ରୀଙ୍କ ଦୁର୍ଘଟଣା ଜନିତ କ୍ଷତିପୁରଣ ଦାବିରେ ରାସ୍ତା ଉପରେ ବସି ରହିଛନ୍ତି ଉତ୍ୟକ୍ତ ଲୋକେ ।

ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ସବୁ ଠିଆ ହୋଇ ରହିଥିବା ବେଳେ ଢେଙ୍କାନାଳ ଓ ଅନୁଗୁଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଯୋଗୁଁ ମୋଟଙ୍ଗା ଥାନା ପୁଲିସ ଓ ଓଡ଼ପଡା ତହସିଲଦାର ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

Share this story

World Odia Language Conferene